ସକାଳେ ଜୁସ୍‌ ସନ୍ଧ୍ୟାରେ ସୁପ୍‌

ଓଡ଼ିଆ ସଙ୍ଗୀତ ଜଗତରେ ଅସୀମା ପଣ୍ଡା ଜଣେ ଚର୍ଚ୍ଚିତ ଚେହେରା। ଗତ କିଛି ବର୍ଷ ହେବ ଏହି କଣ୍ଠଶିଳ୍ପୀଙ୍କ ସ୍ବର ଓଡ଼ିଆ ଶ୍ରୋତାଙ୍କୁ ମତୁଆଲା କରି ରଖିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ପରିବେଷଣ କରୁଥିବା ଅସୀମା ଫିଟ୍‌ନେସ୍‌ ପାଇଁ ବି ସମୟ କାଢ଼ନ୍ତି। ବ୍ୟସ୍ତବହୁଳ ଜୀବନ ଭିତରୁ ନିଜକୁ ଫିଟ୍‌ ରଖିବା ପାଇଁ ବି ଚିନ୍ତା କରନ୍ତି..

ଭେଜ୍‌ ଖାଇବାକୁ ଭଲ ପାଏ
ଅଧିକ ସମୟ ଭେଜ୍‌ ତରକାରି ଖାଇବାକୁ ପସନ୍ଦ କରେ। ଘରେ ମା’ଙ୍କ ହାତରନ୍ଧା ସମସ୍ତ ଭେଜ ତରକାରି ମୋର ଅତିପ୍ରିୟ। ଆମିଷ ତଥା ନନ୍‌ଭେଜ ଖାଦ୍ୟ ବହୁତ ଖାଉଥିଲି। ଆମିଷ ଖାଦ୍ୟ ପ୍ରତି ଦୁର୍ବଳତା ଅଛି। ହେଲେ କେବଳ ଘରେ ତିଆରି ହେଉଥିବା ଆମିଷ ଖାଦ୍ୟ ଖାଏ। ବାହାରେ ତେଲମସଲାରେ ଭର୍ତ୍ତି ତରକାରି ଖାଇବାକୁ ଆଦୌ ପସନ୍ଦ କରେନି। ବାହାରେ ଥିଲେ ଭେଜ୍‌ ଖାଇବାକୁ ପଡ଼େ।
ନିୟମିତ ବ୍ୟବଧାନରେ ପାଣି ପିଏ
ଷ୍ଟେଜ ପ୍ରୋଗ୍ରାମ ହେଉ ଷ୍ଟୁଡ଼ିଓରେ ଡବିଂ। ଯେଉଁଠି ଥିଲେ ବି ନିୟମିତ ସମୟ ବ୍ୟବଧାନରେ ପାଣି ପିଏ। ପ୍ରଚୁର ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ହୁଏ। ପାଣି ପିଇବାକୁ କେବେ ଭୁଲେନାହିଁ। ଘରୁ ବାହାରିବା ମାତ୍ରେ ମୋ ସହିତ ପାଣି ବୋତଲ ଥାଏ। କଣ୍ଠଶିଳ୍ପୀ ହୋଇଥିବାରୁ ଥଣ୍ଡା ପାଣି କି କୋଲ୍ଡ ଡ୍ରିଙ୍କସ ପିଏ ନାହିଁ। ସକାଳେ ଅଦା ମିଶା ଚା’ ପିଏ।
ମନକୁ ତାଜା ରଖେ ଜୁସ୍‌, ସୁପ୍‌
ସକାଳେ ଉଠିବା ପରେ ଅଳ୍ପ ସମୟ ଯୋଗ କରେ। ଯୋଗ ଦ୍ୱାରା ମନକୁ ଫୂର୍ତ୍ତି ମିଳେ। ବ୍ରେକ୍‌ଫାଷ୍ଟରେ ଘର ତିଆରି ଖାଦ୍ୟ ସହିତ ଫ୍ରୁଟ୍‌ ଜୁସ ସାମିଲ ଥାଏ। ଏହାବ୍ୟତୀତ ସନ୍ଧ୍ୟା ସମୟରେ ଘରେ ଥିଲେ ପ୍ରାୟ ସମୟ ସୁପ୍‌ ପିଏ। ବାର ଅନୁସାରେ ଭେଜ୍‌ କିମ୍ବା ନନଭେଜ ସୁପ୍‌ ପିଇଥାଏ। ଚିକେନ୍‌ ଓ ଏଗ୍‌ ଫ୍ଲାୱାର ସୁପ୍‌ ଭଲପାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri