ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ପଢୁଛନ୍ତିି ପିଲା

ହାତୀଓଟ,୨୭ା୬-କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ସ୍କୁଲ ଗୁଡିକରେ କିପରି ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଅଧିକ ହେବ ସେ ନେଇ ବିଭିନ୍ନ ଯୋଜନା କରିଛନ୍ତି । ଗଁ। ଗହଳିର ଛାତ୍ରୀଛାତ୍ରମାନେ ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରି ଅଧିକରୁ ଅଧିକ ଯେପରି ଆକୃଷ୍ଟ ହେବେ ସେଥିପାଇଁ ସର୍ବଶିକ୍ଷା ଅଭିଯାନଠାରୁ ଆରମ୍ଭ କରି ମୋ ସ୍କୁଲ୍‌ ଶ୍ରେଷ୍ଠ ସ୍କୁଲ୍‌, ବେଟି ପଢାଓ ବେଟି ବଚାଓ ଯୋଜନାମାନ ପ୍ରଣୟନ କରିଛନ୍ତି। କିନ୍ତୁ ଶିକ୍ଷା ବିଭାଗର ଦାୟିତ୍ୱହୀନତା ଓ ଆଗ୍ରହ ନ ଥିବା ଭଳି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲା ପୋଲସରା ବ୍ଲକ ମନ୍ଦାର ନିକଟସ୍ଥ ଅରଖପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ୧୯୧୯ ରେ ଅରଖପୁର ଗ୍ରାମ ବନ୍ଧ ନିକଟରେ ସ୍ଥାପିତ ହୋଇଛି। ସ୍କୁଲ ଆରମ୍ଭଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ା ବର୍ତ୍ତମାନ ତାହା ଉନ୍ନୀତ ବିଦ୍ୟାଳୟ ହୋଇ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହୋଇଛି। ଏହି ସ୍କୁଲରେ ବର୍ତ୍ତମାନ ୨୨୫ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ୮ଜଣ ଶିକ୍ଷକ ରହିଛନ୍ତିି। ବର୍ତ୍ତମାନ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଓ ଲାଇବ୍ରେରି ନ ଥିବା ବେଳେ ବହୁବର୍ଷ ଧରି ଏହି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଶୀତ, ବର୍ଷା ଓ ଖରାରେ ବର୍ଷ ବର୍ଷ ଧରି ଛାତ୍ରୀଛାତ୍ରମାନେ ସ୍କୁଲ ବାରଣ୍ଡାରେ ବସି ପାଠ
ପଢିବାକୁ ବାଧ୍ୟ ହେଉଛନ୍ତି ।
ସୀମାଞ୍ଚଳ ଜାନି ୨୦୧୦ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ପ୍ରଧାନଶିକ୍ଷକଭାବେ କାର୍ଯ୍ୟକରି ଆସୁଥିଲେ। କିନ୍ତୁ ହଠାତ୍‌ ସେ ଜଗନ୍ନାଥପ୍ରସାଦ ବ୍ଲକକୁ ଏବିଇଓ ଭାବେ ବଦଳି ହୋଇଯିବାରୁ ତାଙ୍କ ସ୍ଥାନରେ ବର୍ତ୍ତମାନ ସୁଦ୍ଧା କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ଏହି ପଦବୀ ଖାଲି ପଡିଥିବା ବେଳେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଭାବେ ସୁଦର୍ଶନ ପାତ୍ର ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାତ୍ର କୁହନ୍ତି, ଶ୍ରେଣୀଗୃହ ଅଭାବ ନେଇ ବାରମ୍ବାର ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମର ଏହି ସ୍କୁଲରେ ଅଭାବ ଥିବା ଶ୍ରେଣୀଗୃହ ନିର୍ମାଣ ହୋଇପାରୁନାହିଁ। ତେବେ ଆମକୁ ଖରାପ ଲାଗୁଛି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ବାରଣ୍ଡାରେ ବସି ପାଠ ପଢାଇବାକୁ। କିନ୍ତୁ ଶ୍ରେଣୀଗୃହ ଅଭାବ ଯୋଗୁ ବାଧ୍ୟ ବାଧକତାରେ ପିଲାମାନଙ୍କୁ ପଢାଇ ଆସୁଛୁ। ବହୁବର୍ଷ ଧରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ରମାନେ ବାରଣ୍ଡାରେ ପାଠ ପଢି ଆସୁଥିବା ସମ୍ପର୍କରେ ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ସେ କୁହନ୍ତିି, ଏହା ମୋ ଦୃଷ୍ଟିକୁ ଆସିନାହିଁ, ଆସିଲା ପରେ ମୁଁ ଆପଣଙ୍କୁ କହିବି।
ପ୍ରଶ୍ନ ଉଠୁଛି, ଏଠି ଶିକ୍ଷା ବିଭାଗ କେତେ ସଜାଗ। ବହୁବର୍ଷ ଧରି ଅଭାବ ରହିଥିବା ଶ୍ରେଣୀଗୃହ ନ ମିଳିବାରୁ ଛାତ୍ରୀଛାତ୍ରମାନେ ସ୍କୁଲ ବାରଣ୍ଡାରେ ବସି ପଢୁଛନ୍ତିି। କିନ୍ତୁ ଶିକ୍ଷା ବିଭାଗ ଅଧିକାରୀ କହୁଛନ୍ତି, ମୋ ପାଖରେ ଖବର ନାହିଁ। ପ୍ରଶାସନ ତୁରନ୍ତ ଏ ବିଷୟରେ ଅନୁସନ୍ଧାନ କରି ବହୁବର୍ଷ ଧରି ସ୍କୁଲ ବାରଣ୍ଡାରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ସ୍କୁଲଗୃହ ନିର୍ମାଣ କରାଗଲେ ଛାତ୍ରୀଛାତ୍ରମାନେ ଖରା, ବର୍ଷା, ଶୀତରେ ସ୍କୁଲ ବାରଣ୍ଡାରେ ବସି ପଢିବାରୁ ନିବୃତ୍ତ ରହିବା ସହ ତୁରନ୍ତ ଜିଲା ପ୍ରଶାସନ ଏ ବିଷୟରେ ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?