ସମାଜରୁ ହଜି ଯାଉଛେ ଘୁବୁକୁଡୁ ନାଚ୍‌ଗାନା

ଜାମଟିକ୍ରା, ୧୭।୨ (ଡି.ଏନ୍‌.ଏ.)- କଳା, ସଂସ୍କୃତି, ପରମ୍ପରାକେ ନେଇ ପଶ୍ଚିମ ଓଡ଼ିଶା ଦେଶ୍‌, ବିଦେଶରେ ନିଜର ଗୁଟେ ଖାସ୍‌ ପରିଚଏ ସୁରୁଷ୍‌ଟି କରିପାରିଛେ। ହେଲେ ଇ ଆଧୁନିକ୍‌ ଯୁଗ୍‌ର ବିକାଶ ଧାରାରେ ପଶ୍ଚିମ ଓଡ଼ିଶାର ଅନେକ ପୁରାତନ କଳା, ସଂସ୍କୃତି ଦିନୁଦିନ୍‌କେ ଲୋପ୍‌ ପାଏବାକେ ବସୁଛେ। ବଛର ୨୦ରୁ ୩୦ଟା ତଲେ ଗଁାଗଁଲି, ସରହରମାନକେ ଯେନ୍‌ କଳା, ସଂସ୍କୃତି, ପରମ୍ପରା, ଜାନିଯାତ୍‌ରା ଦେଖ୍‌ବାକେ ମିଲୁଥିଲା ଆଏଜ୍‌କାଲି ସେଟା କଁା ଭଁା ଦେଖ୍‌ବାକେ ମିଲୁଛେ। ସରକାରୀ ପୋରଛାହନ୍‌, ସଚେତନତା ଅଭାବୁ ଅନେକ ପୁରାତନ କଳା, ସଂସ୍କୃତି ସମାଜରୁ ଉଭିଗଲାନ। ସେନ୍‌ତା ଶବର ସଂସ୍କୃତିର ଘୁବୁକୁଡୁ ନାଚ୍‌ଗାନାଟା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ସଂଗେ ଯୁଡ଼ି ହେଇ ରହିଛେ। ଆଘ ଗଁାଖୁଲିରେ ଲୋକ୍‌ ଇ ଘୁଡ଼କା ନାଚ୍‌ଗାନା ଦେଖ୍‌ବାକେ ଠୋଲ ହେଉଥିଲେ। ହେଲେ ଆଏଜ୍‌କାଲି କଁା ଭଁା କେନ୍‌ ତରେଠୁଟେ ଇ କଳା, ସଂସ୍କୃତି ଦେଖ୍‌ବାକେ ମିଲୁଛେ। ଘୁଡ଼କା ବାଜନାଟା ଘୁବୁକୁଡ଼ୁ, କିସମୀ ଆର ଧୁଁଦୁକୁଡୁ ହିସାବେ ତିନ୍‌ ଭାଗରେ ଭାଗ ହେଇଛେ। ପୁରାନ କଥା ହିସାବେ ଶବରର ଶର ଆଘାତରେ ଭଗବାନ ଶ୍ରୀକୃଷ୍ଣକଁର ମୁର୍‌ତୁ ହେଇଥିଲା। ସେଥିରଲାଗି ସେମାନେ ଭଗବାନକଁର ନଁା ନେଇ ଅଭିଶାପ୍‌ରୁ ମୁକ୍‌ତି ପାଏବାର ଲାଗି ଘୁଡ଼କା ବଜେଇ ଲୁକ୍‌କର ମନୋରଂଜନ କରୁଥିବାର ଲୋକ୍‌ କଥା ରହିଛେ। ଇତାକେ ଘୁବୁକୁଡ଼ୁ ବଲି କହାଯାଏସି। ସେନ୍‌ତା ଆଏଜ୍‌କାଲି ମଁଚାନ୍‌ମାନକେ ଘୁଡ଼କା ନାଚ୍‌ ପଦରଶିତ୍‌ ହେଉଛେ। ଇଥ୍‌ରେ ପିଲା ଟୁକେଲ ଘୁଡ଼କା ବାଜନା ଆର ଗୀତ୍‌ର ତାଲେ ତାଲେ ନାଚ୍‌ ପଦରଶନ୍‌ କରସନ୍‌। ଇତାକେ ଆଏଜ୍‌କାଲି କିସମୀ ବଲି କୁହାଯାଉଛେ। ସେନ୍‌ତା ଧୁଁଦୁକୁଡୁମାନେ କୁଟୁମବସିଆ ଗଁା ଗଁା ବୁଲି ଗଁାଖୁଲିମାନକେ ନାଚ୍‌, ଗାନା ସଂଗେ ଖେଲ ଦେଖାସନ। ସେମାନେ ଘୁଡ଼କା ବଜେଇ ନାନା ମଜାକିଆ କଥା କହି ଲୁକ୍‌କର ମନ୍‌ମୁହିବାର ସଂଗେ ଗଁାଖୁଲିରେ ଗାତ୍‌ କୁଡ଼ି ସେଥ୍‌ରେ ନିଜର ମୁଡ଼ ତୁପ୍‌ସନ। ଇମାନକୁ କେତେ ଜାଗାରେ ମୁଡ଼ତୁପା ବଲି ବି କୁହାଯାଏସି। ହେଲେ ଆଏଜ୍‌କାଲି ଘୁଡ଼କା ବଜାଟା ଖାଲି ଉଛବ୍‌, ମହୋଛବ୍‌ମାନକେ ମଁଚାନ୍‌ ଉପରେ ଦେଖ୍‌ବାକେ ମିଲୁଛେ। ଘୁଡ଼କାଟା ପଶ୍ଚିମ ଓଡ଼ିଶାର ଶବର କଳା, ସଂସ୍କୃତି ସଂଗେ ଜଡ଼ିତ ହେଇ ରହିଛେ। ଇ କଳାକେ ବଁଚେଇ ରଖବାକେ ସରକାରୀ ପୋରଛାହନ୍‌ ସଂଗେ ଗବେଷନାର ଦରକାର ରହିଛେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri