ସଫେଇ କର୍ମଚାରୀ ପଦ ଲାଗି ୭ ହଜାର ଇଞ୍ଜିନିୟରଙ୍କ ଆବେଦନ

କୋଏମ୍ବାଟୁର: ତାମିଲନାଡ଼ୁର କୋଏମ୍ବାଟୁରରେ ସଫେଇ କର୍ମଚାରୀ ପଦବୀ ଲାଗି ୭ ହଜାର ଇଞ୍ଜିଜିନିୟରଙ୍କ ଆବେଦନ ବେକାରି ସମସ୍ୟାର ବିକଳ ଚିତ୍ରକୁ ପଦାରେ ପକାଇଛି। ସିଟି କର୍ପୋରେଶନରେ ଖାଲିଥିବା ୪୪୯ ପଦ ଲାଗି ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌ ଥିବାବେଳେ ୭ ହଜାର ଇଞ୍ଜିନିୟର, ପୋଷ୍ଟ ଗ୍ରାଜୁଏଟ୍‌ ଓ ଡିପ୍ଲୋମାଧାରୀ ଏଥିଲାଗି ୩ ଦିନରେ ଆବେଦନ କରିଛନ୍ତି। ଦରଖାସ୍ତ ଯାଞ୍ଚ ପରେ ଏହି ତଥ୍ୟ ପଦାକୁ ଆସିଛି। କେତେକ ଆବେଦନକାରୀ ଘରୋଇ ଫାର୍ମରେ କାମ କରୁଥିବାବେଳେ ସରକାରୀ ଚାକିରି ଆଶାରେ ଆବେଦନ କରିଛନ୍ତି। ଜବ୍‌ ସିକ୍ୟୁରିଟି ସହ ଦରମା ୧୫,୭୦୦ ଟଙ୍କା ପାଇବା ଆଶାରେ ଅନେକ ଉଚ୍ଚଶିକ୍ଷିତ ଯୁବକ ଏଥିଲାଗି ଆବେଦନ କରିଥିବା କହିଛନ୍ତି। ସରକାରୀ ଭାବେ ସଫେଇ କାର୍ଯ୍ୟ ସକାଳେ ୩ ଘଣ୍ଟା ଓ ସନ୍ଧ୍ୟାରେ ୩ ଘଣ୍ଟା କରିବାକୁ ପଡ଼ିବ। ଘରୋଇ କର୍ମଚାରୀ ଭାବେ ୧୨ ଘଣ୍ଟା କାମ କରି ୬/୭ ହଜାର ରୋଜଗାର କରିବା ଅପେକ୍ଷା ସରକାରୀ ଚାକିରି ଲାଗି ଏମାନେ ମନ ବଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

ବାହାଘର ଭୋଜି ଖାଇ ଫେରୁଥିଲେ ହଠାତ୍‌ ଓଲଟିଲା ପିକ୍‌ଅପ: ଚାଲିଗଲା ୩ ନିରୀହ ଶିଶୁଙ୍କ ଜୀବନ, ମରଣ ସହ ଲଢ଼ୁଛନ୍ତି ଆଉ ୩

ବଲାଙ୍ଗୀର/ଟିଟଲାଗଡ,୨୮।୪(ସୁନିଲ ମହାନ୍ତି, ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ମାରଲାଡ ବ୍ରିଜ ନିକଟରେ ମଙ୍ଗଳବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପିକଅପ ଭାରସାମ୍ୟ ହରାଇ…

ଯୌତୁକ ନିରାକରଣ ଉପରେ ଆଇନ ସଚେତନ

କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଯୌତୁକ ନିରାକରଣ  ଉପରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି।…

IPL 2026 ମଧ୍ୟରେ ବଡ଼ ଘୋଷଣା କରିପାରେ CSK

ନୂଆଦିଲ୍ଲୀ,୨୮।୪: ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଧାରାକୁ ଫେରିଥିଲା, କିନ୍ତୁ ଦଳ ପୂର୍ବ ମ୍ୟାଚରେ ପରାଜୟ ବରଣ କରିଥିଲା। CSK ପାଇଁ, ଏଠାରୁ ପରବର୍ତ୍ତୀ ପ୍ରତ୍ୟେକ ମ୍ୟାଚ…

‘ଅନ୍ୟ କାହାକୁ ଅନୁମତି ଦିଆଯିବା ଉଚିତ ନୁହେଁ…’ ଲମ୍ବା IPL ମ୍ୟାଚକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୮।୪: ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର IPL 2026 ସିଜିନରେ ମ୍ୟାଚର ଅବଧି ବୃଦ୍ଧି ସମ୍ପର୍କରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି…

ଭାଜପାରେ ଯୋଗ ଦେବା ପରେ ବଡ଼ ବୟାନ ଦେଲେ ସ୍ବାତୀ

ନୂଆଦିଲ୍ଲୀ,୨୮।୪: ଆମ ଆଦମୀ ପାର୍ଟି ଛାଡିବା ପରେ ସ୍ବାତୀ ମାଲିୱାଲ ମଙ୍ଗଳବାର (୨୮ ଏପ୍ରିଲ) ଭାଜପାରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଟିଏମସି ଏମପି ସୟାନୀ ଘୋଷଙ୍କ ଦରମା କେତେ? ବଙ୍ଗ ନିର୍ବାଚନରେ ହେଉଛନ୍ତି ଭାଇରାଲ

କୋଲକାତା,୨୮।୪: ପଶ୍ଚିମବଙ୍ଗ ନିର୍ବାଚନର ହାଇ-ଭୋଲଟେଜ ରାଜନୈତିକ ମାହୋଲ ମଧ୍ୟରେ, ସୟାନୀ ଘୋଷ; ମମତା ବାନାର୍ଜୀଙ୍କ ପରେ ଏମିତି ନେତ୍ରୀ ଭାବରେ ଉଭା ହୋଇଛନ୍ତି ଯିଏ ଭାଇରାଲ ହେଉଛନ୍ତି।…

ଓକିଲ ସଙ୍ଘର ପାଣ୍ଠିକୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏତିକି ଲକ୍ଷ ଟଙ୍କା…

ଭଞ୍ଜନଗର,୨୮।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ଏବଂ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶା ହାଇକୋର୍ଟର ବିଚାରପତି ମୁରାହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri