ଭୁବନେଶ୍ୱର,୩୧ା୭(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏଣିକି ସାନ୍ତାଳୀ ଓ ନେପାଳୀ ଭାଷାରେ ଫେଲୋଶିପ୍ ତଥା ସ୍କଲାରଶିପ୍ ପ୍ରଦାନ କରିବ। ମଙ୍ଗଳବାର କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଏନେଇ ଘୋଷଣା କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ଫେଲୋଶିପ୍ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ଥିବା ଭାଷାଗୁଡ଼ିକରେ ପ୍ରଦାନ କରାଯାଇଥାଏ। ହେଲେ ନେପାଳୀ ଓ ସାନ୍ତାନ୍ତୀ ଭାଷା ସମ୍ବିଧାନର ଅନୁସୂଚୀରେ ସାମିଲ ଥିଲେ ମଧ୍ୟ ପୂର୍ବରୁ ଏଥିରେ ଫେଲୋଶିପ୍ ପ୍ରଦାନ କରାଯାଉ ନ ଥିଲା। ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସଂସ୍କୃତି କ୍ଷେତ୍ରରେ ଅସାଧାରଣ ପ୍ରତିଭାସମ୍ପନ୍ନ କଳାକାରଙ୍କୁ ଉଭୟ ଭାଷାରେ ସିନିୟର୍ ଏବଂ ଜୁନିୟର୍ ଫେଲୋଶିପ୍ ପ୍ରଦାନ କରାଯିବ। ଯୋଜନା ଅନ୍ତର୍ଗତ ‘ସାହିତ୍ୟ’ କ୍ଷେତ୍ରର ଉପକ୍ଷେତ୍ରରେ ଏହି ଦୁଇଟି ଭାଷାକୁ ସାମିଲ କରାଯିବ। ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଳାକାର, ସାହିତି୍ୟକ ଓ ଗବେଷକମାନଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ପ୍ରକାର ଫେଲୋଶିପ୍ ଓ ସ୍କଲାରଶିପ୍ରେ ଏହି ଦୁଇ ଭାଷାକୁ ଅନ୍ତର୍ଭୁକ୍ତ କରାଯିବ। ଗବେଷଣା ସଂକ୍ରାନ୍ତ ପ୍ରକଳ୍ପ ଲାଗି ଏହି ଫେଲୋଶିପ୍ ପ୍ରଦାନ କରାଯାଉଥିବାରୁ ଏହାଦ୍ୱାରା ସାନ୍ତାଳୀ ଭାଷାରେ ଅଧିକରୁ ଅଧିକ ଗବେଷଣା ହେବା ସହିତ ଗବେଷକମାନେ ଗବେଷଣା ପାଇଁ ଆଗ୍ରହ ଦେଖାଇବେ ବୋଲି କୁହାଯାଇଛି।
ଦ୍ୱାରକାସ୍ଥିତ ସେଣ୍ଟର୍ ଫର୍ କଲ୍ଚରାଲ ରିସୋର୍ସେସ୍ ଆଣ୍ଡ୍ ଟ୍ରେନିଂ(ସିସିଆର୍ଟି) ଏହି ଫେଲୋଶିପ୍ କାର୍ଯ୍ୟକ୍ରମର ଚୟନ ପ୍ରକ୍ରିୟା ଲାଗି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି ଯୋଜନାରେ ‘ଲିଟେରାରି ଆର୍ଟ’ ଏକ ବିଷୟବସ୍ତୁ ହୋଇଥିବାବେଳେ ଏହାର ଉପବିଭାଗ ବା ସବ୍-ଫିଲ୍ଡରେ ଜଣେ ୨୨ଟି ଭାଷାରେ ଗବେଷଣା ଲାଗି ଆବେଦନ କରିପାରିବ। ଏହି ଭାଷା ମଧ୍ୟରେ ଭାରତୀୟ ସମ୍ବିଧାନର ଧାରା ୩୪୪(୧) ଏବଂ ଧାରା ୨୫୧ର ଅଷ୍ଟମ ଅନୁସୂଚୀରେ ସାମିଲ ଥିବା ୨୦ଟି ଭାଷା ଯଥା ଓଡ଼ିଆ, ପଞ୍ଜାବୀ, ଅହମିୟା, ବଙ୍ଗଳା, ବୋଡୋ, ଡୋଗ୍ରୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କାଶ୍ମିରୀ, କୋଙ୍କଣୀ, ମୈଥିଳୀ, ମାଲାୟାଲମ୍, ମଣିପୁରୀ, ମରାଠୀ, ସଂସ୍କୃତ, ସିନ୍ଧୀ, ତାମିଲ୍, ତେଲୁଗୁ ଓ ଉର୍ଦ୍ଦୁ ରହିଛି। ଏହାସହ ଅନ୍ୟଦୁଇଟି ଭାଷା ମଧ୍ୟରେ ଇଂଲିଶ ଓ ଖାସୀ ଭାଷା ରହିଛି। ସାନ୍ତାଳୀ ଭାଷା ଓଡ଼ିଶାର ଅନ୍ୟତମ ପ୍ରମୁଖ ଭାଷା। ବିଶେଷକରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅଧିକ ବ୍ୟବହୃତ ହୋଇଥାଏ। ଓଡ଼ିଶାରୁ ବହୁ କବି ଓ ଗବେଷକ ଏହି ଭାଷାରେ ପାରଦର୍ଶିତା ଲାଭ କରିଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।
ସଂସ୍କୃତି ମନ୍ତ୍ରଣାଳୟ ଫେଲୋଶିପ୍ରେ ୨ ନୂଆ ଭାଷା ସାମିଲ: ସାନ୍ତାଳୀ ଭାଷାରେ ମିଳିବ ଫେଲୋଶିପ୍
Posted inଆମ ଜିଲା ଖବର, ମେଟ୍ରୋ View All
ରାତିରେ ଝିଅ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…
ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…
ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି
ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…
୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ
ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…
ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ
ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍ଏସ୍ଏସ୍ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…
କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା
ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…
ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…
ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…
ମହିଳା ସଂରକ୍ଷଣ ବିଲ୍କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍, କହିଲେ ଦେଶକୁ ଏକ ନୂଆ…
ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍ମିଟ୍ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…
ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…
ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…
Archives

