ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେଡିରେ ମିଶିବା ନେଇ ଆଲୋଚନା ହେଉଥିବା ବେଳେ ଏବେ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଆଲୋଚନା ପରେ ଭାଜପା ନେତା ଓ କର୍ମୀ ଉତ୍ସାହିତ ରହିଛନ୍ତି। ଏଣେ ମିଶ୍ରଣରେ ବିଳମ୍ବ ହେଉଥିବାରୁ ଜିଲାର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଘଟୁଛି ବୋଲି ଆଲୋଚନା ହେଉଛି।
ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ ଜିଲାର ଜଣେ ଚର୍ଚ୍ଚିତ ଚେହେରା। ଜିଲାରେ ରାଜନୈତିକ କ୍ଷେତ୍ରରେ ସନାତନଙ୍କ ଦବ୍‌ଦବା ସବୁବେଳେ ରହିଛି। ଏଣୁ ସବୁ ଦଳର ନେତା ତାଙ୍କ ସହିତ ସୁ-ସମ୍ପର୍କରେ ଥିବା କୁହାଯାଉଛି। ତାଙ୍କର କୌଣସି କାର୍ଯ୍ୟକ୍ରମ ହେଲେ ସବୁ ଦଳର ନେତା ମାନେ ସାମିଲ ହୋଇଥାନ୍ତି। ଗତ ନିର୍ବାଚନରେ ବିଜେଡି ସହିତ ବୁଝାମଣା କରି ନିର୍ବାଚନରୁ ଦୂରେଇ ରହିଥିବା ସନାତନ ଚଳିତ ନିର୍ବାଚନକୁ ହାତଛଡା କରିବାକୁ ଚାହୁ ନାହାନ୍ତି। ତାଙ୍କର ୨ ସମର୍ଥିତଙ୍କୁ ଲୋକସଭା ଓ ଚମ୍ପୁଆ ବିଧାନସଭା ବିଜେଡି ପ୍ରାର୍ଥିନୀ କରିଥିବା ବେଳେ ସେମାନେ ଜିତିଥିଲେ। ତେବେ ନିର୍ବାଚନ ଜିତିବା ପରେ ସେମାନଙ୍କ ଆଭିମୁଖ୍ୟକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏଣୁ ସେ ଚଳିତ ବର୍ଷ ନିର୍ବାଚନ ଲଢ଼ିବେ ଏବଂ ପ୍ରାର୍ଥୀ ଦେବେ ବୋଲି ବହୁ ଆଗରୁ ନିଷ୍ପତ୍ତି ନେଇଥିବା ସମର୍ଥକମାନେ ପ୍ରଚାର କରିଥିଲେ। ପ୍ରଥମେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ବୁଝାମଣାରେ କୌଣସି ସମସ୍ୟା ଦେଖାଦେବାରୁ ପରେ ଆଲୋଚନା ଶିଥିଳ ପଡ଼ିଯାଇଥିଲା। ଏବେ ସେ ଭାଜପାରେ ଯୋଗଦେବା ଫାଇନାଲ ହୋଇଛିି। ସେ ନିଜେ ଲଢ଼ିବେ ଏବଂ ତାଙ୍କ ସମର୍ଥିତ ପ୍ରାର୍ଥୀ, ପ୍ରାର୍ଥିନୀଙ୍କୁ ଜିତାଇବାକୁ ସମର୍ଥନ କରିବେ ବୋଲି ସମର୍ଥକମାନେ କହୁଛନ୍ତି। ଭାଜପାରେ ମିଶିବା ନେଇ କେତେକ ଭାଜପା ନେତା ସ୍ବାଗତ କରୁଥିବା ବେଳେ କେତେକ ଅସନ୍ତୋଷ ବ୍ୟକ୍ତ ମଧ୍ୟ କରୁଛନ୍ତି। ତେବେ ତାଙ୍କୁ ଦଳରେ ସାମିଲ କରାଗଲେ ଦଳ ଲାଭବାନ ହେବ, ଏହି ଆଶାରେ ଭାଜପାର କେତେକ ରାଜ୍ୟସ୍ତରୀୟ ନେତା ମଧ୍ୟ ଦଳରେ ସାମିଲ କରିବାକୁ ବହୁ ଆଗରୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ସେ ଭାଜପାରେ ଯୋଗଦେଲେ ଚମ୍ପୁଆ ସିଟ୍‌ ପାଇଁ ଦାବିଦାର ହେବେ। ଏହି ଆଶଙ୍କା କରି ଚମ୍ପୁଆର ଆଶାୟୀ ମୁରଲୀ ମନୋହର ଶର୍ମାଙ୍କ ଶିବିରରେ ଛନକା ପଶିଯାଇଛି। ବାରମ୍ବାର ହାରିବା ସତ୍ତ୍ୱେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ଆଶା ମୁରଲୀ ଛାଡ଼ିନାହାନ୍ତି। ତେବେ ତାଙ୍କ ସ୍ଥିତି ଭଲ ନ ଥିବାରୁ ଦଳର ଶୀର୍ଷ ନେତାମାନେ ବୋଧହୁଏ ସନାତନଙ୍କୁ ଦଳରେ ସାମିଲ କରି ସିଟ ହାତେଇବାକୁ ଉଦ୍ୟମ କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି। ସନାତନ ପ୍ରାର୍ଥୀ ହେଲେ କଡ୍ଡା ଟକ୍କର ହେବ। ଖଣିଖାଦାନ ସମୃଦ୍ଧ ଧନଶାଳୀ ଚମ୍ପୁଆ ନିର୍ବାଚନମଣ୍ଡଳୀ ହାତେଇବାକୁ ସବୁ ଦଳ ଉଦ୍ୟମ କରୁଛନ୍ତି। ଏଥିରେ ଅଛପା ନାହିଁ। ଏଣୁ ଚଳିତ ନିର୍ବାଚନରେ ଚମ୍ପୁଆରୁ ସନାତନ ଓ ମୁରଲୀଙ୍କ ବ୍ୟତୀତ ବିଜେଡିରୁ କୁଶ ଆପଟ, ଜିତୁ ପଟ୍ଟନାୟକ, ବର୍ତ୍ତମାନର ବିଧାୟିକା ମୀନାକ୍ଷୀ ମହାନ୍ତ ଓ ତାଙ୍କ ସ୍ବାମୀ ଭଳି ପାଓ୍ବାରଫୁଲ ନେତାମାନେ ଆଶାୟୀ ହୋଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ତେବେ ଖଣିବ୍ୟବସାୟରେ ଲିପ୍ତ ଥିବା ଏବଂ ପୂର୍ବରୁ ବହୁ ମାମଲାରେ ଫସି ଥିବା କୁଶଙ୍କୁୁ ବିଜେଡି ଦଳ ଟିକେଟ ଦେଇ ନ ଥିଲା। ଏପରିକି ଦଳ ବିରୋଧରେ ଯାଇ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢ଼ି ହାରିଥିବା କୁଶଙ୍କୁ ନିଲମ୍ବନ ହେବାକୁ ପଡ଼ିଥିଲା। ଏଣୁ ପୁଣି ଥରେ କୁଶ ଆଶାବାଦୀ ଥିବା ବେଳେ ତାଙ୍କୁ ଦଳ ପୁଣି କେଉଁ ଆଧାରରେ ଦେବ ଏବଂ ବିରୋଧୀଙ୍କୁ ଚୁପ କରିବ ତାହା ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି। ସେହିପରି ବିଜେଡିର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ମଧ୍ୟ ଆଶାୟୀ ରହିଥିବା ବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ମଧ୍ୟ ଘୋଷଣା ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri