ସବୁଠାରୁ ଖରାପ ସ୍ଥିତିରେ ବାଣିଜି୍ୟକ ପରିବେଶ

ମୁମ୍ବାଇ,୬-୧୦: ସେପ୍ଟେମ୍ବର ତ୍ରୈମାସରରେ ଦେଶର ବାଣିଜି୍ୟକ ପରିବେଶ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି। ୨୦୦୮ ଆର୍ଥତ୍କ ଦୁଃସ୍ଥିତି ପରେ ଏଭଳି ସ୍ଥିତି ଗତ ତ୍ରୈମାସରେ ଘରୋଇ ବଜାର ସାମ୍ନା କରିିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ତ୍ରୈମାସିକ ସର୍ଭେରେ ଏହା ଶନିବାର ପ୍ରକାଶ କରିଛି। ଦେଶର ଅର୍ଥଅବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ଏହାର ପ୍ରକୃତ ସ୍ଥିତି ଏଭଳି ସର୍ଭେରୁ ସାମ୍ନାକୁ ଆସିଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରିବା ପରେ ସରକାର ନିକଟରେ କର୍ପୋରେଟ ଟିକସ ହ୍ରାସ କରିଥିବା ବଜାର ବିଶେଷଜ୍ଞ କହିଛନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସରେ ମାନୁଫାକଚରିଂ କମ୍ପାନୀଗୁଡିକର ଅର୍ଡର ଲାଭ ୨୩% ଖସି ଯାଇଛି।
ସେହିଭଳି ଏହି ସମୟରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଛି। ଶିଳ୍ପ ସଂସ୍ଥାଗୁଡିକର କ୍ଷମତା ବ୍ୟବହାରରେ ହ୍ରାସ ଘଟି ୭୩.୬କୁ କମିଛି। ଏହାର ପୂର୍ବ ତ୍ରୈମାସରେ ଏହା ୭୬.୧% ରହିଥିଲା। ବିମୁଦ୍ରୀକରଣ ପରେ ଏହି ସବୁଠାରୁ ସର୍ବନିମ୍ନ ସ୍ତରରେ ରହିଛି। ବିଭିନ୍ନ କାରଣ ଯୋଗୁ ଶିଳ୍ପ ସଂସ୍ଥାଗୁଡିକ ସେମାନଙ୍କ ପୂର୍ଣ୍ଣ କ୍ଷମତା ବ୍ୟବହାର କରିବା ପରିବର୍ତ୍ତେ ଏହାଠାରୁ ଢେର କମ୍‌ କରିଛନ୍ତି। ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥା ପରେ ଚଳିତ ବର୍ଷ ମାନୁଫାକଚରିଂ କମ୍ପାନୀଗୁଡିକର କାର୍ଯ୍ୟକଳାପର ପ୍ରକୃତ ସ୍ଥିତିକୁ ରିଜର୍ଭ ବ୍ୟାଙ୍କ ଏହାର ଆସେସମେଣ୍ଟ ଇଣ୍ଡେକ୍ସରେ ପ୍ରକାଶ କରିଛି। କମ୍ପାନୀଗୁଡିକର ବାଣିଜ୍ୟ ଆଶା ମଧ୍ୟ କମିଛି। କମ୍ପାନୀଗୁଡିକର ଅର୍ଡର ଲାଭ ଆଶାତୀତ ଖସିବା, ଉତ୍ପାଦନ ହ୍ରାସ ଏବଂ ନିଯୁକ୍ତି କମିବା ଭଳି ପ୍ରସଙ୍ଗ ସମ୍ପର୍କରେ ସର୍ଭେରେ ଭାଗ ନେଇଥିବା ଅଧିକାଂଶ ମତ ରଖିଛନ୍ତି। ସେହିଭଳି ରପ୍ତାନି ଆମଦାନୀ କ୍ଷେତ୍ରରେ ଆଶା ଏତେଟା ଉନ୍ନତ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କ ଶିଳ୍ପ ଆଉଟଲୁକ୍‌ ସର୍ଭେରେ ପ୍ରକାଶ କରିଛି।
ଋଣ ଉପରେ ସୁଧଦେୟଜନିତ ଏବଂ ବେତନ ପ୍ରଦାନ ଚାପ ସାମାନ୍ୟ ହ୍ରାସ ଘଟିଛି। ମାତ୍ର ଲାଭ ମାର୍ଜିନ ଏବେ ମଧ୍ୟ ଦୁର୍ବଳ ରହିଛି। ଏହାକୁ ବଜାର ବିଶେଷଜ୍ଞମାନେ ସହଜରେ ଗ୍ରହଣ କରି ପାରୁ ନ ଥିବା ବେଳେ ଅତ୍ୟନ୍ତ ଚିନ୍ତା ପ୍ରକଟ କରିଛନ୍ତି। ଶିଳ୍ପଗୁଡିକର କ୍ଷମତା ବ୍ୟବହାର ୭୬%କୁ ଖସିଥିବା ବେଳେ ପୁଞ୍ଜି ଖର୍ଚ୍ଚ ଚକ୍ରକୁ ପୂର୍ବ ବ୍ୟବସ୍ଥାକୁ ଫେରାଇ ଆଣିବା ଏକ ଚ୍ୟାଲେଞ୍ଜ। ଏକ୍ଷେତ୍ରରେ ସ୍ଥିିତାବସ୍ଥା କେବେ ଫେରିବ ତାକୁ ନେଇ ଠିକ୍‌ ଭାବେ କିଛି କହି ହେବ ନାହିଁ। ଏଭଳି ସ୍ଥିତିରେ ଶିଳ୍ପଗୁଡିକ ନୂଆ ଅର୍ଡର କମିବା ଏକ ଚିନ୍ତାର କାରଣ ବୋଲି ଭାରତର ପୂର୍ବତନ ମୁଖ୍ୟ ପରିସଂଖ୍ୟାନ ଅଧିକାରୀ ତଥା ଅର୍ଥନୀତିଜ୍ଞ ପ୍ରଣବ ସେନ୍‌ କହିଛନ୍ତି। ସେହିଭଳି ଖାଉଟି ଆତ୍ମବିଶ୍ୱାସ ପ୍ରଭାବିତ ହୋଇଥିବା ଏନେଇ କରାଯାଇଥିବା ସର୍ଭେରେ ପ୍ରକାଶ ପାଇଛି। ସେପ୍ଟେମ୍ବର ସର୍ଭେରେ ଖାଉଟିଙ୍କ ଆତ୍ମବିଶ୍ୱାସ ଦୁର୍ବଳ ହୋଇଛି। ଆଗାମୀ ଦିନର ଆୟକୁ ନେଇ ପରିବାରଗୁଡିକର ଆଶା କ୍ଷେତ୍ରରେ ପ୍ରଭାବ ଦେଖାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଛି। ମୋଟ ଖର୍ଚ୍ଚ ଏବଂ ଆବଶ୍ୟକୀୟ ଖର୍ଚ୍ଚ ଉନ୍ନତ ସ୍ଥିତିରେ ରହିଛି। ମାତ୍ର ଅନ୍ୟାନ୍ୟ ଖର୍ଚ୍ଚ ଦୁର୍ବଳ ସ୍ଥିତିରେ ରହିଛି। ଏଭଳି ବିଭିନ୍ନ ପ୍ରସଙ୍ଗ ଚାହିଦା କମିବାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞ କହୁଛନ୍ତି। ଆଗାମୀ କିଛି ମାସରେ ସାଧାରଣ ମୂଲ୍ୟ ବଢିବା ନେଇ ଲୋକମାନେ ମତ ରଖିଛନ୍ତି। ଏଭଳି ସ୍ଥିତିରେ ମୁଦ୍ରାସ୍ଫୀତି ମଧ୍ୟ ବଢିବ ବୋଲି କୁହାଯାଇଛି। ସର୍ଭେରେ କୁହାଯାଇଛି, ୨୦୧୯-୨୦ରେ ଜିଡିପି ଅଭିବୃଦ୍ଧି ୬.୨% ରହିବ। ୨୦୨୦-୨୧ରେ ଏହା ୭% ଛୁଇଁବ ଯାହା ପୂର୍ବର ଆକଳନଠାରୁ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri