ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍‌ ପଦ ଛାଡ଼ିବାକୁ ମନାକଲେ ହାଥୁରାସିଙ୍ଘେ

କଲମ୍ବୋ,୮।୭(ଏଏଫ୍‌ପି)- ବାହାର ଚାପ ସତ୍ତ୍ୱେ ଚନ୍ଦିକା ହାଥୁରାସିଙ୍ଘେ ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍‌ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ବିଶ୍ୱର ୯ମ ର଼୍ୟାଙ୍କ୍‌ ଦଳ ଭାବେ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ବିଶ୍ୱକପ୍‌ରେ ୬ଷ୍ଠ ସ୍ଥାନରେ ରହିଥିଲା। ଶୀର୍ଷ ର଼୍ୟାଙ୍କ୍‌ଧାରୀ ଇଂଲଣ୍ଡ ସମେତ ୩ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଶ୍ରୀଲଙ୍କା ପରାସ୍ତ କରିଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ହାଥୁରାସିଙ୍ଘେଙ୍କ ପ୍ରଦର୍ଶନରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫର୍ନାଣ୍ଡୋ ଖୁସି ନୁହନ୍ତି। ଏଥିଯୋଗୁ ସେ ପଦତ୍ୟାଗ କରିବା ଉଚିତ। କିନ୍ତୁ ସ୍ବଦେଶ ଫେରିବା ପରେ କହିଥିଲେ, ଦଳ ଆଶାନୁଯାୟୀ ପ୍ରଦର୍ଶନ କରିପାରିନାହିଁ। କିନ୍ତୁ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବି। ଚୁକ୍ତି ଭିତ୍ତିରେ ମୋର ଆହୁରି ୧୬ ମାସ ବାକି ଅଛି। ଶ୍ରୀଲଙ୍କା ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଏଥିଲାଗି ସମ୍ପୂର୍ଣ୍ଣ ମ୍ୟାନେଜମେଣ୍ଟ ଦାୟୀ। ଏଭଳି ପ୍ରଦର୍ଶନରୁ ଆମକୁ ଶିକ୍ଷା ନେଇ ଆଗକୁ ବଢ଼ିବାର ଅଛି। ଭାବୁଛି, ମୋ ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିଛି। ଅନ୍ୟପକ୍ଷରେ ଯଦି ମୁଖ୍ୟ କୋଚ୍‌ ପଦ ଛାଡ଼ିବାକୁ ଚାହୁଁ ନାହାନ୍ତି, ଆମେ ତାଙ୍କୁ ବାଧ୍ୟ କରିପାରିବା ନାହିଁ। ପରନ୍ତୁ ଆମେ ତାଙ୍କ ଉପରେ ଦାୟିତ୍ୱ ଦେଇପାରିବା ବୋଲି ଫର୍ନାଣ୍ଡୋ କହିଛନ୍ତି। ଶ୍ରୀଲଙ୍କା କ୍ରିକେଟ ସଙ୍କଟରେ ପଡ଼ିଥିବାବେଳେ ୨୦୧୭ ଡିସେମ୍ବରରେ ହାଥୁରାସିଙ୍ଘେ ମୁଖ୍ୟ କୋଚ୍‌ ଦାୟିତ୍ୱ ନେଇଥିଲେ। ଏଥିପୂର୍ବରୁ କୋଚ୍‌ ଭାବେ ତାଙ୍କ କାର୍ଯ୍ୟକାଳରେ ବାଂଲାଦେଶ ଟେଷ୍ଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ହରାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri