ଷ୍ଟେଶନ ପରିସରରେ କଡାକଡି ହେବ ସ୍ବଚ୍ଛତା ନିୟମ

ଭୁବନେଶ୍ୱର,୮-୨: ଚଳିତ ମାସ ୧୦ ତାରିଖଠାରୁ ରେଳ ଓ ରେଳ ଷ୍ଟେଶନ ପରିସରରେ ସ୍ବଚ୍ଛତା ନିୟମ କଡାକଡି ହେବ। ନିୟମ ଅବମାନନା କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ନୂତନ ଜରିମାନା ବ୍ୟବସ୍ଥା ଲାଗୁ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ(ଏନ୍‌ଜିଟି)ଙ୍କ ଆଦେଶ ଅନୁଯାୟୀ ପୂର୍ବତଟ ରେଳପଥ ପକ୍ଷରୁ ସ୍ବଚ୍ଛ ଭାରତ ମିଶନକୁ କଡାକଡି କରାଯିବ। ପୂର୍ବତଟ ରେଳପଥରେ ପ୍ରଥମଥର ଲାଗି ସମସ୍ତ ରେଳ ମଣ୍ଡଳଗୁଡିକରେ ଷ୍ଟେଶନ ବର୍ଗକୁ ଆଧାର କରି ସମାନ୍ତରାଳ ଭାବେ ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଷ୍ଟେଶନ ପ୍ରବନ୍ଧକ, ଷ୍ଟେଶନ ଅଧିକ୍ଷକ, ଷ୍ଟେଶନ ମାଷ୍ଟରଙ୍କ ସହ ବାଣିଜ୍ୟ ଏବଂ ପରିଚାଳନା ବିଭାଗର ଜରିମାନା ଆଦାୟ କରିପାରିବେ। ଏହି ବର୍ଗରେ ଟିକେଟ କଲେକ୍ଟରଙ୍କଠାରୁ ନିମ୍ନରେ ନ ଥିବା ଅଧିକାରୀ, ବାଣିଜ୍ୟ ଓ ପରିଚାଳନା ଅଧିକାରୀ, ରେଳ ସୁରକ୍ଷାବଳର ଆସିଷ୍ଟାଣ୍ଟ ସବ୍‌ ଇନସ୍ପେକ୍ଟରଙ୍କଠାରୁ ନିମ୍ନରେ ନ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ଏହି ଜରିମାନା ଆଦାୟ କରିପାରିବେ।
ଷ୍ଟେଶନ ପରିସର ଏବଂ ଟ୍ରେନଗୁଡିକରେ ସ୍ବଚ୍ଛତା ଓ ସ୍ବାସ୍ଥ୍ୟକର ପରିବେଶ ଆଣିବା ଦିଗରେ ସ୍ବଚ୍ଛ ଭାରତ ମିଶନର ପରିକଳ୍ପନାକୁ ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀମାନେ ପୂର୍ବତଟ ରେଳପଥକୁ ସହଯୋଗ କରିବା ଲାଗି ନିବେଦନ କରାଯାଇଛି। ଥୁକିବା, ଅଳିଆ ଆବର୍ଜନା ପକାଇବା ଏବଂ ସ୍ବଚ୍ଛତା ନିୟମ ଅବମାନନା ବିରୋଧରେ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ମୁନିସିପାଲ ସଲିଡଓ୍ବେଷ୍ଟ ମ୍ୟାନେଜମେଣ୍ଟ ନିୟମ-୨୦୧୬ ଆଧାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବା ଲାଗି ରହିଥିବା ନିର୍ଦ୍ଦେଶ ମୁତାବକ ଏଭଳି ନିଷ୍ପତ୍ତି ହୋଇଛି। ପୂର୍ବରୁ ରହିଥିବା ନିୟମ ଅନୁସାରେ ଥୁକିବା, ଆବର୍ଜନା କରିବା, କାନ୍ଥବାଡକୁ ଅପରିସ୍କାର କରିବା ବିରୋଧରେ କଡା ପଦକ୍ଷେପ ନିଆଯାଇ ଜରିମାନା ଆଦାୟ କରାଯାଇଛି। ୨୦୧୭-୧୮ରେ ପୂର୍ବତଟ ରେଳପଥ ପକ୍ଷରୁ ୯୩୦୧ ଜଣଙ୍କୁ ଦଣ୍ଡିତ କରାଯାଇଛି। ୧୦୧୮-୧୯ରେ ୧୦,୫୮୨ ଜଣ ଏବଂ ଚଳିତ ଆର୍ଥତ୍କ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ୮୩୨୧ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏମାନେ ଷ୍ଟେଶନ ପରିସରରେ ଥୁକିବା କିମ୍ବା ଆବର୍ଜନା କରୁଥିବାରୁ ଧରାପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?