ଶିଖାଇଲେ, ନିଜେ ଶିଖିଲେନି : ୩୫ ପ୍ରତିଶତ ପୋଷ୍ଟାଲ ଭୋଟ ନାକଚ

ଭଦ୍ରକ ଅଫିସ, ୨।୬ – ପ୍ରତି ନିର୍ବାଚନରେ ପୋଷ୍ଟାଲ ଭୋଟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଚଳିତ ସାଧାରଣ ନିର୍ବାଚନରେ ଭଦ୍ରକ ଜିଲାର ସଂସଦୀୟ କ୍ଷେତ୍ରରେ ୩୫ ପ୍ରତିଶତ ପୋଷ୍ଟାଲ ଭୋଟ ନାକଚ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରୁଥିବା ସରକାରୀ କର୍ମଚାରୀ ନିଜେ ଦେଇଥିବା ଭୋଟ ମଧ୍ୟରୁ ଏତେସଂଖ୍ୟକ ଭୋଟ ନାକଚ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଯେଉଁମାନେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିଲେ, କେମିତି ଭୋଟ ଦିଆଯିବ ଲୋକଙ୍କୁ ବୁଝାଉଥିଲେ। ସେମାନେ ନିଜେ ଠିକ୍‌ରେ ଭୋଟ ଦେଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖନୀୟ ଯେ, ନିର୍ବାଚନ ଅବ୍ୟବହିତ ପୂର୍ବରୁ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ପ୍ରାୟ ଦୁଇମାସ ଧରି ନିର୍ବାଚନ ପରିଚାଳନା ସମ୍ପର୍କରେ ୬ ଥରରୁ ଊର୍ଦ୍ଧ୍ୱ ତାଲିମ ନେଇଥିଲେ। ଏହାସତ୍ତ୍ୱେ ପୋଷ୍ଟାଲ ଭୋଟ୍‌ କିଭଳି ଦିଆଯିବ ଓ କେଉଁ ଫର୍ମ କେତେଥର ପୂରଣ କରାଯିବ ତାହା ନିଜେ ଅଧିକାରୀମାନେ ଜାଣି ନ ଥିବାରୁ ପୋଷ୍ଟାଲ ଭୋଟ ପ୍ରଦାନରେ ଏଥର ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଶିକ୍ଷିତ ତଥା ଦାୟିତ୍ୱସମ୍ପନ୍ନ କର୍ମଚାରୀଙ୍କର ଏତେ ପରିମାଣରେ ଭୋଟ ନାକଚ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏଥର ନିର୍ବାଚନରେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ମୋଟ ୮୧୭୧ଟି ପୋଷ୍ଟାଲ ଭୋଟ୍‌ ଆସିଥିଲା। ସେଥିମଧ୍ୟରୁ ୫୨୮୧ କାଏମ ଥିବାବେଳେ ୨୮୯୦ ଭୋଟ୍‌ ନାକଚ ହୋଇଥିଲା। ପ୍ରତି ବିଧାନସଭା ଆସନରେ ଆସିଥିବା ପୋଷ୍ଟାଲ ଭୋଟ୍‌ ବି ଏହି ହାରରେ ନାକଚ ହୋଇଛି। ପୋଷ୍ଟାଲ ଭୋଟ୍‌ ନାକଚ ହେବା ସମ୍ପର୍କରେ ଜଣେ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି, ବାଲଟରେ ଭୋଟ ଦେବାବେଳେ ୧୩ ଏ ଫର୍ମରେ ଲେଖାଯାଇଥିବା ସିରିଏଲ୍‌ ନମ୍ବରକୁ ୧୩ ବି ଫର୍ମରେ କେତେକ ଲେଖି ନ ଥିଲେ। ସେମାନଙ୍କ ୧୩ ଏ ଫର୍ମକୁ କୌଣସି ଗେଜେଟେଡ ଅଫିସର ଆଟେଷ୍ଟେଡ କରି ନ ଥିଲେ। ସେହିପରି ବାଲଟରେ ଭୋଟ ଦେଇସାରି ୧୩ ଏ ଖୋଳ ଭିତରେ କେତେକ ନିଜର ଘୋଷଣାନାମା ଦେଇ ନ ଥିଲେ। ମୁଖ୍ୟତଃ ଏହି ୩ଟି କାରଣରୁ ଭଦ୍ରକରେ ୨୮୯୦ଟି ଭୋଟ ନାକଚ ହୋଇଛି। ୨୦୧୪ ନିର୍ବାଚନ ତୁଳନାରେ ଏଥର ପୋଷ୍ଟାଲ ଭୋଟ୍‌ ସଂଖ୍ୟା ଚାରିଗୁଣ ବଢ଼ିଛି। ତେବେ ଏହି ଭୁଲ୍‌ ପାଇଁ କର୍ମଚାରୀଙ୍କ ଖିଆଲି ମନୋଭାବ ଯେତିକି ଦାୟୀ, ଦାୟିତ୍ୱରେ ଥିବା ଅଧିକାରୀମାନେ ବି ସେତିକି ଦାୟୀ। ଏଭଳି ଭୁଲ୍‌ ଭବିଷ୍ୟତରେ ଯେପରି ନ ହେବ ସେ ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଆଇନଜୀବୀ ଶ୍ରୀକାନ୍ତ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri