Categories: Uncategorized

ସମ୍ପୂର୍ଣ୍ଣାଙ୍କୁ ଗ୍ରହଣ କଲେ ବାଙ୍ଗାଲୋରର ଦମ୍ପତି

ସୋନପୁର,୧୨।୬(ନି.ପ୍ର.)ସୁବର୍ଣ୍ଣପୁରର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର(ସା)ରେ ରହୁଥିବା ଶିଶୁ କନ୍ୟା(ସମ୍ପୂର୍ଣ୍ଣା)ଙ୍କୁ ବାଙ୍ଗାଲୋରରେ ରହୁଥିବା ଦମ୍ପତି ମଙ୍ଗଳବାର ଗ୍ରହଣ କରିଛନ୍ତି। ଏହି ଶିଶୁକୁ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ ସମ୍ପୃକ୍ତ ଆଇଟି ଇଞ୍ଜିନିୟର ଦମ୍ପତିଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଶିଶୁଟି ୧୦ ଦିନର ହୋଇଥିବା ବେଳେ ତାର ମା’ ଶିଶୁ ମଙ୍ଗଳ ସମିତିକୁ ଗତ ୨୦୧୮ ଡିସେମ୍ବର ମାସରେ ହସ୍ତାନ୍ତର କରିଥିଲେ। ଆଇନଗତ ପ୍ରକ୍ରିୟା ସରିବା ପରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନତଃ ଘୋଷଣା କରାଯାଇଥିଲା। ଏହି ହସ୍ତାନ୍ତର କାର୍ଯ୍ୟକ୍ରମ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷ ନାୟକଙ୍କ ସମେତ ସଭ୍ୟ ମଧୁସୂଦନ ପଧାନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ସୁରକ୍ଷା ଅଧିକାରୀ ବିଜୟ କୁମାର ବିଶ୍ୱାଳ, କାଉନସେଲର ପ୍ରଶାନ୍ତ ମହାକୁଡ, ଥବିର କାଲସେ, ସାର ପରିଚାଳକ ମୃତ୍ୟୁଞ୍ଜୟ ଭୁଜବଳ ଓ ସଂଯୋଜକ ତ୍ରିନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।