ଭଣ୍ଡାରିପୋଖରୀ, ୩୧ା୧୨(ଡି.ଏନ୍.ଏ.)- ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତ ଫତେପୁର ଗ୍ରାମରେ ସୁନା, ରୁପା ସଫା କରିଦେବା କହି ଜଣେ ମହିଳାଙ୍କଠାରୁ ଦୁଇଜଣ ଯୁବକ ସୁନାହାର ଓ କାନଫୁଲ ନେଇ ଚମ୍ପଟ ମାରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଦୁଇ ଯୁବକ ଏକ ପଲସର୍ ବାଇକ୍ରେ ଆସି ଫତେପୁର ଗ୍ରାମର ଜଣେ ମହିଳାଙ୍କ ଘରେ ପହଞ୍ଚତ୍ଥିଲେ। ସୁନାରୁପା ଅଳଙ୍କାର ସଫା କରିବ କି କହି ଜଣେ ଯୁବକ ଘରେ ପଶି ପଚାରିଥିଲା। ମହିଳା ଜଣକ ଗୋଟିଏ ୧୨ ଗ୍ରାମର ଚେନ୍ ଓ ୪ ଗ୍ରାମର ଦୁଇହଳ କାନଫୁଲ ଆଣି ଦେଖାଇଥିଲେ। ଯୁବକ ଜଣକ ଗରମ ପାଣି ଆଣ ବୋଲି କହିଥିଲେ। ମହିଳା ଜଣକ ଗରମ ପାଣି ଗ୍ୟାସ୍ରେ ବସାଇଥିବା ବେଳେ ସଂପୃକ୍ତ ଯୁବକ ଜଣକ ହାର ଓ କାନଫୁଲ ଧରି ପୂର୍ବରୁ ଦାଣ୍ଡରେ ବାଇକ୍ ଧରି ଛିଡ଼ା ହୋଇଥିବା ତାଙ୍କ ସହଯୋଗୀଙ୍କ ସହ ମଞ୍ଜୁରିରୋଡ଼ ଆଡ଼କୁ ଚମ୍ପଟ ମାରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ହେଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଚୋରି, ଲୁଟ୍ ଭଳି ଘଟଣା ବଢ଼ି ଚାଲିଥିବା ବେଳେ ପୋଲିସ ଚୋରି ସମ୍ପର୍କରେ କୌଣସି ଟେର୍ ମଧ୍ୟ ପାଉନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
Posted inଅପରାଧ, ଆମ ଜିଲା ଖବର, ଭଦ୍ରକ View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍ଗାର୍ଡ
ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...
Archives


