ସକାଳେ ପିଇଲେ ଗ୍ଲାସେ ତମ୍ବାପାତ୍ର ପାଣି ମିଳିବ କ’ଣ…

ସକାଳେ ନିତ୍ୟକର୍ମ ସାରି ଗ୍ଲାସେ ତମ୍ବାପାତ୍ର ପାଣି ପିଇଲେ ଅନେକ ଉପକାର ହୋଇଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳୁ ପିଇବା ଉଚିତ। ଏହି ପାଣିରେ ତମ୍ବା ଆୟନ ଚାର୍ଜ ହୋଇଯାଇଥାଏ। ତମ୍ବା ଅଣୁଜୀବ ନିରୋଧୀ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଫଳରେ ବିଭିନ୍ନ ସଂକ୍ରମଣରୁ ମୁକ୍ତି ମିଳିବା ସହିତ ଯୁବ ସୁଲଭ ଠାଣି ବଜାୟ ରହିଥାଏ। ଅଭ୍ୟାସ କରି ନିୟମିତ ଏହାକୁ ପିଇଲେ ଶରୀର ମଧ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ କ୍ଷତ ମଧ୍ୟ ଶୁଖିଯାଏ।