ସମନ୍ବିତ ଶିଶୁ ବିକାଶ ସେବା ଯୋଜନା ବାଟବନା:ଭଡ଼ା ଘରେ ଚାଲିଛେ ୩ ଅଙ୍ଗନଓ୍ବାଡି କେନ୍ଦ୍ର

ସିନାପାଲି, ୨୯।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ଅନେକ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜର ଘର ନଁାଇଁନ। ଯେନ୍‌ଥିରଲାଗି ଅନେକ କେନ୍ଦ୍ର ଭଡ଼ା ଘରେ ଚାଲୁଥିଲାବେଲେ ସେଠାନେ ଛୁଆକର ପାଠ୍‌ପଢ଼ା ସଂଗେ ରଁଧା ଖାଏଦ୍‌ ଦିଆଯାଉଛେ। ଇ ବାବ୍‌ଦେ ବାରବାର ପରଶାସନକେ ଅଭିଯୋଗ କଲେ ବି କିଛି ଲାଭ ନାଇଁ ହେଉଥିବାର କେତେ ଗଁାବାସୀ କହିଛନ୍‌।
ସୂଚନା ହିସାବେ ସିନାପାଲି ବ୍ଲକ ସଦରନୁ ୧୦ କି.ମି. ଦୂରେ ପାହାଡ଼ ଜଂଗଲ ଭିତରେ ରହିଛେ ଖଇରପଦର ଗଁା। ଇ ଗଁାର ଅଙ୍ଗନଓ୍ବାଡି କେନ୍ଦ୍ର(କ)ରେ ଏହେଦେ ୪୦ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ହେଲେ କେନ୍ଦ୍ରର ନିଜର ଘର ନାଇଁଥିବାର ଲାଗି ଗଁାର ଝନକର ଇନ୍ଦିରା ଆବାସ ଘରେ କେନ୍ଦ୍ରଟା ଭଡ଼ାରେ ଚାଲୁଛେ। ଇ କେନ୍ଦ୍ରର ପୁରନା କୁଠାଟା ଦଦ୍‌ରା ହେଲାରୁ ବିପଦ୍‌ ଦେଖେଇ ୨୦୧୬ରେ ବଁଦ୍‌ କରିଦିଆଗଲା। ହେଲେ ଆଏଜ୍‌କେ ୩ ବଛର ବିତିଯାଇଥିଲେ ବି ନୂତନ କୁଠା ତିଆରି ଦିଗେ ପରଶାସନ ପଦକ୍ଷେପ ନାଇଁ ନେବାର। ଗଁାବାସୀକର କହିବାର ହିସାବେ ଇ ଅସ୍‌ତାଇ କେନ୍ଦ୍ରରେ ରଁଧାବଢ଼ା ସୁବିଧା ନଁାଇଁନ, ପାଚିକା ନିଜର ଘରୁ ରଁଧା ଖାଏଦ୍‌ ଆନି ଛୁଆକୁ ଦେଉଛନ୍‌। କେନ୍ଦ୍ରଟା ଚାଲୁଥିବାର ଇନ୍ଦିରା ଅବାସ ଘରଟା ମାଟି ଆର ଇଟାରେ ତିଆର ହେଇଛେ। ଘରର କଁାଥିମାନ ବି ସିମେଟ ଛପେଇ ନାଇଁ ହେଇ। ଅଲପ ବରଷାରେ ଛାତୁ ପାଏନ୍‌ ଗଲବାର ସଂଗେ ମୁଖିଆ ଦୁଆର ହେଇ ଭିତରକେ ପାଏନ୍‌ ଢୁକୁଛେ। ଯେନ୍‌ଥିରଲାଗି କେନ୍ଦ୍ରରେ ପାଠ୍‌ପଢ଼ୁଥିବାର ଛୋଟ ଛୋଟ ଛୁଆମାନେ ଭିନେ ଭିନେ ସମିଆରେ ବଡ଼ା ହଇରାନ ହରକତ ହେଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ସେନ୍‌ତା କଇଁଟପଦର ଅଙ୍ଗନଓ୍ବାଡି କେନ୍ଦ୍ରର ବି ନିଜର ଘର ନଁାଇଁନ। ଇ କେନ୍ଦ୍ରଟା ବି ଝନକର ଇନ୍ଦିରା ଆବାସ ଘରର ବାରନ୍‌ଡ଼ାରେ ଚାଲିଛେ। ସେନ୍‌ତା ଦର୍ଲିପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର ଘର ଅଭାବୁ ଜଂଗଲ ବିଭାଗର ଗୁଟେ ଫରେଷ୍ଟ ଗାର୍ଡ କୁଠିଥି ଚାଲିଛେ। ଇ ସବୁ ଦୁରୁଶ୍‌ ଦେଖ୍‌ଲେ ଝନେ ସାଧାରନ୍‌ ଲୋକ ସହଜେ ବୁଝିପାରବା ଯେ, ସିନାପାଲି ବ୍ଲକରେ ସମନ୍ବିତ ଶିଶୁ ବିକାଶ ସେବା ଯୋଜନା କେନ୍‌ଥେଇ ଚାଲିଛେ। କେନ୍ଦ୍ର ଆର ରାଏଜ୍‌ ସରକାର ଇ ଯୋଜନାରେ କୋଟି କୋଟି ଟଁକା ଖରଚ୍‌ କରୁଥିଲାବେଲେ ଥାନୀୟ ପରଶାସନିକ ଅଧ୍‌କାରୀମାନକର ଖାମଖିଆଲି ମନଭାବ ଯୋଜନାକେ ବାଟବନା କରୁଛେ। ଇ ବାବ୍‌ଦେ ସିନାପାଲି ସମନ୍ବିତ ଶିଶୁ ବିକାଶ ଅଧ୍‌କାରିଣୀକୁଁ ପଚରାଲାରୁ ଘଟନାର ତଦଁତ୍‌ କରବାର ଲାଗି ଇ କେନ୍ଦ୍ରମାନକେ ଯିମି। ଯେତେ ଜଲଦି ହେବା କେନ୍ଦ୍ରମାନକର ଘର ତିଆରି ଲାଗି ଉଚ କତୁରପକ୍ଷକୁଁ ଜନାମି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଖଇରପଦର ପଁଚେତ୍‌ର କର୍ଯ୍ୟନିର୍ବାହୀ ଅଧ୍‌କାରୀ ସତ୍ୟ ମାଝିକୁଁ ପଚରାଲାରୁ ପଁଚେତ୍‌ ତରଫୁ ଦେଢ଼ ଲାଖ୍‌ ଟଁକାର ଖରଚ୍‌ ଅଟକଲ କରାଯାଇଛେ। ହେଲେ ଅଙ୍ଗନଓ୍ବାଡି କରମୀ ମରାମତି ଜାଗାରେ ନୂତନ କୁଠା ତିଆର କରବାର ଲାଗି କହୁଛନ୍‌, ସେଥିରଲାଗି ଡେରି ହେଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri