Posted inଜାତୀୟ

ଶାହିନବାଗରେ ହାଇଡ୍ରାମା

ନୂଆଦିଲ୍ଲୀ,୨୦ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗରେ ଚାଲିଥିବା ଆନ୍ଦୋଳନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଥମିନାହିଁ। ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ମଧ୍ୟସ୍ଥ ଭାବେ ନିଯୁକ୍ତି ପାଇଥିବା ଦୁଇ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେ ଓ ସାଧନା ରାମଚନ୍ଦ୍ରନ୍‌ ବୁଧବାର ବିକ୍ଷୋଭକାରୀମାନଙ୍କୁ ବୁଝାଇବା ପାଇଁ ଯାଇଥିଲେ। ହେଲେ ସେଠାରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ହେବାରୁ ଉଭୟେ ଫେରିଯାଇଛନ୍ତି। ଗୁରୁବାର ଦୁଇ ମଧ୍ୟସ୍ଥ ପୁନର୍ବାର ଶାହିନବାଗ ଯାଇ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
୧୪। ଏଇଟା ହେଉଛି ସେହି ତାରିଖ, ଯେବେଠୁ ଦକ୍ଷିଣ ଦିଲ୍ଲୀର ଶାହିନବାଗ ପାଲଟିଛି ସିଏଏ ବିରୋଧୀ ବିକ୍ଷୋଭର କେନ୍ଦ୍ରସ୍ଥଳ। ସିଏଏ ପ୍ରତ୍ୟାହାର ଦାବିରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଲୋକେ ବିଶେଷକରି ମହିଳାମାନେ ଦିଲ୍ଲୀ ଓ ନୋଏଡାକୁ ସଂଯୋଗ କରୁଥିବା ଶାହିନବାଗର ରାସ୍ତାକୁ ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଅଚଳାବସ୍ଥାକୁ ନେଇ କେତେକ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଛି। ଜଷ୍ଟିସ୍‌ ସଞ୍ଜୟ କୌଲ ଏବଂ କେ.ଏମ୍‌. ଜୋସେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୧୬ ତାରିଖରେ ସେଗୁଡ଼ିକର ଶୁଣାଣି କରି ସଞ୍ଜୟ ହେଗ୍‌ଡେ ଓ ସାଧନା ରାମଚନ୍ଦ୍ରନ୍‌ଙ୍କୁ ବାର୍ତ୍ତାକାର ଭାବେ ନିଯୁକ୍ତ କରିଥିଲେ। ବିକ୍ଷୋଭ କରିବା ସେମାନଙ୍କ ଅଧିକାର କିନ୍ତୁ ବିକ୍ଷୋଭ ଅନ୍ୟ ନାଗରିକମାନଙ୍କୁ ପ୍ରଭାବିତ କରିବା ଅନୁଚିତ ବୋଲି ଅଦାଲତ କହିଥିଲେ। ଏହାସହ ଲୋକଙ୍କୁ କାଳିନ୍ଦୀ କୁଞ୍ଜ ରାସ୍ତାରୁ ବିକ୍ଷୋଭକୁ ଅନ୍ୟତ୍ର (ରାମଲୀଲା ମଇଦାନ କିମ୍ବା ଯନ୍ତରମନ୍ତର ଭଳି ସ୍ଥାନକୁ) ସ୍ଥାନାନ୍ତର କରିବା ଲାଗି ବୁଝାଇବା ସକାଶେ ମଧ୍ୟସ୍ଥଙ୍କୁ ପରାମର୍ଶ ଦେଇଥିଲେ। ଆଲୋଚନାର ନିଷ୍କର୍ଷ ଆସନ୍ତା ୨୪ ତାରିଖ ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ରହିଛି। ତେଣୁ ମଙ୍ଗଳବାର ଦୁଇ ମଧ୍ୟସ୍ଥ ପ୍ରଥମଥର ପାଇଁ ବିକ୍ଷୋଭସ୍ଥଳରେ ପହଞ୍ଚତ୍ଥିଲେ। ଉଭୟେ କହିଥିଲେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆମେ ଆସିଛୁ। ସମସ୍ତଙ୍କ ସହ କଥା ହେବୁ ଓ ସଭିଙ୍କ କଥା ଶୁଣିବୁ। ସମସ୍ତଙ୍କ ସହଯୋଗରେ ସୁଫଳ ମିଳିବ ବୋଲି ଆଶା। ଅଦାଲତ ଆପଣମାନଙ୍କ ବିକ୍ଷୋଭ କରିବାର ଅଧିକାରକୁ କାଏମ ରଖିଛନ୍ତି। କିନ୍ତୁ ଅନ୍ୟମାନଙ୍କ ଅଧିକାର ମଧ୍ୟ ବଜାୟ ରହିବା ଉଚିତ ବୋଲି କହିଥିଲେ। ସଞ୍ଜୟ ସୁପ୍ରିମକୋର୍ଟଙ୍କ ରାୟକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିବାବେଳେ ସାଧନା ତାକୁ ହିନ୍ଦୀରେ ବୁଝାଇଥିଲେ। ଇତିମଧ୍ୟରେ ବିକ୍ଷୋଭକାରୀମାନେ ହୋହଲ୍ଲା କରିବାରୁ ଅଧିକ ସମୟ ଆଲୋଚନା ହୋଇପାରି ନାହିଁ। କେତେଜଣ ମହିଳା କାନ୍ଦିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାର ସିଏଏ ସହ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ପ୍ରତ୍ୟାହାର କଲେ ଯାଇ ସେମାନେ ବିକ୍ଷୋଭସ୍ଥଳରୁ ହଟିବେ ବୋଲି କହିଥିଲେ। ଖବରଦାତାମାନେ ସେଠାରେ ଉପସ୍ଥିତ ରହି ଆଲୋଚନାର ରେକର୍ଡିଂ କରନ୍ତୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ। ଶେଷରେ ମିଡିଆ ବିକ୍ଷୋଭସ୍ଥଳ ଛାଡ଼ି ଚାଲିଯିବ ଓ ବୈଠକ ପରେ ବିକ୍ଷୋଭକାରୀମାନେ ଗଣମାଧ୍ୟମକୁ ନିଷ୍କର୍ଷ ସମ୍ପର୍କରେ ଅବଗତ କରାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ପାଟିତୁଣ୍ଡ ଭିତରେ ଦୁଇ ମଧ୍ୟସ୍ଥ ସେଠାରୁ ଚାଲିଯାଇଛନ୍ତି। ଦୁହେଁ ଗୁରୁବାର ପୁଣି ଶାହିନବାଗ ଯାଇ ବିକ୍ଷୋଭକାରୀଙ୍କ ସହ କଥା ହେବେ ବୋଲି କହିଛନ୍ତି। ସଞ୍ଜୟ ଓ ସାଧନା ସେଠାରୁ ଚାଲିଯିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ତୃତୀୟ ମଧ୍ୟସ୍ଥ ଓ୍ବାଜାହତ ହବିବୁଲ୍ଲା ପହଞ୍ଚତ୍ଥିଲେ। ଏହାକୁ ଦେଖି ଗଣମାଧ୍ୟମ କର୍ମୀମାନେ ବିସ୍ମିତ ହୋଇଥିଲେ। ପୃଥକ୍‌ ଭାବେ ଆସିଥିବାରୁ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ନା ଏହା ଏକ ସୁଚିନ୍ତିତ ରଣନୀତି ବୋଲି ଅନେକେ ଚର୍ଚ୍ଚା କରିଥିଲେ। ଏନେଇ ପୂର୍ବତନ ମୁଖ୍ୟ ସୂଚନା କମିଶନର ହବିବୁଲ୍ଲା କହିଛନ୍ତି, ମଧ୍ୟସ୍ଥ ଟିମ୍‌ରେ ତାଙ୍କୁ ସାମିଲ କରାଯିବା ନେଇ ଆନୁଷ୍ଠାନିକ ଭାବେ ଅବଗତ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri