ଶିଶୁଦିବସ: ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରୀଛାତ୍ର

ବାଲିଗୁଡ଼ା,୧୪।୧୧(ଡି.ଏନ୍‌.ଏ.): ବିଶିଷ୍ଟ ରାଷ୍ଟ୍ର ନାୟକ ତଥା ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ଶିଶୁଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷରେ ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ଛକରେ ଥିବା ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୂର୍ବାହ୍ନରେ ବିଦ୍ୟାଳୟଗୁଡିକରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ବିଦ୍ୟାଳୟର ରଜନୀକାନ୍ତ ଦାସ, ପବିତ୍ର ମୋହନ ପାଢ଼ୀ, ପ୍ରଦୀପ କୁମାର ପଣ୍ଡା, ଶିଶିର କାନ୍ତ ଦାସ, ଆର୍ତ୍ତଚନ୍ଦ୍ର ଖଟୁଆ,ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ନେହେରୁଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବଂଶୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ଦେବା ବନ୍ଦକଲେ ମାଲିକ ଛାଡ଼ିଦେଉଛନ୍ତି ଗାଈ: ଫସଲ ଖାଇ କରୁଛନ୍ତି ନଷ୍ଟ

ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରା ମାଡ଼ କଲେ ଛାତ୍ର; ‘ବାବୁ’ ଶବ୍ଦ ଖୋଲିଲା…

ନାଲଗୋଣ୍ଡା,୨୦।୮: ତେଲଙ୍ଗାନା ନାଲଗୋଣ୍ଡା ଜିଲାର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ ରୂପା ରେଡ୍ଡିଙ୍କୁ ତାଙ୍କ ଘରେ ହତ୍ୟା କରାଯିବାର ଏକ ସପ୍ତାହରୁ ଅଧିକ ସମୟ ପରେ, ପୋଲିସ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ଇଣ୍ଡୋନେସିଆରେ ପୁଣି ୫.୭ ତୀବ୍ରତାର ଭୂମିକମ୍ପ

ଜାକର୍ତ୍ତା,୨୦।୮: ଇଣ୍ଡୋନେସିଆର ରୁଟେଙ୍ଗ ନିକଟରେ ୫.୭ ତୀବ୍ରତାର ଭୂମିକମ୍ପ ହୋଇଛି। USGS ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ରୁଟେଙ୍ଗର ପ୍ରାୟ ୩୨ କିଲୋମିଟର ଉତ୍ତର-ଉତ୍ତରପୂର୍ବ (NNE) ରେ ୧୦…

ଉସେନ ବୋଲ୍ଟଙ୍କୁ ପଛରେ ପକାଇଦେବ ରୋବୋ ‘ସୁପରମ୍ୟାନ୍‌’: ଡେଇଁପାରିବ ୨ ମିଟର

ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍‌ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri