ଶିମିଳିପାଳରୁ ୩ ଶିକାରୀ ଗିରଫଦେଶୀ ବନ୍ଧୁକ ଜବତ

ଉଦଳା,୧୧ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଶିମିଳିପାଳ କୋର ଏରିଆରେ ରବିବାର ବିଳମ୍ବିତ ରାତିରେ ବନବିଭାଗ ଏବଂ ଏସଟିଆର ଟିମ୍‌ ମିଳିତ ଚଢାଉ କରି ୩ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଗିରଫ ଶିକାରୀମାନେ ହେଲେ ଫୁଲବାଡିଆ ଓ ଗୁଡିଆଦର ଗ୍ରାମର ଚାରୁଚନ୍ଦ୍ର ସିଂ, ନବ କଟୁଆଳ ଏବଂ ସୁଦାମ ସିଂ ା ଗିରଫ ଅଭିଯୁକ୍ତଙ୍କୁ ଉଦଳା ଏସଡିଜେଏମ୍‌ କୋର୍ଟ ଚାଲାଣ କରାଯାଇଛି।
ବନବିଭାଗ ଏବଂ ଏସଟିଆର ଟିମ ମିଳିତ ଭାବେ ରବିବାର ବିଳମ୍ବିତ ରାତିରେ ଶିମିଳିପାଳ କୋର ଏରିଆ ଜେନାବିଲ୍‌ ହାତୀଶୋଳ ବିଟ୍‌ ଚାରିଛକ ଜଙ୍ଗଲ ନିକଟରେ ଚଢାଉ କରିଥିଲେ। ଏହି ସମୟରେ ଶିକାର ନିମନ୍ତେ ଜଙ୍ଗଲ ଭିତରକୁ ଯାଉଥିବା ୩ ଶିକାରୀ ବନ ବିଭାଗ କର୍ମଚାରୀଙ୍କ ହାବୁଡରେ ପଡିଥିଲେ। ବନବିଭାଗ କର୍ମଚାରୀମାନେ ସେମାନଙ୍କୁ କାବୁ କରିବା ସହ ୩ ଟି ଦେଶୀ ବନ୍ଧୁକ ଜବତ କରିଥିଲେ। ଗତ ମଇ ୧୮ ତାରିଖରେ ଶିମିଳିପାଳ କୋର ଏରିଆ ଉପର ବାରହାକାମୁଡା ଅଞ୍ଚଳରୁ ୨ ଶିକାରୀଙ୍କୁ ବନ୍ଧୁକ ସହିତ ଏସଟିଆର ଟିମ୍‌ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବନ୍ୟଜନ୍ତୁ ମାଂସ ମଧ୍ୟ ଜବତ ହୋଇଥିଲା ା ଶିମିଳିପାଳରେ ଶିକାରୀ ସକ୍ରିୟ ରହିଥିବା ବେଳେ ଜଙ୍ଗଲ ମଧ୍ୟରେ କାଠ ଏବଂ ବନ୍ୟଜନ୍ତୁ ଶିକାର ଚାଲିଥିବା ଓ ବନବିଭାଗ ଠିକ୍‌ ଭାବରେ ପାଟ୍ରୋଲିଂ କରୁ ନ ଥିବା ଅଭିଯୋଗ ହୋଇଛି ା ଏଥିନେଇ ପରିବେଶବିତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ଏ ସମ୍ପର୍କରେ ପରିବେଶବିତ୍‌ ପଦୁ ଦାସଙ୍କୁ ପଚାରିବାରୁ ଘର ଢିଙ୍କି କୁମ୍ଭୀର ସାଜିଲା ପରି ବନବିଭାଗ ଜାଣତରେ ଶିମିଳିପାଳରେ ଶିକାର ଚାଲିଛି। ତେଣୁ ଏହା ଉପରେ ରୋକ ଲଗାଇବ କିଏ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।