ସଂକ୍ରମିତଙ୍କୁ ଶୋଷୁଛି ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ,୩୧।୫: ମହାମାରୀ କରୋନା ଲୋକଙ୍କ ନିଦ ହଜାଇ ଦେଇଛି। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ସରକାରୀ ସୁବିଧା ନ ଥିବାବେଳେ ରୋଗୀମାନେ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ଲାଗି ପ୍ରଚୁର ଅର୍ଥ ଦାବି କରାଯାଉଛି। ସରକାର ଏଭଳି ରୋଗୀଙ୍କ ଚିକିତ୍ସା ଲାଗି ନିର୍ଦ୍ଦିଷ୍ଟ କୌଣସି ଦର ଠିକ୍‌ କରି ନ ଥିବାବେଳେ ଘରୋଇ ହସ୍ପିଟାଲଗୁଡ଼ିକୁ ଏହା ପୁଷମାସ ସଦୃଶ ହୋଇଛି। ଫଳରେ ଆକ୍ରାନ୍ତ ଓ ସେମାନଙ୍କ ପରିବାର ଶୋଷଣର ଶିକାର ହେଉଛନ୍ତି। ଏଭଳି ସ୍ଥିତିକୁ ନେଇ ‘ଲୋକାଲ୍‌ସର୍କଲ୍ସ୍‌’ ନାମକ ଏକ କମ୍ୟୁନିଟି ସୋସିଆଲ ମିଡିଆରେ ଏନେଇ ସର୍ଭେ କରାଯାଇଛି। ରିପୋର୍ଟ ମୁତାବକ ୫୭% ଲୋକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ପ୍ରଚୁର ଅର୍ଥ ନିଆଯାଉଥିବା ମତ ଦେଇଛନ୍ତି।
ସର୍ଭେରେ ୫ଟି ପ୍ରଶ୍ନ ପଚରାଯାଇ ୪୦ ହଜାର ଲୋକଙ୍କ ମତାମତ ନିଆଯାଇଥିଲା। ୬୧% ବ୍ୟକ୍ତି କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଘର ଭଡ଼ାଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ସରକାର ନିର୍ଦ୍ଧାରଣ କରିବା ଉଚିତ ବୋଲି ମତ ଦେଇଥିଲେ। ହସ୍ପିଟାଲରେ ଦୁର୍ବଳ ଭିତ୍ତିଭୂମି, ଜନଗହଳିପୂର୍ଣ୍ଣ ପରିବେଶ, ସଂକ୍ରମଣ ରୋକିବାର ପ୍ରଣାଳୀ ଠିକ୍‌ ନ ଥିବାରୁ ପୁଣି ମହାମାରୀ ଫେରିବାର ଆଶଙ୍କା ରହିଥିବା ମତ ଦେଇଛନ୍ତି ୪୬% ଲୋକ। ଦେଶରେ କରୋନା ଚିକିତ୍ସା ଲାଗି ମେଡିକାଲ ଭିତ୍ତିଭୂମିର ଅଭାବ ରହିଥିବା ୩୨% ମତ ଦେଇଛନ୍ତି। କରୋନା ଚିକିତ୍ସା ଲାଗି ୩୨% ଘରୋଇ ହସ୍ପିଟାଲକୁ ଗୁରୁତ୍ୱ ଦେଇଥିବା ବେଳେ ୨୨% ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯିବାକୁ ଠିକ୍‌ ଭାବିଛନ୍ତି।
ଘରୋଇ ହସ୍ପିଟାଲରେ ମାତ୍ରାଧିକ ପରୀକ୍ଷା କରାଯିବା, କରୋନା ଚିକିତ୍ସା ସମ୍ପର୍କିତ ପ୍ରୋଟୋକଲ ସମ୍ପର୍କରେ ଧାରଣା କମ୍‌ ଥିବା, ଘରଭଡ଼ା ଅଧିକ ନେବା ପରିସ୍ଥିତିକୁ ଉତ୍କଟ କରିଛି। ଏମିତିକି ଛୋଟ ସହରଗୁଡ଼ିକରେ ଏବେ ମଧ୍ୟ ଘରୋଇ ହସ୍ପିଟାଲ ଶୋଷଣ ଜାରି ରଖିଥିବା ରିପୋର୍ଟରେ ଦର୍ଶାଯାଇଛି। ମହାମାରୀ କରୋନା ଅର୍ଥନୀତିକୁ ବିଗାଡ଼ି ଦେଇଥିବା ବେଳେ ବ୍ୟୟବହୁଳ କରୋନା ଚିକିତ୍ସା ଲୋକଙ୍କ ପାଇଁ କାଳ ସାଜିଛି। ଏଥିଲାଗି କେନ୍ଦ୍ର ଓ ରାଜ୍ୟ ସରକାର କରୋନା ରୋଗୀଙ୍କୁ ଚିକିତ୍ସା ଲାଗି ନିର୍ର୍ଦ୍ଦିିଷ୍ଟ ଦର ନିର୍ଦ୍ଧାରଣ କରିବା ଲାଗି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

କୁଲାଡ ରଥଯାତ୍ରା; ୧୨ରେ ପ୍ରସ୍ତୁତି ବୈଠକ, ରଥ ମରାମତି ପାଇଁ କାଠ ଚୟନ….

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିର…

ନବୀନ ଡାକିଲେ ବଡ଼ ବୈଠକ, ଆଉ କିଛି ସମୟରେ ବଡ଼ ଘୋଷଣା!

ଭୁବନେଶ୍ୱର,୧୦।୬: ରାଜ୍ୟ ରାଜନୀତିରେ ଏବେ ହଲଚଲ ଜୋର ଧରିଛି। ବିଶେଷ କରି ସାଧାରଣ ନିର୍ୱାଚନ ପରେ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦିଲ୍ଲୀ ଗସ୍ତରୁ ଫେରିବା…

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri