Posted inଜାତୀୟ

‘ଶୁଣାଣି ବେଳେ ପରିପକ୍ୱତା ଦେଖାଇଛି ଗଣମାଧ୍ୟମ’

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରବିବାର ଅବସର ଗ୍ରହଣ କରିବାକୁ ଯାଉଥିବାବେଳେ ଶୁକ୍ରବାର ସୁପ୍ରିମକୋର୍ଟରେ ଥିଲା ତାଙ୍କର ଶେଷ କାର୍ଯ୍ୟଦିବସ। ସେ ଖବରଦାତାମାନଙ୍କ ସହ ଜଣ ଜଣ କରି ସାକ୍ଷାତ୍‌କାର ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିଥିଲେ। ତେବେ ନ୍ୟାୟିକ ପ୍ରକ୍ରିୟାର ଶୁଣାଣି ସମୟରେ ମିଥ୍ୟା ଓ ମନଗଢ଼ା ଖବର ପ୍ରସାର ରୋକିବା ଦିଗରେ ପରିପକ୍ୱତା ଦେଖାଇଥିବାରୁ ସିଜେଆଇ ଗଣମାଧ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ଜଷ୍ଟିସ୍‌ ଗୋଗୋଇ କହିଥିଲେ, ଗଣମାଧ୍ୟମ ଜରିଆରେ ବିଚାରପତିମାନେ ଲୋକଙ୍କ ପାଖରେ ପହଞ୍ଚତ୍ବା ସୁପ୍ରିମକୋର୍ଟଙ୍କ ଆବଶ୍ୟକତା ନୁହେଁ। ବିଚାରପତି ଗଣମାଧ୍ୟମକୁ ଯିବା ଏକ ଅସାଧାରଣ ଘଟଣା ଓ ନିୟମ ବାହାରେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ୨୦୧୮ ଜାନୁୟାରୀ ୧୨ରେ ଜଷ୍ଟିସ୍‌ ଗୋଗୋଇ ଓ ଅନ୍ୟ ତିନି ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱର, ମଦନ ବି. ଲୋକୁର ଏବଂ କୁରଏନ୍‌ ଯୋଶେଫ୍‌ ଏକ ଖବରଦାତା ସମ୍ମିଳନୀରେ ତତ୍କାଳୀନ ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
ସିଜେଆଇ ଭାବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜଷ୍ଟିସ୍‌ ଗୋଗୋଇ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଅଯୋଧ୍ୟା ଜମି ବିବାଦ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେଇଥିବାରୁ ତାଙ୍କ ନାଁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ। ତାଙ୍କ ନେତୃତ୍ୱରେ ୫ ଜଣିଆ ସାମ୍ବିଧାନିକ ପୀଠ ଗତ ୯ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାରେ ରାୟ ପ୍ରଦାନ କରି ୧୩୪ ବର୍ଷ ବିବାଦର ପରିସମାପ୍ତି ଘଟାଇଥିଲେ। ସେହିପରି ସାବରିମାଲା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କ ପ୍ରବେଶ ଲାଗି ପୂର୍ବ ରାୟର ସମୀକ୍ଷା ପାଇଁ ୭ ଜଣିଆ ବୃହତ୍ତର ପୀଠକୁ ପଠାଇଥିଲେ। ରାଫାଲ ଯୁଦ୍ଧବିମାନ କିଣା ମାମଲାରେ ଅଦାଲତଙ୍କ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନକୁ ସିଜେଆଇଙ୍କ ଖଣ୍ଡପୀଠ ଗୁରୁବାର ଖାରଜ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri