ଶ୍ରମିକଙ୍କ ବିନା ପ୍ରଗତି ଅସମ୍ଭବ

ବଅଁରପାଳ, ୧।୫(ଡି.ଏନ.ଏ.)-ଶ୍ରମିକ ହେଉଛନ୍ତି ରାଷ୍ଟ୍ର ନିର୍ମାତା। ଶ୍ରମଜୀବୀ, ଚାଷୀଙ୍କୁ ବାଦ୍‌ ଦେଇ ଦେଶ ପ୍ରଗତିର ମୂଲ୍ୟାଙ୍କନ କରିବା ନିରର୍ଥକ। ବିକାଶର ସାରଥୀ ଏହି ଦୁଇ ଗୋଷ୍ଠୀଙ୍କୁ ସମ୍ମାନ ନ ମିଳିଲେ ରାଷ୍ଟ୍ରର ବିକାଶ ଠପ୍‌ ହୋଇଯିବ ବୋଲି କହିଛନ୍ତି ଅବସରପ୍ରାପ୍ତ କର୍ମଚାରୀ ପଦ୍ମନାଭ ସାହୁ। ଅନୁଗୋଳ ଜିଲା ନାଲ୍‌କୋ ଶ୍ରମିକ କଂଗ୍ରେସ୍‌ କାର୍ଯ୍ୟାଳୟରେ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଘର ପତାକା ଉତ୍ତୋଳନ କରିବା ସହିତ ସେ ଏହା କହିଛନ୍ତି। ଏହି ଉପଲକ୍ଷେ ନାଲ୍‌କୋରେ କାର୍ଯ୍ୟରତ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଏବଂ କମ୍ପାନୀର ଉନ୍ନତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକାରୀ ସଭାପତି ବିଭବ ଜେନା, ହେମନ୍ତ ପ୍ରଧାନ, ସନ୍ତୋଷ ମହାରଣା, ରମେଶ ତରାଇ, ବିଭୂତି ଶତପଥୀ, ଦୀନବନ୍ଧୁ ମିଶ୍ର, କୁଳମଣି ସାହୁ, ଟୁକୁ ସାହୁ, ପ୍ରଦୀପ ସାହୁ, ଅନୁଜ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଏନ୍‌ଏନ୍‌ଇୟୁ କାର୍ଯ୍ୟାଳୟରେ ଆୟୋଜିତ ଶ୍ରମିକ ଦିବସରେ ୟୁନିୟନ୍‌ର ଉପଦେଷ୍ଟା ବଳରାମ ବେହେରା ସଂଘର ପତାକା ଉତ୍ତୋଳନ କରିଥିଲେ। ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ ଉପସ୍ଥିତ ରହି ଶ୍ରମିକ ଦିବସର ତାତ୍ପର୍ଯ୍ୟ, ନାଲ୍‌କୋ ପ୍ଲାଣ୍ଟର ବିକାଶ, ଶ୍ରମିକଙ୍କ ଦାବି ଉପରେ ଆଲୋଚନା କରିଥିଲା। କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାମଲ, ଭରତ ମାଝି, ବଳଭଦ୍ର ସାମଲ, ଗନ୍ଦର୍ଭ ବିଶ୍ୱାଳ, ଶ୍ରମିକ ସଭା ସଭାପତି ବାବୁଲି ସେଠୀ, ଟିକନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନେସ୍‌ କାର୍ଯ୍ୟାଳୟରେ ସଭାପତି ଦିଲୀପ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ସାଧାରଣ ସମ୍ପାଦକ ନିର୍ମଳ ସାମଲ, ମୁରଲୀଧର ପଣ୍ଡା, ବିଜନ ଦଳବେହେରା, ମନୋଜ ସ୍ବାଇଁ, ଅଟଳବିହାରୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ନେପୁ କାର୍ଯ୍ୟାଳୟରେ ଆୟୋଜିତ ଶ୍ରମିକ ଦିବସରେ କାର୍ଯ୍ୟକାରୀ ସଭାପତି ମାଗିଲାଲ୍‌ ସାମଲ ପତାକା ଉତ୍ତୋଳନ କରିବା ସହ ଶ୍ରମିକଙ୍କ ମୌଳିକ ଅଧିକାର ଉପରେ ଆଲୋଚନା କରିଥିଲେ। ସଭାପତି ବିନୋଦ ବିହାରୀ ସେଠ, ସାଧାରଣ ସମ୍ପାଦକ ବୈରାଗୀ ସେଠ, ସରୋଜ ସାହୁ, ସତ୍ୟଜିତ୍‌ ବିଶ୍ୱାଳ, ରଞ୍ଜିତ ରଥ, ବୁବୁ ସାହୁ, ଲିଟୁ ଗଡ଼ନାୟକ, ଜଗନ୍ନାଥ ସେଠ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ସାମାଜିକ ଦୂରତା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏଥିରେ ଶ୍ରମିକନେତାମାନେ ପୂର୍ଣ୍ଣ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri