Posted inଖେଳ

ସଚିନ କ୍ରିକେଟ୍‌ରୁ ସନ୍ୟାସ ନେବା ଦିନ କାନ୍ଦି ପକାଇଥିଲେ ଏହି ଦୁଇ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି

ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବା ସମଗ୍ର ବିଶ୍ୱ ଖେଳ ଜଗତକୁ ଚକିତ କରିଥିଲା। ଏହି ଦିନ ସଚିନ୍‌ଙ୍କ କଥା ଶୁଣି କାନ୍ଦି ପକାଇଥିଲେ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳୀ କିର୍କ ଏଡଓ୍ବାର୍ଡସ୍‌ ଓ କ୍ରିସ୍‌ ଗେଲ୍‌। ନିକଟରେ କିର୍କ ଇନ୍‌ଷ୍ଟା ଲାଇଭ୍‌ରେ ଏହା ସ୍ପଷ୍ଟ କରିଛନ୍ତି।

୨୦୧୩ରେ ବମ୍ବେର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିଥିଲେ ସଚିନ। ୨୦୦ତମ ଟେଷ୍ଟ ଖେଳିବାକୁ କିର୍କ ସେଠାରେ ଥିଲେ। ସେ ଦୃଷ୍ଟିରୁ ତାଙ୍କ ପାଇଁ ମଧ୍ୟ ଭାବୁକ କ୍ଷଣ ଥିଲା। ଚଷମା ପିନ୍ଧିଥିଲେ ସେ। ଗେଲ୍‌ଙ୍କ ପାଖରେ ବସିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ସଚିନ ସ୍ପିଚ୍‌ ଦେଇଥିଲେ। ସଚିନଙ୍କ କଥା ଶୁଣି ଉଭୟଙ୍କ ଆଖିରେ ଲୁହ ଥିଲା। କାନ୍ଦିବେନାହିଁ ବୋଲି ଭାବିଥିଲେ ବି ଶେଷରେ କାନ୍ଦି ପକାଇଥିଲେ। କାରଣ ସଚିନଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ ଭାବିବା ସମୟରେ ଦୁଃଖ ଲାଗୁଥିଲା ବୋଲି ସେ କହିଛନ୍ତି। ଏଡ୍‌ଓ୍ବାର୍ଡ ଟିମ୍‌ରେ ସାମିଲ ଥିଲେ। ହେଲେ ମ୍ୟାଚ୍‌ ଖେଳି ନ ଥିଲେ।

ସଚିନଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ସେ ନିଜ କ୍ୟାରିଅର ସମୟରେ ଏକଦିନିକିଆରେ ୧୫,୯୨୧ ଏବଂ ଟେଷ୍ଟରେ ୧୮,୪୨୬ ରନ୍‌ କରିଥିଲେ। ସଚିନ୍‌ ୧୦୦ରୁ ଅଧିକ ଶତକ କରିଥିଲେ। ୧୪ ଟେଷ୍ଟ ଓ ୬୨ ଏକଦିନିକିଆରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ସେ ହୋଇଥିଲେ। ନିଜର ଶେଷ ମ୍ୟାଚ୍‌ରେ ସଚିନ ୭୪ ରନ୍‌ କରିଥିଲେ। ସେତେବେଳେ ଭାରତ ଓ୍ବେଷ୍ଟଇଣ୍ଡିଜ୍‌କୁ ୧୨୬ରନ୍‌ରେ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri