ଷ୍ଟାର୍‌ କିଡ୍‌ ଆରାଧ୍ୟାଙ୍କ ଓଜସ୍ବିନୀ ଭାଷଣ ଶୁଣି ଚକିତ ହେଲେ ଦର୍ଶକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଓଜସ୍ବିନୀ ଭାଷଣ ଶୁଣି ଦର୍ଶକ ଚକିତ ହୋଇଯାଇଛନ୍ତି। ୮ ବର୍ଷୀୟା ଆରାଧ୍ୟା ଧୀରୁଭାଇ ଅମ୍ବାନୀ ସ୍କୁଲରେ ପାଠ ପଢୁଛନ୍ତି। ସେ ତାଙ୍କ ସ୍କୁଲର ବାର୍ଷିକୋତ୍ସବରେ ନାରୀ ସଶକ୍ତୀକରଣ ଉପରେ ଏକ ଭାଷଣ ଦେଇଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାରମ୍ପରିକ ପୋଷାକରେ ଆରାଧ୍ୟା ମଞ୍ଚ ଉପରକୁ ଆସି ବେଶ୍‌ ଗମ୍ଭୀର ଭାବରେ ତାଙ୍କର ଏହି ଭାଷଣ ଦେଇଥିଲେ। ଏଥିରେ ସେ କହିଛନ୍ତି, ମୁଁ ଝିଅ, ମୁଁ ସ୍ବପ୍ନ, ନୂଆ ଯୁଗର ସ୍ବପ୍ନ, ଏକ ନୂଆ ଦୁନିଆରେ ଆମକୁ ଜାଗ୍ରତ ହେବାକୁ ପଡ଼ିବ। ମୁଁ ଏମିତି ଏକ ଦୁନିଆ ଚାହୁଁଛି, ଯେଉଁଠି ସୁରକ୍ଷିତ ରହିପାରିବି। ମୋତେ ସମସ୍ତେ ସ୍ନେହ ଶ୍ରଦ୍ଧା କରିବା ଦରକାର, ମୋତେ ସମ୍ମାନ କରିବା ଦରକାର। ମୁଁ ଏମିତି ଦୁନିଆ ଚାହୁଁଛି, ଯେଉଁଠି ପାଠ୍ୟପୁସ୍ତକରେ ଜୀବନ ଜ୍ଞାନ ରହିବା ଦରକାର। ତେବେ ଯାଇ ମାନବତା ସ୍ବତନ୍ତ୍ର ଭାବରେ ବଢ଼ିପାରିବ।

ଆରାଧ୍ୟାଙ୍କ ଏହି ଭାଷଣ ଶୁଣି ପୂରା ବଚ୍ଚନ ପରିବାର ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ଜଣେ ପ୍ରଶଂସକ ଆରାଧ୍ୟାଙ୍କ ଏହି ଭାଷଣକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଦେଖି ଅମିତାଭ କହିଛନ୍ତି, ଗୋଟିଏ ପରିବାରର ଗୌରବ, ଗୋଟିଏ ଝିଅ ପାଇଁ ଗୌରବ, ସମସ୍ତ ମହିଳାଙ୍କ ପାଇଁ ଗୌରବ ହେଉଛନ୍ତି ଆମ ଆରାଧ୍ୟା।

https://www.instagram.com/p/B6Ug5hvhuOs/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷ ଆରମ୍ଭରୁ ଆମେରିକାକୁ ବଡ଼ ଝଟକା ଦେଲା ଏହି ୨ ଦେଶ, ଟ୍ରମ୍ପଙ୍କ ନିଦ ହଜିଲା…

ଓ୍ବାଶିଂଟନ୍‌,୧।୧: ନୂତନ ବର୍ଷର ପ୍ରଥମ ଦିନରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କୁ...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri