ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ ସିଂ ଦିନିକିଆ ଗସ୍ତ କରିଥିଲେ। ସେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ମଧ୍ୟାହ୍ନରେ ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଛାତ୍ରମାନଙ୍କ ସହ ମିଶି ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ ଖାଇବା ସମୟରେ ଯାହା ତାଲିକା ରହିଥିଲା ସେହି ଅନୁସାରେ ସଚିବ ଖାଇଥିଲେ ମୁଗ ଡାଲି, ଘାଣ୍ଟ ତରକାରୀ ଓ ଅଣ୍ଡା ହୋଇଥିଲା। ଅଣ୍ଡା ଛାଡି ଅନ୍ୟ ସବୁ ଓ ସାଥିରେ ପାମ୍ପଡ, କଞ୍ଚାଲଙ୍କା ଏବଂ ଲେମ୍ବୁ ଖାଇଥିଲେ। ସେ ସାଧାରଣ ଲୋକଙ୍କ ଭଳି ଛାତ୍ରଙ୍କ ସହ ଗପ ସପ ହୋଇଥିଲେ ପାଠପଢା ଓ ଖେଳକୁଦ କରୁଛ କି ବୋଲି ପଚାରିବା ସହ ଖାଦ୍ୟକୁ ବହୁତ ପ୍ରଂଶସା କରୁଥିଲେ। ସଚିବଙ୍କ ସହ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, କନ୍ଧମାଳ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଜିଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର, ଅତିରିକ୍ତ ଜଲା ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନ, ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ, ପ୍ରିନ୍ସପାଲ ସୋନାଲିକା ପୃଷ୍ଟିଙ୍କ ସମେତ ବିଦ୍ୟାଳୟର ଅନ୍ୟ ସହକାରୀ ଶିକ୍ଷୟତ୍ରୀଶିକ୍ଷକ ଓ ଜିଲାର ଅନ୍ୟ ଅଧିକାରୀ ଉପସ୍ଥିତ ରହି ଛାତ୍ରଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ।

