ସରକାରୀ ଚକ୍ରବୂ୍ୟହରେ ଫସିଛି ୧୪୦ ଗ୍ରାମାଞ୍ଚଳ ଆବାସିକ ପ୍ରକଳ୍ପ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ନିଜର ଘର ଖଣ୍ଡେ ହେବ। ଜୀବନର ଶେଷ ଯାଏ ସେହି ଘରେ ଆନନ୍ଦରେ କଟିବ। ଏମିତି ଆଶା ରଖି ଲୋକମାନେ ଜୀବନର ସମସ୍ତ ରୋଜଗାର ଘର କିମ୍ବା ଜାଗା କିଣାରେ ଲଗାଇଥାନ୍ତି। ଅନେକ ସମୟରେ ନିଜର ଅଜ୍ଞତା କିମ୍ବା ସରକାରୀ କଟକଣା ଯୋଗୁ ଘର କିଣୁଥିବା ବ୍ୟକ୍ତିମାନେ ଫସିଯାଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଦେଇ ଘର କିଣିଥିଲେ ମଧ୍ୟ ନିଜ ନାମରେ ରେକର୍ଡ ପତ୍ର କରିପାରୁ ନାହାନ୍ତି। ଗ୍ରାମାଞ୍ଚଳରେ ଆବାସିକ ଗୃହ ନିର୍ମାଣ କରିଥିବା ବିଲ୍‌ଡରମାନଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଏବଂ ଆପାର୍ଟମେଣ୍ଟ କିଣିଥିବା ବ୍ୟକ୍ତିମାନେ ଅକୁପାନ୍ସି ସାର୍ଟିଫିକେଟ ନ ପାଇବାରୁୁ ନିଜ ନାମରେ ଘର ପଞ୍ଜୀକରଣ କରାଯାଇପାରିବ ନାହିଁ। କେବଳ ଘର କିଣୁଥିବା ବ୍ୟକ୍ତି ନୁହନ୍ତି କୋଟି କୋଟି ଟଙ୍କା ଖଟାଇଥିବା ବିଲଡରମାନେ ମଧ୍ୟ ସରକାରୀ ଆଇନକାନୁନ ଚକ୍ରବୂ୍ୟହରେ ଫସିଯାଉଛନ୍ତି।
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସମେତ ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ବାହାରେ ଅର୍ଥାତ୍‌ ଗ୍ରାମାଞ୍ଚଳରେ ନିର୍ମାଣ ହୋଇଥିବା ୩୦ ହଜାର କୋଟିର ୧୪୦ଟି ଆବାସିକ ପ୍ରକଳ୍ପ ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି (ଓରେରା)ରେ ପଞ୍ଜୀକୃତ ହୋଇ ପାରୁନାହିଁି। ଏ ନେଇ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏସବୁ ଗୃହକୁ ପଞ୍ଜୀକରଣ ପାଇଁ ଅନୁମୋଦନ ମିଳିବ କି ନାହଁି ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଉଭୟ ଘର ମାଲିକ ଓ ବିଲଡର ଅଡୁଆରେ ପଡି ଯାଇଛନ୍ତି।
ଲୋକମାନଙ୍କୁ ଘରଦେବା ନାମରେ ଠକୁଥିବା ବିଲ୍‌ଡର ସଂସ୍ଥା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ ଡେଭେଲପମେଣ୍ଟ) ଆଇନ-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟରେ ୨୦୧୭ ମେ ପହିଲାରୁ ଓରେରା ଗଠନ ହେବା ସହ କାର୍ଯ୍ୟକ୍ଷମ ହେଉଛି। ସେବେଠାରୁ ରାଜ୍ୟର ସମସ୍ତ ଆବାସିକ ଏବଂ ବ୍ୟବସାୟିକ ଗୃହ ପ୍ରକଳ୍ପ ଓରେରାରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ। ଓରେରାରେ ପଞ୍ଜୀକୃତ ନ ହେଲେ ବିଲଡରମାନେ ଆପାର୍ଟମେଣ୍ଟକୁ କୌଣସି ବ୍ୟକ୍ତିଙ୍କୁ ବିକ୍ରି କରି ପାରିବେନାହିଁ। ପ୍ରକଳ୍ପ ପଞ୍ଜୀକରଣ ପାଇଁ ଅକୁପାନ୍ସି ସାର୍ଟିଫିକେଟ୍‌ ଦେବା ବାଧ୍ୟତାମୂଳକ କରାଯାଇଛି। ୨୦୧୧ରୁ ପଞ୍ଚାୟତିରାଜ ବିଭାଗ ଗୃହ ନିର୍ମାଣ ପ୍ରକଳ୍ପକୁ ଅନୁମତି ଦେବା କ୍ଷମତା ବିଡିଓ ଏବଂ ସରପଞ୍ଚଙ୍କ ହାତରୁ କାଢି ନେଇଛି। ସହର ହେଉ କିମ୍ବା ଗ୍ରାମ ସବୁଠି ସମ୍ପୃକ୍ତ ଅଞ୍ଚଳର ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ପ୍ରକଳ୍ପର ପ୍ଲାନ ଅନୁମୋଦନ ଅପରିହାର୍ଯ୍ୟ। ତେବେ ରିୟଲ ଇଷ୍ଟେଟ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟର ବିଭିନ୍ନ ଭାଗରେ ପଞ୍ଚାୟତ ଓ ବ୍ଲକରୁ ଅନୁମତି ନେଇ ୨୦୧୬ ପର୍ଯ୍ୟନ୍ତ ଅନେକ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ତେବେ ଗତ ଦୁଇ ବର୍ଷ ହେବ ଗ୍ରାମାଞ୍ଚଳରେ ଥିବା ଆପାର୍ଟମେଣ୍ଟଗୁଡ଼ିକ ବିକ୍ରି ହୋଇପାରୁ ନାହିଁ । ଅକୁପାନ୍ସି ସାର୍ଟିଫିକେଟ୍‌ ମିଳୁ ନ ଥିବାରୁ ୧୪୦ଟି ଆବାସିକ ପ୍ରକଳ୍ପର ପ୍ରାୟ ୧୦ ହଜାର ଘର ପଞ୍ଜୀକୃତ ହୋଇପାରୁନାହିଁ। ଅନ୍ୟପକ୍ଷରେ ଅକୁପାନ୍ସି ବିନା ପ୍ରକଳ୍ପକୁ ପଞ୍ଜୀକୃତ କରିବାକୁ ଓରେରା ରୋକଠୋକ ମନା କରି ଦେଉଛି। ଦୀର୍ଘ ୨ ବର୍ଷ ହେବ ଓରେରା ଅନୁମୋଦନ ପାଇଁ ପ୍ରକଳ୍ପଗୁଡ଼ିକ ପଡ଼ି ରହିଛି। ଏହି ଅସୁବିଧା ଦୂର କରିବାକୁ ଓରେରାର ଅଧ୍ୟକ୍ଷ ଅମୀୟ ମହାପାତ୍ର ୨୦୧୮ ଅଗଷ୍ଟ ୧୬ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କୁ ଚିଠି ଲେଖି ବିଡିଓ କିମ୍ବା ସରପଞ୍ଚ ଅନୁମତି ଦେଇଥିବା ପ୍ରକଳ୍ପକୁ ପଞ୍ଜୀକରଣ କରିବାକୁ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ । ସେହିପରି ଗ୍ରାମାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ଗଢି ଉଠିଥିବା ଆପାର୍ଟମେଣ୍ଟ, ବ୍ୟବସାୟିକ ଗୃହ ପାଇଁ ଏକ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ମଧ୍ୟ ୨୦୧୯ ଫେବୃୟାରୀ ୧୩ ତାରିଖରେ ଓରେରା ଅଧ୍ୟକ୍ଷ ଚିଠି ଲେଖି ଅନୁରୋଧ କରିଥିଲେ। ଅକୁପାନ୍ସି ସାର୍ଟିଫିକେଟ କିଏ ଦେବେ ସେ ନେଇ ଉଭୟ ବିଭାଗ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରୁ ନାହାନ୍ତି। ଫଳରେ ଗ୍ରାମାଞ୍ଚଳରେ ଗଢି ଉଠିଥିବା ୧୪୦ଟି ପ୍ରକଳ୍ପରେ ନିର୍ମିତ ୩୦ହଜାର କୋଟି ଟଙ୍କାର ୧୦ ହଜାର ଆବାସିକ ଗୃହର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ପ୍ରକଳ୍ପ ମାଲିକମାନେ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲେ ମଧ୍ୟ ସେଗୁଡ଼ିକୁ ବିକ୍ରି କରିପାରୁନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଘର କିଣିଛନ୍ତି ସେମାନେ ମାଲିକାନା ସ୍ବତ୍ୱ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଓରେରାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପଞ୍ଜୀକରଣ ଅପେକ୍ଷାରେ ଥିବା ୧୪୦ ପ୍ରକଳ୍ପ ପାଇଁ ସରକାର ଗାଇଡ ଲାଇନ ପ୍ରସ୍ତୁତ ନ କଲେ ପ୍ରକଳ୍ପଗୁଡ଼ିକୁ ପଞ୍ଜୀକୃତ କରାଯାଇ ପାରିବ ନାହିଁ। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri