ଶୀତ ପାଇଁ ଟ୍ରେଣ୍ଡି ଷ୍ଟୋଲ୍‌

ଶୀତଦିନେ ଅନେକେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଟ୍‌, ଜ୍ୟାକେଟ୍‌, ଓ୍ବିଣ୍ଟର୍‌ କ୍ୟାପ୍‌, ଗ୍ଲୋଭ୍ସ ତଥା ସକ୍ସ ଇତ୍ୟାଦି ପିନ୍ଧିଥାନ୍ତି। ଏହି ସବୁ ଜିନିଷ ଶୀତଦିନ ପାଇଁ ଯେତିକି ଜରୁରୀ ଷ୍ଟୋଲ୍‌ର ବ୍ୟବହାର ମଧ୍ୟ ସେତିକି ଆବଶ୍ୟକ। କାରଣ ଷ୍ଟୋଲ୍‌ ବି କେତେକାଂଶରେ ଆମକୁ ଶୀତରୁ ରକ୍ଷା କରିବା ସହ ଆମର ପର୍ସନାଲିଟିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ତେବେ ଷ୍ଟୋଲ୍‌ର କ’ଣ ସବୁ ଲାଟେଷ୍ଟ ଟ୍ରେଣ୍ଡ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଲିଓପାର୍ଡ ପ୍ରିଣ୍ଟ ଷ୍ଟୋଲ୍‌: ଲିଓପାର୍ଡ ପ୍ରିଣ୍ଟ ଯେ କୌଣସି ଆଉଟ୍‌ଫିଟ୍‌କୁ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ଏହି କଥାକୁ ଧ୍ୟାନରେ ରଖି ଏଥରର ଶୀତଦିନ ପାଇଁ ଖାସ୍‌ କରି ଲିଓପାର୍ଡ ପ୍ରିଣ୍ଟ ବାଲା ଷ୍ଟୋଲ୍‌କୁ ମାର୍କେଟ୍‌କୁ ଅଣାଯାଇଛି, ଯାହାର ଖୁବ୍‌ ଚାହିଦା ରହୁଥିବା ମଧ୍ୟ ପରିଲକ୍ଷିତ ହେଉଛି। ଖାସ୍‌ କରି ଏହି ଷ୍ଟୋଲ୍‌କୁ ଟ୍ରେଞ୍ଚ କୋଟ୍‌ କିମ୍ବା ଯେକୌଣସି ଉଲେନ୍‌ ଟପ୍ସ ସହ ମ୍ୟାଚ୍‌ କରି ପିନ୍ଧିଲେ ଶୀତରୁ ରକ୍ଷା ପାଇବା ସହ କ୍ଲାସି ଲୁକ୍‌ ମିଳିଥାଏ।

ପମ୍‌ ପମ୍‌ ଷ୍ଟୋଲ୍‌: ପମ୍‌ ପମ୍‌ ଡିଜାଇନ୍‌ର ଜୁଏଲେରି ଓ ଆଉଟ୍‌ଫିଟ୍‌ ତ ଅନେକ ଟ୍ରାଏ କରିଥିବେ, ଏଥର ଟିକେ ପମ୍‌ ପମ୍‌ ଡିଜାଇନ୍‌ ବାଲା ଷ୍ଟୋଲ୍‌କୁ ତ ବ୍ୟବହାର କରନ୍ତୁ। ଏହା ବି ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ବିଶେଷକରି ସିମ୍ପଲ୍‌ କାମ ହୋଇଥିବା ଉଲେନ୍‌ ଟପ୍ସ ସହ ଏହା ଭଲ ମାନିଥାଏ।

ଫକ୍ସ ଫର୍‌ ନେକ୍‌ ଓ୍ବାର୍ମର୍‌: ଏହି ଷ୍ଟୋଲ୍‌ ମୁଖ୍ୟତଃ ଦେଖିବାକୁ ଲୋମଶ ଡିଜାଇନ୍‌ର ହୋଇଥାଏ। ଯାହାକୁ ଷ୍ଟାଇଲ୍‌ରେ ବେକ ଚାରିପଟେ ପକାଇଲେ ବେକ ଓ ଗାଲକୁ ବେଶ୍‌ କୋମଳ ଲାଗିବା ସହ ମଡର୍ନ ଲୁକ୍‌ ମିଳିଥାଏ। ତା’ ସହିତ ଏହାକୁ ବ୍ୟବହାର କଲେ ଶରୀରକୁ ଉଷୁମ ବି ଲାଗିଥାଏ। ତେବେ ଏହି ଷ୍ଟାଇଲିଶ୍‌ ଷ୍ଟୋଲ୍‌କୁ ବ୍ଲେଜର୍‌, କୋଟ୍‌ କିମ୍ବା ପାର୍ଟି ଡ୍ରେସ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।

ମଲ୍ଟିକଲର୍‌ ଷ୍ଟୋଲ୍‌: ଆପଣ ଚାହିଁଲେ ମଲ୍ଟିକଲର୍‌ ଷ୍ଟୋଲ୍‌କୁ ବି ଏହି ଶୀତଦିନେ ବ୍ୟବହାର କରିପାରିବେ। ଏହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ତା’ଛଡ଼ା ଏହାକୁ ଯେ କୌଣସି ଡ୍ରେସ୍‌ ସହ ମ୍ୟାଚିଂ କରି ବି ବ୍ୟବହାର କରିହୁଏ। ଆପଣ ଚାହିଁଲେ ଏହାକୁ ଉଲେନ୍‌ ଟପ୍ସ କିମ୍ବା ବ୍ଲେଜର୍‌ ଅବା ଶାଢ଼ି ସହିତ ବି ଟ୍ରାଏ କରିପାରିବେ। ସେହିପରି ଏହି ଗେଟ୍‌ଅପ୍‌ ସହିତ ଲଙ୍ଗ୍‌ ବୁଟ୍ସ ପିନ୍ଧିଲେ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିଥାଏ।

ଫ୍ଲୋରାଲ୍‌ ଡିଜାଇନ୍‌ ଷ୍ଟୋଲ୍‌: ଫ୍ଲୋରାଲ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ ସବୁବେଳେ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେଇଥାଏ। ସେହି ଅନୁଯାୟୀ, ଫ୍ଲୋରାଲ୍‌ ଡିଜାଇନ୍‌ର ଷ୍ଟୋଲ୍‌ ବି ଲୁକ୍‌କୁ ଆଟ୍ରାକ୍ଟିଭ୍‌ କରିବା ସହ ଶୀତ ଦାଉରୁ ବି ରକ୍ଷା ଦେବାରେ ଅନେକ ସାହାଯ୍ୟ କରିଥାଏ। ଖାସ୍‌ କରି ବେକ ଚାରିପଟେ ଏହି ଡିଜାଇନ୍‌ର ଷ୍ଟୋଲ୍‌କୁ ଷ୍ଟାଇଲିଶ୍‌ ଭାବେ କ୍ୟାରି କଲେ ଲୁକ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

ଏମ୍ବ୍ରୋଡୋରୀ ଷ୍ଟୋଲ୍‌: ଏମ୍ବ୍ରୋଡୋରୀ କାମ ହୋଇଥିବା ଯେ କୌଣସି ଆଉଟ୍‌ଫିଟ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଠିକ୍‌ ସେମିତି ଏମ୍ବ୍ରୋଡୋରୀ କାମ ହୋଇଥିବା ଷ୍ଟୋଲ୍‌ ବି ଲୁକ୍‌କୁ ସୁନ୍ଦର କରିବାରେ ବେଶ୍‌ ସହାୟକ ହୋଇଥାଏ। ତେବେ ଏହି ଷ୍ଟାଇଲ୍‌ର ଷ୍ଟୋଲ୍‌କୁ ଖାସ୍‌ କରି ସାଲଓ୍ବାର୍‌ କମିଜ୍‌ କିମ୍ବା ଲଙ୍ଗ୍‌ ସ୍କର୍ଟ ଓ ଟପ୍ସ ସହ ପେୟାର୍‌ କରି ପିନ୍ଧିଲେ ସୁନ୍ଦର
ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri