ଶ୍ରୀଲଙ୍କାରେ ୩ ଉଗ୍ରପନ୍ଥୀ ଗୋଷ୍ଠୀ ନିଷିଦ୍ଧ

କଲମ୍ବୋ,୧୫।୫(ପି.ଟି): ଶ୍ରୀଲଙ୍କା ସରକାର ନ୍ୟାଶନାଲ ଥୋହିଦ୍‌ ଜମାତ୍‌ (ଏନ୍‌ଟିଜେ) ସମେତ ଦୁଇଟି ଇସ୍‌ଲାମିକ୍‌ ଚରମପନ୍ଥୀ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଏପ୍ରିଲ ୨୧ ଇଷ୍ଟର ପର୍ବରେ ଏନ୍‌ଟିଜେ ଦ୍ୱାରା ଆତଙ୍କବାଦୀ ଆକ୍ରମଣ ଫଳରେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହୋଇଥିଲେ। ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଏକ ଉଲ୍ଲେଖଯୋଗ୍ୟ ଗ୍ୟାଜେଟ ଜାରି କରି ଏକାଧିକ ଚରମପନ୍ଥୀ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡ୍ରୋନ୍‌ ଉଡାଣ ନ କରିବାକୁ ମଧ୍ୟ ନିଷେଧାଜ୍ଞା ଜାରି କରାଯାଇଛି। ଗ୍ୟାଜେଟ ଅନୁଯାୟୀ, ନ୍ୟାଶନାଲ ଥୋହିଦ୍‌ ଜମାଥ(ଏନ୍‌ଟିଜେ), ଜମାଥି ମିଲାଥେ ଇବ୍ରାହିମ (ଜେଏମ୍‌ଆଇ) ଏବଂ ଓ୍ବିଲାୟାଥ ଆସ୍‌ ସେୟଲାନି(ଡବ୍ଲ୍ୟୁଏଏସ୍‌) ସଂଗଠନଗୁଡିକୁ ନିଷିଦ୍ଧ କରାଯାଇଛି। ଏପ୍ରିଲ ୨୧ରେ ଶ୍ରୀଲଙ୍କାର ୩ଟି ଗୀର୍ଜା ଏବଂ କେତେକ ବିଳାସମୟ ହୋଟେଲରେ ୯ଟି ଆତ୍ମଘାତୀ ଆକ୍ରମଣ କରାଯିବା ଫଳରେ ୨୫୮ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ୪୪ ବିଦେଶୀଙ୍କ ମଧ୍ୟରୁ ୧୦ଜଣ ଭାରତୀୟ ଥିଲେ। ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଷ୍ଟେଟ୍‌ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହେଁ ଶ୍ରୀଲଙ୍କା ସରକାର ସ୍ଥାନୀୟ ଏନ୍‌ଟିଜେକୁ ଦୋଷାରୋପ କରିଆସୁଛନ୍ତି। ଉକ୍ତ ଘଟଣା ପାଇଁ ଏ ପର୍ଯ୍ୟନ୍ତ ୧୦୦୦ରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri