ସବୁଜ କଟକ, ଫିଲିଗ୍ରୀ ହବ୍‌ ହେବ ମୁଖ୍ୟ ପ୍ରସଙ୍ଗ: ସୋଫିଆ

କଟକ,୧୨ା୫(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ ପେଶାରେ ଇଞ୍ଜିନିୟର। ଏବେ ସେ ନୂଆକରି ରାଜନୀତିରେ ପାଦ ଥାପିଛନ୍ତି। ନିଜ ସଫଳତାକୁ ନେଇ ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜନୀତିରେ ସୋଫିଆଙ୍କ ସ୍ବପ୍ନ ଓ ଯୋଜନା କ’ଣ ରହିଛି, ତାହାକୁ ନେଇ କିଛି ପ୍ରଶ୍ନ…

ଆପଣଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
କଟକର ସାମଗ୍ରିକ ବିକାଶ ହେଉଛି ମୋର ମୂଳ ଲକ୍ଷ୍ୟ। ସେଥିମଧ୍ୟରୁ ୩/୪ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇ କାମ କରିବି। ବରିଷ୍ଠ ନାଗରିକ, ମହିଳା, ଯୁବକଙ୍କ ପାଇଁ ମୋର କିଛି ନିର୍ଦ୍ଦିଷ୍ଟ ଯୋଜନା ରହିଛି। ସିଡିଏରେ ଫ୍ରି ହୋଲ୍ଡ କାର୍ଯ୍ୟକାରୀ ହୋଇପାରିନି। ନିର୍ବାଚନ ଜିତିଲେ ସିଡିଏକୁ ଫ୍ରି ହୋଲ୍ଡ କରାଇବା ମୁଖ୍ୟ କାର୍ଯ୍ୟ ରହିବ। ସହରର ସମସ୍ତ ଅଞ୍ଚଳରେ ସିସିଟିଭି କ୍ୟାମେରା ଲାଗିବାକୁ ଗୁରୁତ୍ୱ ଦେବା ସହ ମହିଳାଙ୍କ ପାଇଁ ସ୍ବତନ୍ତ୍ର କ୍ଲବ ବ୍ୟବସ୍ଥା ଦିଗରେ ପ୍ରାଥମିକତାର ସହ କାର୍ଯ୍ୟ କରିବି। ଏଥିସହ ସହରରେ ଗତ ୫ ବର୍ଷରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ମୁଖ୍ୟ ପ୍ରସଙ୍ଗ ରହିବ।

ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବାକୁ ଚାହୁଁଛନ୍ତି?
କଟକର ଭୋଟରମାନେ ବହୁ ଶିକ୍ଷିତ ଓ ବୁଦ୍ଧିଶାଳୀ। ଭୋଟରଙ୍କୁ ଜଣେ ଏପରି ବିଧାୟକ ଦରକାର ଯେ କି ତାଙ୍କ କଥା ବୁଝିବ ଓ ତାଙ୍କ ସୁବିଧା ପାଇଁ କାର୍ଯ୍ୟ କରିବ। ମୋ ବାପା ଇଂ. ମହମ୍ମଦ ମୋକିମ ସବୁବେଳେ ଭୋଟରଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ବାପାଙ୍କ ସାଙ୍ଗରେ ମୁଁ ମଧ୍ୟ ଭୋଟରଙ୍କ ସହ ଯୋଡ଼ି ହୋଇପାରିଛି। ମହିଳା, ଯୁବକ ଓ ଅନ୍ୟ ଲୋକଙ୍କ ପାଇଁ କାମ କରିବି।

ମତଦାତାଙ୍କୁ କ’ଣ ସବୁ ପ୍ରତିଶ୍ରୁତି ଦେବେ?
ମୋ ବାପା ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିଛନ୍ତି। ନିର୍ବାଚନ ଜିତିଲେ ଯେଉଁସବୁ କାମ ଅଧାରେ ରହିଛି ତାହାକୁ ପୂରଣ କରିବି। ବିଶେଷକରି ସିଡିଏ ପେଟାନାଳ କାର୍ଯ୍ୟ, ସିଡିଏକୁ ଫ୍ରି ହୋଲ୍ଡ, ସିଡିଏରେ ଦୁଇ ହଜାର ଲୋକ ବସିବା ଭଳି କଲ୍ୟାଣ ମଣ୍ଡପ ନିର୍ମାଣ, ବରିଷ୍ଠ ନାଗରିକଙ୍କ ପାଇଁ ଲାଇବ୍ରେରୀ, କଟକ ସହରର ସୌନ୍ଦର୍ଯ୍ୟକରଣ, ଇଣ୍ଡିଆନ ଗ୍ରୀନ୍‌ସିଟି କାଉନ୍‌ସିଲ୍‌ର ଏକ ଟିମ୍‌ କଟକରେ ସର୍ଭେ କରି ଏହାକୁ ସବୁଜ କଟକରେ ପରିଣତ କରିବା, ବକ୍ସଡ୍ରେନ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ, ରୁପା ତାରକସି କାମ ନେଇ ଫିଲିଗ୍ରୀ ହବ୍‌ ତିଆରି କରିବା ପାଇଁ ପ୍ରତିଶ୍ରୁତି ଦେବି।

ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ଭୋଟରଙ୍କ ସହ ବହୁ ଭଲ ଭାବେ ଯୋଡ଼ି ହୋଇପାରିଛି। ମୋକିମ ଫାଉଣ୍ଡେଶନ ଦ୍ୱାରା ସାମାଜିକ କାର୍ଯ୍ୟ କରିଆସୁଛି। ଲୋକମାନେ ମୋତେ ନିଜ ଝିଅ ଓ ଭଉଣୀ ଭଳି ଭାବୁଛନ୍ତି। କଟକରେ ପୂର୍ବରୁ ସ୍ବର୍ଗତ ନନ୍ଦିନୀ ଶତପଥୀ ଯେଉଁ କାମ କରିଛନ୍ତି, ଠିକ୍‌ ସେହିପରି ଏବେ ଲୋକ ମୋତେ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଲୋକଙ୍କୁ ସମ୍ମାନ ଦେଇଆସିଛି ଏବଂ ଲୋକେ ମୋତେ ସମର୍ଥନ କରିବେ ବୋଲି ଆଶା ରହିଛି।

ଆପଣଙ୍କ ସହ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ଯେଉଁଦିନ ରାଜନୀତିରେ ପାଦ ଥାପିଲି ସେଦିନ ଭାବିଥିଲି କଟକରେ ଜୋରଦାର ଲଢ଼େଇ ହେବ। କିନ୍ତୁ ଲୋକଙ୍କ ସହ ମିଶିଲା ପରେ ପ୍ରତିଦ୍ୱନ୍ଦ୍ୱିତା ହେବ ନାହିଁ ବୋଲି ସ୍ପଷ୍ଟ ହୋଇପାରିଛି। ଗଣତନ୍ତ୍ରରେ ପ୍ରତିଦ୍ୱନ୍ଦି ରହିବା ସ୍ବାଭାବିକ୍‌। ହେଲେ କଟକରେ ଲୋକଙ୍କ ନିକଟତ୍ତର ହେବା ପରେ ନିର୍ବାଚନ ଏକ ତରଫା ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri