ସଂସ୍କାର ଧାରାରୁ ଫାଇଦା ମିଳିବ:ମୋଦି

ନୂଆଦିଲ୍ଲୀ,୩।୬: ଭାରତ ନିଶ୍ଚିତ ପକ୍ଷେ ଏହାର ଅଭିବୃଦ୍ଧି ପଥକୁ ଫେରିବ। ଲକ୍‌ଡାଉନ ସମୟରେ ସରକାର ଯେଉଁ ସଂସ୍କାର ଧାରା ଗ୍ରହଣ କରିଛନ୍ତି ତା’ର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶକୁ ପୁଣି ଥରେ ଛିଡା କରିବା ଲାଗି ସରକାର ଏବଂ ଶିଳ୍ପ ଜଗତ ମିଳିତ ହୋଇ କାମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଛନ୍ତି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ (ସିଆଇଆଇ)ର ବାର୍ଷିକ ସାଧାରଣ ବୈଠକରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥା ସାମ୍ନାରେ ଆସୁଥିବା ସବୁ ସମସ୍ୟାକୁ ସାମ୍ନା କରିବାକୁ ପଡିବ। ସଙ୍କଟ ସମୟ ପରିଚାଳନା ଏବଂ ଅସୁବିଧାରୁ ବାହାରକୁ ଆସିବାର କ୍ଷମତା ଭାରତ ନିକଟରେ ରହିଛି। ଭାରତର ଟେକ୍ନୋଲୋଜି ଏବଂ ଦକ୍ଷତାକୁ ନେଇ ଗର୍ବିତ ।କୃଷକ, ଏମ୍‌ଏସ୍‌ଏମ୍‌ଇ, ଏଣ୍ଟରପ୍ରିନ୍ୟୋର ଏବଂ ଶିଳ୍ପ ଲିଡରଙ୍କ ଉପରେ ଭରସା ରହିଥିବା ବୋଲି ପ୍ରଧାନମନ୍ତ୍ରୀ ସେ ମତ ରଖିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ ପ୍ରଡକ୍ଟକୁ ବିଶ୍ୱ ସ୍ତରକୁ ନେବା, ନିଯୁକ୍ତି ସୃଷ୍ଟିରେ ଯୋଗଦାନ ଉପରେ କମ୍ପାନୀଗୁଡିକ କାମ କରୁଛନ୍ତି। ଅର୍ଥ ବ୍ୟବସ୍ଥାକୁ ଦୃଢ କରିବା ଲାଗି ସରକାର ଯୋଜନା ହାତକୁ ନେଉଛନ୍ତି। ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା ଭାରତ ବିଶ୍ୱସ୍ତରରେ ନିଜକୁ ଏକ ପ୍ରମୁଖ ସ୍ଥାନରେ ରଖିପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri