ଶ୍ରୀ ଜଂଘା ବଡ଼ଦେଓ ବାର୍ଷିକ ପୂଜା: ବିଧାୟକଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଚର୍ଚ୍ଚା

ବଇଣ୍ଡା, ୫।୧(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଆମ୍ବଶରମୁଣ୍ଡା ଗ୍ରାମରେ ରବିବାର ଅନୁଷ୍ଠିତ ଶ୍ରୀ ଜଂଘା ବଡ଼ଦେଓଙ୍କ ବାର୍ଷିକ ପୂଜା ଉତ୍ସବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅସ୍ବାଭାବିକ ଆଚରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପୂଜା ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଚାଲିଥିବାବେଳେ ମୁଖ୍ୟଅତିଥି ଭାବେ ଆଗରେ ଚାଲି ଚାଲି ଯାଉଥିଲେ ବିଧାୟକ। ଏହି ସମୟରେ ହାତରେ ଖଣ୍ଡା ଧରି ସେ ହଠାତ୍‌ ନାଚିବାକୁ ଆରମ୍ଭ କଲେ। ଧୀରେ ଧୀରେ ଅଣାୟତ୍ତ ହୋଇପଡୁଥିବା ବିଧାୟକଙ୍କୁ ଆୟତ୍ତ କରିବାକୁ କେତେଜଣ ଲୋକ ତାଙ୍କୁ ଦୁଇ ବାହୁକୁ ଧରିଥିବା ଦେଖିବାକୁ ମିଳିଥିଲା। ବିଧାୟକଙ୍କ ନିକଟରେ ଏପରି ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରି ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କୁ କାଳେସୀ ଲାଗିଥିବା ଅନୁମାନ କରିଥିଲେ। ଏପରି କି ତାଙ୍କ ଶରୀରରେ ପ୍ରଭୁ ଜଂଘା ବଡ଼ଦେଓଙ୍କ ଆବିର୍ଭାବ ହୋଇଥିବା କହି କେତେଜଣ ମହିଳା ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।
ତେବେ ଏଥିପୂର୍ବରୁ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ସାଏ ସେଠାରେ ଉପସ୍ଥିତ ସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ସେତେବେଳେ ସେ ସ୍ବାଭାବିକ ଥିଲେ। ଏହାପରେ ଅନୁଷ୍ଠିତ ଶୋଭାଯାତ୍ରାରେ ତାଙ୍କ ନିକଟରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଧାୟକଙ୍କ ଏପରି ଆଚରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ନେଇ ବିଧାୟକଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri