ସବୁ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ଧୂଅଁ।ବାଣ

ବ୍ରହ୍ମପୁର ଅଫିସ,୨ା୯-ବ୍ରହ୍ମପୁର ମହାନଗର ନିଗମ ପାଇଁ ମହୁଡ଼ାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ୨୦୧୩ ଅକ୍ଟୋବର ୩ରେ ଶିଳାନ୍ୟାସ କରିଥିଲେ । ଏହାର ୬ ବର୍ଷ ପୁରିବାକୁ ଯାଉଛି ଏବଂ ପ୍ରକଳ୍ପ ସ୍ଥାନରେ କେବଳ ପ୍ରାଚୀର ନିର୍ମାଣରେ ଅଟକିଛି ।
ଏଭଳି ସ୍ଥିତିରେ ଗଞ୍ଜାମ ଜିଲାର ସବୁ ସହରାଞ୍ଚଳରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ କରାଯିବାର ସରକାରୀ ଘୋଷଣା ଧୂଅଁାବାଣ ହୋଇଥିବା ଜିଲା କଂଗ୍ରେସ ସମାଲୋଚନା କରିଛି। ଅନ୍ୟପକ୍ଷରେ ବିଏମ୍‌ସିର ‘ମୋ ସହର, ପରିଷ୍କାର ସହର’ (ମାଇ ସିଟି, କ୍ଲିନ ସିଟି) ଯୋଜନା ପ୍ରହସନରେ ପରିଣତ ହୋଇଥିବା କଂଗ୍ରେସ ସଙ୍ଗିନ ଅଭିଯୋଗ କରିଛି ।
ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ପୀତବାସ ପଣ୍ଡା ରବିବାର କହିଛନ୍ତି, ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ଛତ୍ରପୁରରେ ଏକ ବୈଠକ ଅନୁଷ୍ଠିତ ହୋଇ ଗଞ୍ଜାମର ୧୮ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବାର ପ୍ରଚାର କରାଯାଇଛି । ଜିଲାର ବଡ଼ ସହର ବ୍ରହ୍ମପୁର ପାଇଁ ଗୋଟିଏ ପ୍ରକଳ୍ପ ନିର୍ମାଣ ହୋଇପାରୁ ନ ଥିବା ବେଳେ ସବୁ ସହରାଞ୍ଚଳରେ ମାତ୍ର ୬ ରୁ ୭ ମାସ ମଧ୍ୟରେ କିଭଳି ହେବ ବୋଲି ପଣ୍ଡା ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ୨୦୧୩ ରେ ପିପିପି ମୋଡରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ ଲାଗି ପ୍ରସ୍ତାବ ରଖାଗଲା । ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା ।
ଗୁଜରାଟର ଏକ ଘରୋଇ ଉଦ୍ୟୋଗ ଦ୍ୱାରା ପ୍ଲାଣ୍ଟ ନିର୍ମାଣ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ଇଣ୍ଟର ନ୍ୟାଶନାଲ ଫାଇନାନ୍ସ କର୍ପୋରେଶନ (ଆଇଏଫସି)ର ଜଣେ ମହିଳା ଅଧିକାରୀ ମଧ୍ୟସ୍ଥ ସାଜିଥିଲେ ।
ଗୁଜରାଟର ସେହି ଉଦ୍ୟୋଗକୁ ସେ ବାଛିଥିଲେ। ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ନିକଟ ମହୁଡ଼ାରେ ଆବଶ୍ୟକ ଜମି ଚିହ୍ନଟ ପରେ ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା। ବିଏମ୍‌ସି ସହିତ ହୋଇଥିବା ଚୁକ୍ତିନାମା ସେହି ଉଦ୍ୟୋଗ ଖିଲାପ କରି ପ୍ରକଳ୍ପ ନିର୍ମାଣରୁ ଓହରିଗଲା ।
ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଦୈନିକ ୧୪୦ ରୁ ୧୫୦ ଟନ ବର୍ଜ୍ୟବସ୍ତୁ ଉପତ୍ନ୍ନ ହେଉଛି । ରେଶମ ନଗରୀର ଆବର୍ଜନା ପରିଚାଳନାକୁ ମହୁଡ଼ା ଅଞ୍ଚଳବାସୀ ବିରୋଧ କରୁଛନ୍ତି ।
ଏଭଳି ସ୍ଥିତିରେ ପ୍ଲାଣ୍ଟ ନିର୍ମାଣରେ ପ୍ରତିବନ୍ଧକ ଦେଖାଦେଇଛି । ମହୁଡ଼ାରେ ପ୍ଲାଣ୍ଟ ନିର୍ମାଣ ପାଇଁ ବିଏମ୍‌ସି ୪୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଋଣ ଆଣି ମଧ୍ୟ କାର୍ଯ୍ୟକାରୀ କରିପାରୁ ନ ଥିବା କଂଗ୍ରେସ ସମାଲୋଚନା କରିଛି ।
ତେଣୁ ବିଏମ୍‌ସିର ଯୋଜନା ଫସର ଫାଟିବାର ତାଚ୍ଛଲ୍ୟ କରାଯାଇଛି। ତେଣୁ ଜିଲାର ୧୮ ସହରାଞ୍ଚଳରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ ଘୋଷଣା ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କାର୍ଯ୍ୟକାରୀ ସଭାପତି କଟାକ୍ଷ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri