Posted inଜାତୀୟ

ସମୁଦ୍ର ପଥରେ ଆତଙ୍କବାଦୀ

ନୂଆଦିଲ୍ଲୀ/ମୁମ୍ବାଇ,୧୦ା୮: ଅନୁଚ୍ଛେଦ ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ପରେ ଉପତ୍ୟକାରେ ଭାରତର ବଳ ବୃଦ୍ଧି ପାଇଛି। ଏହାସହ ବିଚ୍ଛିନ୍ନତାବାସୀଙ୍କୁ ମୋହରା କରି କଶ୍ମୀରରେ ଉତ୍ତେଜନା ସୃଷ୍ଟି ଏବଂ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ଆକ୍ରମଣ ଘଟାଉଥିବା ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏଥିପାଇଁ ପୁଲଓ୍ବାମା ଭଳି ଆକ୍ରମଣ ପୁଣି ଘଟିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦୁଇଦିନ ତଳେ ଭାରତକୁ ଧମକ ଦେଇଥିଲେ। ଏଭଳି ସମୟରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବାବେଳେ ପାକିସ୍ତାନର ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଏବଂ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଭଳି ଆତଙ୍କବାଦୀ ଭାରତରେ ଆକ୍ରମଣ ପାଇଁ ଜଳପଥକୁ ବାଛିଛନ୍ତି। ସେମାନେ ସମୁଦ୍ର ଦେଇ କୌଣସି ସମୟରେ ମୁମ୍ବାଇରେ ଅନୁପ୍ରବେଶ କରିପାରନ୍ତି। ଜେଇଏମ୍‌ ମୁଖ୍ୟ ମୌଲାନା ମାସୁଦ୍‌ ଆଝାରଙ୍କ ଭାଇ ରୌଫ୍‌ ଅଝଗରଙ୍କ ନିର୍ଦ୍ଦେଶରେ ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ଘଟାଇପାରନ୍ତି। ସୁରକ୍ଷା ସଂସ୍ଥାଗୁଡ଼ିକ ଏନେଇ ଗୋଇନ୍ଦା ସୂଚନା ପାଇବା ପରେ ୭୫୧୪ କି.ମି. ବିସ୍ତୃତ ପୂର୍ବ ଓ ପଶ୍ଚିମ ଉପକୂଳରେ ହାଇଆଲର୍ଟ ଜାରି କରାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ରାଡାର ଜରିଆରେ କଡ଼ା ନଜର ରଖାଯାଉଛି। କୌଣସି ସନ୍ଦିଗ୍ଧ ଜାହାଜ ବା ବୋଟ ଭାରତୀୟ ଜଳସୀମାରେ ପ୍ରବେଶ କଲେ ତାକୁ କାବୁ କରିବା ପାଇଁ ନୌସେନା ଓ ତଟରକ୍ଷୀ ବାହିନୀ ସତର୍କ ଓ ସଜାଗ ହୋଇରହିଛନ୍ତି। ଭାରତୀୟ ନୌସେନା କେନ୍ଦ୍ର ସରକାରଙ୍କୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri