ଶ୍ରମିକନେତାଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ରୂପ୍‌ସା, ୧୪ା୪(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଝୋଟ କାରଖାନା ଶ୍ରମିକ ସଂଘ ତରଫରୁ ଶ୍ରମିକ ନେତା ସ୍ବର୍ଗତ ଯୋଗେନ ଦାସଙ୍କ ସ୍ମୃତିସଭା ସୋମବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସାଧାରଣ ସମ୍ପାଦକ ଅନାଦି ପ୍ରଧାନ ପୌରୋହିତ୍ୟ କରିଥିଲେ। ଉପସଭାପତି ଭାଗବତ ମହାପାତ୍ର, କୋଷାଧ୍ୟକ୍ଷ ହରେକୃଷ୍ଣ ସାହୁ, ସହସମ୍ପାଦକ ବିଶ୍ୱନାଥ ମହାରଣା, ବଂଶୀଧର ବେହେରା, ଶ୍ରୀଧର ନାୟକ, ସଂଗଠନ ସମ୍ପାଦକ ଜଳଧର ଜେନା, ତନୁଜ ବେହେରା ଓ ହରେନ୍ଦ୍ର ପରିଡ଼ା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଅମର ଆମତ୍ାର ସଦ୍‌ଗତି କାମନା କରିଥିଲେ। ରୂପ୍‌ସା ଝୋଟ କାରଖାନା ଶ୍ରମିକ ସଂଘର ପ୍ରତିଷ୍ଠାତା ସ୍ବର୍ଗତଃ ଦାସ ଶ୍ରମିକଙ୍କ ସ୍ବାର୍ଥକୁ ସର୍ବଦା ଦୃଷ୍ଟିରେ ରଖି ସେ ସର୍ବଦା ଲଢ଼େଇ ଜାରି ରଖିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। କାରଖାନା ପରିସରରେ ଆୟୋଜିତ ସଭାରେ ବହୁ ଶ୍ରମିକ ଯୋଗଦେଇଥିଲେ।