ସଂକ୍ରମିତ ଦଳିତଙ୍କ ଏତଲା ରଖୁନି ପୋଲିସ: କାର୍ଯ୍ୟାନୁଷ୍ଠାନ ନେଇ ଡିସିପିଙ୍କ ଦ୍ୱାରସ୍ଥ

ପୁରୁଣା ଭୁବନେଶ୍ୱର, ୧ା୧୨ (ଡି.ଏନ.ଏ.) ଏଚଆଇଭି ସଂକ୍ରମିତଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ପ୍ରତି ଅବିଚାର ନ ହେବା ନେଇ ଅନେକ ସରକାରୀ ଯୋଜନା ଲାଗୁ କରାଯାଉଛି। ଏଭଳିସ୍ଥଳେ ଲିଙ୍ଗରାଜ ଥାନା କର୍ତ୍ତୃପକ୍ଷଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି। ଡିସେମ୍ବର ୧ ବିଶ୍ୱ ଏଡ଼ସ୍‌ ଦିବସ ନିକଟତର ହେଉଥିବା ବେଳେ ଏଭଳି ଏକ ଘଟଣା ସରକାରୀ କର୍ମଚାରୀଙ୍କ ମନୋଭାବ ପଦାରେ ପକାଇଦେଇଛି। ୨୧ ତାରିଖରେ ଜନୈକ ଏଚଆଇଭି ଆକ୍ରାନ୍ତ ଦଳିତ ତଥା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବାରମ୍ବାର ଟଙ୍କା ଉଠାଣ ନିମନ୍ତେ ନ ଆସିବା କୁହାଯିବା ସହ ଦଳିତ ବୋଲି ଜାତିଆଣ ଆକ୍ଷେପ କରି ବ୍ୟାଙ୍କ ପରିସରରେ ଆକ୍ରମଣ କରାଯାଇଥିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ ବାରମ୍ବାର ଥାନାକୁ ଦୌଡ଼ିବା ପରେ ମାମଲା ରୁଜୁ କରିବା ବଦଳରେ ଓଲଟି ଘରୋଇ ବ୍ୟାଙ୍କ ଅଭିଯୋଗକାରୀଙ୍କ ବିରୋଧରେ ଭଙ୍ଗାରୁଜା କରିବା ତଥା ଅନ୍ୟ ଅଭିଯୋଗ କରାଯାଇଛି ବୋଲି ଦର୍ଶାଇ ତାଙ୍କୁ ଫେରାଇ ଦିଆଗଲା। ଏଣୁ ବାଧ୍ୟ ହୋଇ ଗୁରୁବାର ଅଭିଯୋଗକାରୀ ଡିସିପି ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରେ ଲିଙ୍ଗରାଜ ଥାନାର ଏତାଦୃଶ ଅବହେଳା ବିଷୟରେ ଅବଗତ କରିଛନ୍ତି। ଏଥିସହ ବ୍ୟାଙ୍କ କର୍ମଚାରୀ ଓ ଘରୋଇ ବ୍ୟାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି। ନ୍ୟାୟ ନ ପାଇଲେ ମାନସିକ ସ୍ତରରେ ଚାପଗ୍ରସ୍ତ ଥିବାରୁ ଏହି ଏଚଆଇଭି ଆକ୍ରାନ୍ତ ଜୀବନ ହାରିବେ ବୋଲି କହିଛନ୍ତି। ଏପରି ଦୁଃଖଦ ଘଟଣା ନେଇ ଓଡ଼ିଶା ରାଜ୍ୟ ଏଡ଼ସ୍‌ କଣ୍ଟ୍ରୋଲ ସୋସାଇଟିର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ରାଉତ କହିଛନ୍ତି, ଏହି ଘଟଣା ଆମ ନଜରକୁ ଆସିନାହିଁ ତଥାପି ଡିସେମ୍ବର ବିଶ୍ୱ ଏଡସ୍‌ ଦିବସ ପରେ ଘଟଣାର ଅନୁସନ୍ଧାନ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ଏଡସ୍‌ କଣ୍ଟ୍ରୋଲ ସୋସାଇଟର ସହକାରୀ ନିର୍ଦ୍ଦେଶକ ଅଜୟ ପାତ୍ର କୁହନ୍ତି, ଏଚଆଇଭି ଆକ୍ରାନ୍ତକୁ ସମାଜରେ ସମ୍ମାନର ସହ ଜୀବନ ଜୀବିକା ନେଇ ଆମେ ପ୍ରତିଶ୍ରୁତିବଦ୍ଧ। ସାମାଜିକ ବାସନ୍ଦ ତଥା ଘୃଣା ଚକ୍ଷୁରେ ଦେଖିବା ଓ ଆକ୍ରମଣ ଇତ୍ୟାଦି ନେଇ ୨୦୧୭ ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସହ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ଅନୁସାରେ ପୋଲିସ୍‌ ବିଭାଗ ତପତ୍ରତା ପ୍ରକାଶ କଲେ ଅଭିଯୋଗକାରୀଙ୍କୁ ନିଶ୍ଚିତ ନ୍ୟାୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ଯାତ୍ରା ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri