ସମ୍ବଲପୁର ରେଳ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ବୈଠକ : କଣ୍ଟାବାଞ୍ଜିରେ ଓ୍ବାଗନ ଫ୍ୟାକ୍ଟ୍ରି ପ୍ରସ୍ତାବ, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼କୁ ଚଳାଚଳ

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନର ଉନ୍ନତି ପାଇଁ ଗୁରୁବାର ସମ୍ବଲପୁର ହୋଟେଲ ଗ୍ରାଣ୍ଡ ଶିବାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଭିଜନର ଆଭ୍ୟନ୍ତରୀଣ ଓ ବାହ୍ୟ ବିକାଶ କରିବା ସହ ଅନ୍ୟ ସହରଗୁଡିକୁ ରେଳ ସଂଯୋଗ ନେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ ହୋଇଥିଲା। ଏଥି ମଧ୍ୟରେ ମୁଖ୍ୟ ଭାବେ କଣ୍ଟାବାଞ୍ଜିରେ ଓ୍ବାଗନ ନିର୍ମାଣ, ସମ୍ବଲପୁର ଷ୍ଟେଶନରେ ଟିକଟ ଘର ବୃଦ୍ଧି, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼ ପର୍ଯ୍ୟନ୍ତ ଚଳାଚଳ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ବରଗଡ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ଏମପି ନୀତେଶ ଗଙ୍ଗଦେବ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂ ଦେଓ, କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ଛତିଶଗଡର ମହାସମୁନ୍ଦ ଏମ୍‌ପି ଚୁନିଲାଲ ସାହୁ ଓ ରାଜ୍ୟ ସଭା ସଦସ୍ୟ ଏନ. ଭାସ୍କର ରାଓ ଏବଂ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ରହି ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ବିଷୟରେ ଜଣାଇଥିଲେ। ସେହି ପ୍ରସଙ୍ଗରେ ରେଳପଥର ଉଚ୍ଚ ପଦାଧିକାରୀମାନଙ୍କ ସହ ଏମ୍‌ପିମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇଥିଲା। ବରଗଡ ଏମ୍‌ପି ସୁରେଶ ପୂଜାରୀ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ ରୋଡ କିମ୍ବା ବଲାଙ୍ଗୀର ପର୍ଯ୍ୟନ୍ତ ଚଳାଚଳ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତା’ସହ ବଲାଙ୍ଗୀରରୁ ପ୍ରୟାଗରାଜ ଓ ବଲାଙ୍ଗୀରରୁ ଭୁବନେଶ୍ୱରକୁ ନୂଆ ଟ୍ରେନ ଆରମ୍ଭ, ବରଗଡ ରୋଡ ଷ୍ଟେଶନର ପ୍ଳାଟଫମ ୨କୁ ପ୍ରଶସ୍ତୀକରଣ ଏବଂ ଅତାବିରା, ବରପାଲି, ଗୋଡଭଗା ଷ୍ଟେଶନର ପ୍ଲାଟଫର୍ମ ୨ରେ ଶେଡ ନିର୍ମାଣ ଏବଂ ବରଗଡ଼ ରୋଡ୍‌ରେ ପାଣି ସୁବିଧା, ସମ୍ବଲପୁର ଓ ସମ୍ବଲପୁର ସିଟି, ରେଢ଼ାଖୋଲ ଓ ବାମୁର ଷ୍ଟେଶନର ଫାଟକରେ ଆଲୋକ ବ୍ୟବସ୍ଥା ପ୍ରସ୍ତାବ ରହିଛି। ସେହିଭଳି ସମ୍ବଲପୁରର ଉଭୟ ଫାଟକରେ କୋଚ ଡିସପ୍ଲେ, ବରଗଡ ଷ୍ଟେଶନରେ ଏକ୍ସପ୍ରେସ ଟ୍ରେନର ରହଣି ସୀମା ୫ ମିନିଟକୁ ବୃଦ୍ଧି, ଡୁଙ୍ଗୁରୀପାଲି ମାଲବାହୀ ଷ୍ଟେଶନରେ ଶେଡ ନିର୍ମାଣ, ଅତାବିରା ଷ୍ଟେଶନରେ ନାଗଓ୍ବାଲି ଏକ୍ସପ୍ରେସ ରହଣି ଆଦି ପ୍ରସ୍ତାବ ପୂଜାରୀ ବୈଠକରେ ରଖିଛନ୍ତି। ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ ସମ୍ବଲପୁର ଜଙ୍କସନରୁ ସମ୍ବଲପୁର ସିଟି ଭିତରେ ମଡେଲ ଲିଙ୍କ ରୋଡ, ସମ୍ବଲପୁର ଉଭୟ ଷ୍ଟେଶନରେ ୮ଘଣ୍ଟା ଆରପିଏଫ ମୁତୟନ, ସମ୍ବଲପୁର ଷ୍ଟେଶନରେ ଅଧିକ ଟିକଟ ଗୃହ ନିର୍ମାଣ ଆଦି ପ୍ରସ୍ତାବ ଦେଇଛନ୍ତି। ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂହଦେଓ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ନିର୍ମାଣ ଶୀଘ୍ର ସାରିବାକୁ, କଣ୍ଟାବାଞ୍ଜିରେ ୭୫୦ ଏକର ରେଲଓ୍ବେ ଜମିରେ ଓ୍ବାଗନ ଫ୍ୟାକ୍ଟ୍ରି ନିର୍ମାଣ, କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ, ଭୁବନେଶ୍ୱର-ସମ୍ବଲପୁର ଇଣ୍ଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ଚଳାଚଳ, ସମତା ଏକ୍ସପ୍ରେସକୁ ହରିୟାଣାର ଭିଓ୍ବାନୀ ପର୍ଯ୍ୟନ୍ତ ଚଳାଚଳ, ଦୁର୍ଗ-ଜଗଦଲପୁର ଏକ୍ସପ୍ରେସର ହରିଶଙ୍କର ରୋଡରେ ରହଣି ଆଦି ପ୍ରସ୍ତାବ ଦେଇଛନ୍ତି। ସେହିପରି ସପ୍ତଗିରି ଉଲାକାଙ୍କ ମୁନିଗୁଡା, ଡୋଇକାଲୁ ଷ୍ଟେଶନ ନିକଟରେ ଅଣ୍ଡରଗ୍ରାଉଣ୍ଡ ପ୍ୟାସେଜ ନିର୍ମାଣ, ଥେରୁବାଲି-ପୁଲମା ଲେଭଲ କ୍ରସିଂର ଉଭୟ ପାର୍ଶ୍ୱରେ ଶେଡ ନିର୍ମାଣ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଅନ୍ୟପଟେ ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ, ଚୁନିଲାଲ ସାହୁ ପ୍ରମୁଖ ନିଜ ଅଞ୍ଚଳର ସମସ୍ୟା ସହ ପ୍ରସ୍ତାବ ବିଷୟରେ ବୈଠକରେ ଉପସ୍ଥାପନ କରିଛନ୍ତି। ତେବେ ଏ ସମ୍ପର୍କରେ ରେଲଓ୍ବେ ବୋର୍ଡରେ ଆଲୋଚନା ହୋଇ ପ୍ରସ୍ତାବିତ ପ୍ରକଳ୍ପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri