ସତର୍କ କରାଇଲେ ରଘୁରାମ ରାଜନ; ସଙ୍କଟ ଆଡକୁ ମୁହାଁଉଛି ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୧୩-୧୦: ଦେଶର ବିତ୍ତୀୟ ନିଅଣ୍ଟ ବଢୁଥିବା ବେଳେ ଏହା ଘରୋଇ ବଜାରକୁ ଖରାପସ୍ଥିତି ଆଡକୁ ଟାଣି ନେଉଛି। ଏଭଳି ବିଭିନ୍ନ କାରଣ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଘୋର ସଙ୍କଟ ଆଡକୁ ଗତି କରୁଛି। ବିମୁଦ୍ରୀକରଣ ଏବଂ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଜିଏସ୍‌ଟି ମାନ୍ଦାବସ୍ଥାର କାରଣ ହୋଇଛି ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଶନିବାର କହିଛନ୍ତି। ବ୍ରାଉନ ୟୁନିଭର୍ସିଟିଠାରେ ଓପି ଜିନ୍ଦଲ ଲେକଚର କାର୍ଯ୍ୟକ୍ରମରେ ସେ କହିଛନ୍ତି, ଭାରତରେ ଅର୍ଥନୈତିକ ଦୃଷ୍ଟିଭଙ୍ଗୀ ଠିକ୍‌ ନ ରହିବା ଯୋଗୁ ଏହା ଦେଶକୁ ଅସୁବିଧା ସ୍ଥିତି ଆଡକୁ ଟାଣି ନେଉଛି। ଦେଶର ଜିଡିପି ଅଭିବୃଦ୍ଧି ୨୦୧୬ର ପ୍ରଥମ ତ୍ରୈମାସରେ ୯% ଥିବା ବେଳେ ଏଥିରେ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଭାରତ ଏହାର ଅର୍ଥନୈତିକ ଅଭିବୃଦ୍ଧି ଧାରାକୁ ହରାଇଛି। ଠିକ୍‌ ଭାବେ ଅର୍ଥନୈତିକ ଲକ୍ଷ୍ୟ ନ ରଖି କ୍ଷମତା କେନ୍ଦ୍ରୀକରଣ ସହ କାର୍ଯ୍ୟ କରିବା ଫଳରେ ଏଭଳି ସ୍ଥିତି ଉପୁଜିଛି।
ଚଳିତ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୫% ରହିଛି। ଏହା ଜୁଲାଇ ସେପ୍ଟେମ୍ବରରେ ୫.୩% ରହିବା ନେଇ ଆକଳନ କରାଯାଇଛି। ଅଗଷ୍ଟରେ ଔଦ୍ୟୋଗିକ ଅଭିବୃଦ୍ଧି ନକାରାତ୍ମକ ସ୍ଥିତିରେ ରହିବା ସହ ୧.୧%କୁ ଖସି ଆସିଛି। ରେଟିଂ ଏଜେନ୍ସି ମୁଡିସ୍‌ ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ କମାଇବା ସହ ୬.୨%ରୁ ୫.୮% ଖସାଇଛି। ଚାହିଦା ହ୍ରାସ, ନିଯୁକ୍ତି କମ୍‌ ହେବା ଏବଂ ଗ୍ରାମାଞ୍ଚଳ ପରିବାରଗୁଡିକରେ ଆର୍ଥତ୍କ ସ୍ଥିତି ଖରାପ ହେବାରୁ ମୁଡିସ ଏଭଳି ମତ ରଖିଛି। ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଦେଶର ଜିଡିପି ଅଭିବୃଦ୍ଧି ଆକଳନକୁ ମଧ୍ୟ ୬.୮%ରୁ ୬.୧%କୁ ହ୍ରାସ କରିଛି। ରାଜନ କହିଛନ୍ତି, ଦେଶରେ ଲାଗି ରହିଥିବା ପୁରୁଣା ଆର୍ଥତ୍କ ସମସ୍ୟାଗୁଡିକୁ ସମାଧାନ କରାଯାଇ ନାହିଁ। କ୍ଷତିଗ୍ରସ୍ତ ଆର୍ଥତ୍କ ଏବଂ ଶକ୍ତି କ୍ଷେତ୍ରକୁ ତୁରନ୍ତ ଭିତ୍ତିରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମାତ୍ର ଏଭଳି ସ୍ଥିତିରେ ଭାରତ ଅଭିବୃଦ୍ଧିର ନୂଆ ଉତ୍ସକୁ ଚିହ୍ନି ପାରୁନାହିଁ। ଦେଶରେ ନିବେଶ ହ୍ରାସ, ଚାହିଦାରେ ଗଭୀର ପ୍ରଭାବ, ରପ୍ତାନି ହ୍ରାସ ଏବଂ ଏନ୍‌ବିଏଫ୍‌ସି ସମସ୍ୟା ଉପରେ ରାଜନ ଉଦବେଗ ପ୍ରକାଶ କରିବା ସହ ବିମୁଦ୍ରୀକରଣ ଏବଂ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଜିଏସ୍‌ଟି ଦ୍ୱାରା ଅର୍ଥ ବ୍ୟବସ୍ଥା କିଭଳି ପ୍ରଭାବିତ ହୋଇଛି ସେ ଉପରେ ମତ ଦେଇଛନ୍ତି। ବିମୁଦ୍ରୀକରଣର ଉଦାହରଣ ଦେଇ ସେ କହିଛନ୍ତି, କେନ୍ଦ୍ରୀକୃତ ତଥା ଏକାକୀ ଭାବେ କୌଣସି କଥା ଚିନ୍ତା ନ କରି ସରକାର ଏହାକୁ ଲାଗୁ କଲେ। ମାତ୍ର ତାର ପ୍ରଭାବ ଅର୍ଥବ୍ୟବସ୍ଥାକୁ ସହିବାକୁ ପଡୁଛି। ବିମୁଦ୍ରୀକରଣ ପରେ ସରକାର ଜିଏସ୍‌ଟିକୁ ଠିକ୍‌ ଭାବେ ଲାଗୁ ନ କରାଇବା କାରଣରୁ ଏହା ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡକୁ ଭାଙ୍ଗିଥିବା ସେ ମତ ଦେଇଛନ୍ତି। ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ଅଭିବୃଦ୍ଧିକୁ ଧ୍ୟାନ ଦେବା ପରିବର୍ତ୍ତେ ବଣ୍ଟନ ଏବଂ ଲୋକ ମଙ୍ଗଳକୁ ଅଧିକ ପ୍ରାଥମିକତା ଦେଉଛନ୍ତି। ରାଜସ୍ବ କମ୍‌ ରହିଥିବା ବେଳେ ଯୋଜନାଗୁଡିକରେ ଖର୍ଚ୍ଚ କରିବାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

ଆୟୁଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରୋଗୀ ଆଡ୍‌ମିଟ୍‌ ହେବାର ୩ ଦିନ ପୂର୍ବରୁ ହେବ ସବୁ..

.ଭୁବନେଶ୍ୱର,୩୦ା୫: ଆୟୂଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଆଡମିଟ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରାଯିବ। ରୋଗୀ…

CUET UG ପରୀକ୍ଷାରେ ବି ବିଭ୍ରାଟ: ସମୟସୀମାରେ ହୋଇପାରିଲାନି ଆରମ୍ଭ

ନୂଆଦିଲ୍ଲୀ,୩୦।୫: କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ କଲେ ଚାକିରିରୁ ବରଖାସ୍ତ

ଭୁବନେଶ୍ୱର,୩୦।୫:  ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁନର୍ବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

କକ୍ରୋଚ ଜନତା ପାର୍ଟିକୁ ନେଇ ଆସିଲା RSSର ପ୍ରଥମ ପ୍ରତିକ୍ରିୟା: ‘ଜେନ Z’ ଆଶାବାଦୀ..

ନାଗପୁର,୩୦।୫: ‘କକ୍ରୋଚ ଜନତା ପାର୍ଟି’ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତୀୟ ଗଣତନ୍ତ୍ର ସମସ୍ତ ସ୍ବର ଏବଂ ଭାବନାକୁ ଗ୍ରହଣ…

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ସହଯୋଗୀ ଫେରାର

ଝାରସୁଗୁଡ଼ା, ୩୦।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ଝାରସୁଗୁଡା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ମା’ ଘଣ୍ଟେଶ୍ୱରୀ ମନ୍ଦିର ନିକଟରେ…

ଚୁଟି ନାହିଁ ତ ହାଜିରା ନାହିଁ: ଫେସ୍‌ ସ୍କାନ୍‌ର ଅଜବ ସମାଧାନ ବାଟ ବାହାରକଲେ ଶ୍ରମିକ

ନୂଆଦିଲ୍ଲୀ,୩୦ା୫:ଲଣ୍ଡାହେବା ଯୋଗୁ ତେଲଙ୍ଗାନାର ଜଣେ ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କୁ ହାଜିରା ଆପ୍‌ ଚିହ୍ନିପାରି ନ ଥିଲା। ଶେଷରେ ସେ ଏହାର ଏକ ଅଜବ ସମାଧାନ ବାଟ ବାହାର କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri