ସଙ୍କଟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା

ନୂଆଦିଲ୍ଲୀ,୧୪।୪: ଭାରତ ସମେତ ସାରା ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ଆସୁଥିବାରୁ ସେମାନଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିମନ୍ତେ ଅଧିକରୁ ଅଧିକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ(ପିପିଇ) ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଦେଶରେ ଏବେ ସୁଦ୍ଧା ୯ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦୦ରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ଘଟିଲାଣି। ପ୍ରଥମ ୧୦୦ଜଣ ସଂକ୍ରମିତ ପ୍ରାୟ ସହରାଞ୍ଚଳର ହୋଇଥିବାବେଳେ ଏବେ ଛୋଟ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷା ଉପକରଣର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ରାଜ୍ୟ ସରକାର ଏସବୁ ଉପରେ ବିଶେଷ ଧ୍ୟାନ ଦେଉଥିବା କହୁଥିବାବେଳେ ଆବଶ୍ୟକ ସଂଖ୍ୟକ ପିପିଇ ଯୋଗାଇବାରେ ବିଫଳ ହେଉଛନ୍ତି। ଫଳସ୍ବରୂପ କିଛି କିଛି ସ୍ଥାନରେ ଡାକ୍ତରମାନେ ରେନ୍‌କୋଟ୍‌ ଏବଂ ହେଲ୍‌ମେଟ ପିନ୍ଧି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଲକ୍ଷ୍ନୋର ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତରଙ୍କ କହିବା ହେଲା ବର୍ତ୍ତମାନ ଏକପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆମେ ସମସ୍ତେ ଜଣେ ଜଣେ ସୈନିକ ଭାବେ ନିଜକୁ ଭାବିବା ଦରକାର। କିନ୍ତୁ ସରକାର ଆମ ଭଳି ସୈନିକଙ୍କୁ ବିନା ଅସ୍ତ୍ରରେ ଯୁଦ୍ଧ କ୍ଷେତ୍ରକୁ ପଠାଉଛନ୍ତି। ଆବଶ୍ୟକ ପରିମାଣର ପିିପିଇ କିଟ୍‌ ମିଳୁ ନ ଥିବା କାରଣରୁ ଆମେ ନିଜକୁ ସୁରକ୍ଷିତ ମଣୁ ନାହୁଁ ବୋଲି ଡାକ୍ତର ଜଣକ ପ୍ରକାଶ କରିଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରରେ ଏବେ ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସେମାନେ କାର୍ଯ୍ୟ କରୁଥିବା କିଛି ହସ୍ପିଟାଲ୍‌କୁ ଶଟ୍‌ଡାଉନ ମଧ୍ୟ କରିଦିଆଗଲାଣି। ତେଣୁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ ହୋଇପଡ଼ିଛି। ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ସେମାନଙ୍କୁ କ୍ଷେତ୍ରାଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ସହଯୋଗ ଏବଂ କ୍ୱାରାଣ୍ଟାଇନ ସେଣ୍ଟର ପରିଚାଳନା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସଂସ୍ଥା ପାଇଁ ମଧ୍ୟ ପିପିଇ ଜରୁରୀ ହୋଇଯାଇଛି।
ଅପରପକ୍ଷରେ ଲକ୍‌ଡାଉନ୍‌ ସମୟରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ସେମାନେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ନିକଟରେ ଜଣେ କରୋନା ସଂକ୍ରମିତ କ୍ୱାରାଣ୍ଟାଇନ ସେଣ୍ଟରରୁ ଖସି ପଳାଇଥିଲେ। ତାଙ୍କୁ ପୋଲିସ ଖୋଜାଖୋଜି କରି କାବୁ କରିଥିଲା। ତେଣୁ ସମୟ ସମୟରେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ପୋଲିସକୁ ଆସିବାକୁ ମଧ୍ୟ ପଡ଼ୁଛି। ବର୍ତ୍ତମାନ ସ୍ଥିତିରେ ପୋଲିସଙ୍କୁ ଯେତିକି ପରିମାଣରେ ପିପିଇ ଯୋଗାଇ ଦିଆଯାଉଛି ତାହା ପର୍ଯ୍ୟାପ୍ତ ହେଉ ନାହିଁ ବୋଲି ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସଙ୍କ ବ୍ୟତୀତ ଜରୁରିକାଳୀନ ସେବାରେ ନିୟୋଜିତ ହେଉଥିବା କର୍ମଚାରୀଙ୍କୁ ସୁରକ୍ଷା ଉପକରଣ ଯୋଗାଇବା ଆବଶ୍ୟକ ବୋଲି କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଭାରତରେ ସର୍ବନିମ୍ନ ୧୦ଲକ୍ଷ ପିପିଇ କିଟ୍‌, ୪କୋଟି ଏନ୍‌-୯୫ ମାସ୍କ, ୨କୋଟି ସର୍ଜିକାଲ୍‌ ମାସ୍କ ଏବଂ ୧୦ଲକ୍ଷ ଲିଟର ସାନିଟାଇଜର ଆବଶ୍ୟକ ବୋଲି ପିପିଇ ପ୍ରସ୍ତୁତ କରୁଥିବା ସରକାରଙ୍କ ପରିଚାଳିତ ଏଚ୍‌ଏଚ୍‌ଏଲ୍‌ ଲାଇଫ୍‌ କେୟାର ଲିମିଟେଡ୍‌ ପକ୍ଷରୁ କୁହାଯାଇଛି। ତେବେ ଇତିମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତ ୯ତାରିଖରେ ୧କୋଟି ୭୦ଲକ୍ଷ ପିପିଇ କିଟ୍‌ ବରାଦ ଦିଆଯାଇଛି, ଯାହାକି ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌ କେୟାର ଆକଳନଠାରୁ ଯଥେଷ୍ଟ ଅଧିକ। ଆଉ ଏହା ପ୍ରସ୍ତୁତ କରିବା ପାଇଁ ୨୦ଟି ଘରୋଇ ଉଦ୍ୟୋଗକୁ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏତେ ସଂଖ୍ୟକ ପିପିଇ ପ୍ରସ୍ତୁତ କେବେ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଗତ ୩୦ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, କିଟ୍‌ ଯୋଗାଣକାରୀ ସଂସ୍ଥା ଦିନକୁ ମାତ୍ର ୧୫ହଜାର କିଟ୍‌ ପ୍ରସ୍ତୁତ କରିପାରିବେ। ଆଉ ଏହି କିଟ ପ୍ରସ୍ତୁତ କରିବାକୁ ସିଙ୍ଗାପୁର, ଚାଇନାର କିଛି ସଂସ୍ଥାକୁ ମଧ୍ୟ ବରାଦ ଦିଆଯାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କରୋନା ଭୂତାଣୁର ଭୟାବହତା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ଜରୁରୀ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପିପିଇ କିଟ୍‌ ଯୋଗାଇଦେବା ଜରୁରୀ ହୋଇପଡ଼ିଛି। ଅନ୍ୟଥା ସେମାନଙ୍କ ଜୀବନ ସଙ୍କଟରେ ପଡ଼ିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri