ସଙ୍କଟରେ ଆଦିବାସୀଙ୍କ ପାରମ୍ପରିକ ଜୀବିକା -ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ

ତେଲକୋଇ, ୬।୬(ଡି.ଏନ.ଏ.)-ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଆଗରୁ ଗରିବ ଆଦିବାସୀ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଏହାକୁ ହାଟ ବଜାରରେ ବିକି ଚଳୁଥିଲେ। ଏବେ ବଜାର ସୁବିଧା ଅଭାବରୁ ଏହାକୁ କମ୍‌ ଦାମରେ ବିକି ସେମାନେ ଗୁଜୁରାଣ ମେଣ୍ଟାଇବାକୁ ଅସମର୍ଥ ହେଉଛନ୍ତି। ଅନେକେ ବନବାସୀ ପୁରୁଣା ବୃତ୍ତି ଛାଡି ଭିନ୍ନ ପନ୍ଥା ଖୋଜିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଜଙ୍ଗଲରେ ବର୍ତ୍ତମାନ ଟନ୍‌ ଟନ୍‌ ଶାଳମଞ୍ଜି ପଡି ରହି ନଷ୍ଟ ହେଉଥିବା ସୂଚନା ମିଳିଛି।
ଆଦିବାସୀ ବହୁଳ ତେଲକୋଇ ଅଞ୍ଚଳରେ ଏବେ ଶାଳ ମଞ୍ଜି ବନବାସୀଙ୍କ ଜୀବନ ରେଖା ପାଲିଟିଛି। ପ୍ରତିବର୍ଷ ଏପ୍ରିଲ ଓ ମେ ବେଳକୁ ଶାଳମଞ୍ଜି ପାଚି ଝଡି ପଡିଥାଏ ା ଏହି ସମୟରେ ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀ ବଡିଭୋର ସମୟରୁ ଟୋକେଇ ଧରି ଜଙ୍ଗଲକୁ ଯାଇ ଗଛତଳେ ପଡିିଥିବା ମଞ୍ଜି ସଂଗ୍ରହ କରିଥାନ୍ତି। କେତେକ ପରିବାର ଖାଦ୍ୟପାନୀୟ ସାଥୀରେ ଧରି ଜଙ୍ଗଲକୁ ଯାଇ ଦିନତମାମ ମଞ୍ଜିି ସଂଗ୍ରହ କରନ୍ତି ା ସେମାନେ ଏହାକୁ ଘରକୁ ଆଣି ଖରାରେ ଶୁଖାଇ ପରିଷ୍କାର କରିଥାନ୍ତି। ପରେ ପଥର ସାହାଯ୍ୟରେ ଶାଳମଞ୍ଜିକୁ ରଗଡି ସେଥିରୁ ଚୋପା ବାହାର କରି ଏହାକୁ ବିକ୍ରି ଉପଯୋଗୀ କରିଥାନ୍ତି। ଶାଳମଞ୍ଜିକୁ ବିକ୍ରି ଯୋଗ୍ୟ କରିବା ଲାଗି ଆଦିବାସୀଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ। ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଜରିଆରେ ଶାଳମଞ୍ଜିରୁ ତେଲ, ସାବୁନ, ସାମ୍ପୁ, ପେଷ୍ଟ ସମେତ ବିଭିନ୍ନ ଔଷଧୀୟ ତୈଳ ପ୍ରସ୍ତୁତ କରାଯାଉଛି। କିନ୍ତୁ କେନ୍ଦୁଝର ଜିଲାରେ ଶାଳମଞ୍ଜି ଶିଳ୍ପ ପ୍ରତିଷ୍ଠା ଲାଗି କୌଣସି ପଦକ୍ଷେପ ନିଅଯାଉ ନାହିଁ ା ଅନ୍ୟପକ୍ଷେ ସରକାରୀ ଭାବେ ବନଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରାଯାଉ ନ ଥିବାରୁ ବେପାରୀ ଓ ଦଲାଲମାନେ ଏଥିରୁ ଫାଇଦା ଉଠାଇ ଆଦିବାସୀଙ୍କଠାରୁ ବର୍ତ୍ତମାନ ଶାଳମଞ୍ଜିକୁ ଅତି କମ୍‌ ମୂଲ୍ୟରେ କିଣି ନେଉଛନ୍ତି। ଏହି ମଞ୍ଜି କିଲୋ ଏବେ ମାତ୍ର ୧୦ରୁ ୧୨ ଟଙ୍କାରେ ବିକ୍ରି ହେଉଛି। ସଂଗ୍ରହକାରୀମାନେ ଏହାର ଉଚିତ ମୂଲ୍ୟ ପାଉ ନ ଥିବାରୁ ଏହି କାର୍ଯ୍ୟରୁ କ୍ରମେ ମୁହଁ ଫେରାଇ ନେଉଛନ୍ତି। ଜଙ୍ଗଲରେ ଅନେକ ବନଜାତ ଦ୍ରବ୍ୟ ପଡି ରହି ନଷ୍ଟ ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହିଁ । ଏହି ମଞ୍ଜିରୁ ତେଲ ,ଏକ ପ୍ରକାର ଖିଅ ତିଆରି ହେଉଥିବା ଯୋଗୁଁ ଏହି ଅଞ୍ଚଳରେ ଅନୁଗୋଳ, ସମ୍ବଲପୁର ଜିଲାରେ ବେପାର ଅଞ୍ଚଳରେ ଏଜେଣ୍ଟ ରଖି ଏହି କାରବାର କରିଥାନ୍ତି । ସରକାରୀ ସ୍ତରରେ ବନଜାତ ଦ୍ରବ୍ୟ ସଂଗ୍ରହ ଲାଗି କୌଣସି ପ୍ରୋତ୍ସାହନ ଦିଆ ନ ଯିବା ଏକ ବିଡ଼ମ୍ବନାର ବିଷୟ। ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri