ସରକାରୀ ଯୋଜନା ସାତ୍‌ସପନ:କୁରିଆ ଘରେ ବିତୁଛେ ଅସାହା ଜୀବନ

ବରଗଡ଼ ଅଫିସ୍‌,୧୮।୬- ବରଗଡ଼ ଜିଲା ରାଜବୋଡ଼ାସମ୍ବର(ପଦ୍ମପୁର) ବ୍ଲକ ଘନାମାଲ ଗଁ।ର ହଲଧର ପ୍ରଧାନ। ପରିବାର କହେଲେ ମାଏକିନା ହରିପ୍ରିୟା ଆର ୩ ଛୁଆକୁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ ହେଇଥିଲାବେଲେ ଗଁ।ରେ ତାକର ଘରଦୁଆର ନଁ।ଇଁନ। ସେଥିରଲାଗି କୁଟୁମବସିଆ ଗଁ।ରୁ ୪ଶହ ମିଟର ଦୂରେ ଥିବାର ନିଜର ଚାଷ୍‌ଜମିରେ ଗୁଟେ କୁରିଆ କରି ରହିଆସୁଛନ୍‌। ହେଲେ ସେବାଟ ଦେଇ ଜଂଗଲି ହାତୀ ଦଲ ସବୁବେଲେ ଯିବାର ଆଏବାର କରୁଛନ୍‌। ଯେନ୍‌ଥିରଲାଗି କୁଟୁମବସିଆ ଜୀବନ୍‌କେ ପାଏନ୍‌ଛଡ଼େଇ ଝାଟିମାଟିର କୁରିଆରେ ରହୁଛନ୍‌। ଏନ୍‌ତାଥି କେତେବେଲେ କେନ୍‌ ପରକାର ଅଘଟନ ଘଟବା କିଛି କହି ନାଇଁହୁଏ। ଇଆଡ଼େ ପରିବାରଟା ଦରିଦିରିଆ ସୀମାରେଖା ତଲେ ଥିଲାବେଲେ ହଲଧର ଫିଦିନ କୁଲିମଜୁରି କରି କୁଟୁମ ପୁଷୁଛନ୍‌, ସେଥ୍‌ରେ ପିଲାଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଏନ୍‌ତା ପରିସ୍ଥିତିରେ ହଲଧର ଘରଖଁଡ଼େ ତିଆରିବାର ସପନ୍‌ ବି ଦେଖି ନାଇଁପାରବାର। ସେଥିରଲାଗି ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାର ଲାଗି ଦୁଇ ମାଏଝିମୁନୁଷ ସୋମବାର ଜିଲାପାଲକୁଁ ଗୁହାରି କରବାକେ ଆସିଥିଲେ। ହେଲେ ଜିଲାପାଲ କେହେନ୍‌ସି କାରନରୁ ଅନୁପସ୍ଥିତ ଥିଲାରୁ ଦମ୍ପତି ଜିଲାପାଲ ଅଫିସ ଡାକ ସେକ୍ସନରେ ଜିଲାପାଲକଁର ଉଦେଶ୍‌ରେ ଗୁଟେ ସ୍ମାରକପତର ଦେଇଥିଲେ। ସ୍ମାରକପତରରେ ସେମାନେ ଗଁାରୁ ଦୂରିଆ ଖେତ୍‌ ଭିତରେ କେନ୍‌ତା ଅଭାବ, ଅସବିଧାରେ ରହୁଛନ୍‌ ସେ ବାବ୍‌ଦେ ନିକିନିଖିନୁ ଲେଖିକରି ଦେଇଛନ୍‌। ଯେତେ ଜଲଦି ହେବା ପରଶାସନ ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ହଲଧର ଆର ତାକର ମାଏକିନା ହରିପ୍ରିୟା ଜିଲାପାଲକୁଁ ଗୁହାରି କରିଛନ୍‌।