ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୫ା୫(ଡି.ଏନ.ଏ.)- ଆଉ ଶାଳରେ ଶୁଭୁନି କଂସା ବାସନ ତିଆରିର ଶବ୍ଦ। ନା ପହଞ୍ଚି ପାରୁଛି କଞ୍ଚାମାଲ ନା ବିକ୍ରି ହୋଇ ପାରୁଛି ପୂର୍ବ ତିଆରି ସାମଗ୍ରୀ। କୌଳିକ ବୃତ୍ତିକୁ ଆପଣାଇ ଦୁଇ ପଇସା ରୋଜଗାର କରୁଥିବା କାରିଗରଙ୍କ ଦୁର୍ଦ୍ଦିନ ସରିବାର ନାଁ ଧରୁନି। ପୂର୍ବରୁ ବିଭିନ୍ନ କାରଣରୁ ବ୍ୟବସାୟ କମିଥିବାବେଳେ ଏବେ କରୋନା କଟକଣା ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। କଂସା ବାସନ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର କାରିଗର ଏବେ ପେଟ ପୋଷିବାକୁ ସଂଘର୍ଷ କରୁଥିବାବେଳେ ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି।
ଢେଙ୍କାନାଳ ଜିଲା ଭୁବନ ଗ୍ରାମରେ ୩ ଶହରୁ ଊର୍ଦ୍ଧ୍ୱ କଂସାରୀ ପରିବାର ବସବାସ କରନ୍ତି। କଂସା ପିତ୍ତଳ ବାସନ ତିଆରି କରିବା ପାଇଁ ପୂର୍ବରୁ ୫୦ଟି ଶାଳ ଥିବାବେଳେ ଦିନକୁ ଦିନ ଏହା ହ୍ରାସ ପାଇ ଏବେ ୧୦ରେ ପହଞ୍ଚିଲାଣି। ଭୁବନରେ ୧୨ଟି କଂସା ବାସନ ଦୋକାନ ବନ୍ଦ ହୋଇଯିବାରୁ କଞ୍ଚାମାଲ ଅଭାବ ଦେଖାଦେଇଛି। ଦରଦାମ ବୃଦ୍ଧି, ଚାହିଦା କମିବା, କଞ୍ଚାମାଲ ଆସି ପାରୁ ନ ଥିବାରୁ କାରିଗରଙ୍କ ସମସ୍ୟା ବଢିବାରେ ଲାଗିଛି। ସରକାର ଜିଏସଟି ଲାଗୁ କରିବା ପରଠାରୁ ଆବଶ୍ୟକ ମୁତାବକ କଞ୍ଚାମାଲ ଆସିପାରୁ ନ ଥିବା କାରିଗରମାନେ ଅଭିଯୋଗ ଆଣିଛନ୍ତି। ଏହାପରେ ଯାହା ଯେମିତି କଷ୍ଟେ ମଷ୍ଟେ ବ୍ୟବସାୟ ଚାଲିଥିଲା କରୋନା ପାଇଁ ସେତକ ବି ବନ୍ଦ ହୋଇଯାଇଛି। ବିବାହ, ବ୍ରତଘର, ବିଭିନ୍ନ ପର୍ବପର୍ବାଣୀରେ କାରିଗରଙ୍କ ହାତ ଚାଲୁଥିବାବେଳେ ଏବେ ସବୁ ପ୍ରକାର ଉତ୍ସବ ଯାତ୍ରା ପାଇଁ କଟକଣା ଲାଗିଛି। ଏଥିଯୋଗୁ କଂସା କାରିଗର ମଧ୍ୟ ହାତ ବାନ୍ଧି ବସିଛନ୍ତି। ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ସମସ୍ୟା ସୁଧାରିବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏ ସମ୍ପର୍କରେ କଂସା କାରିଗର ନଟବର ସାହୁ କୁହନ୍ତି, ସେମାନଙ୍କ ସମ୍ପ୍ରଦାୟ, କାରିଗରୀ ଯୋଗୁ ସ୍ବତନ୍ତ୍ର ପରିଚୟ ମିଳିଥିଲେ ମଧ୍ୟ ସମସ୍ତଙ୍କ ଅଣଦେଖା ପାଇଁ ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଜିଏସଟି କାରଣରୁ କଂସା କାମ କମି ଯାଇଥିଲା। ଏବେ କରୋନା ଯୋଗୁ ଶାଳରେ ତାଲା ପଡିଛି। ଫଳରେ ଦିନକୁ ଦୁଇମୁଠା ଦାନା ଯୋଗାଡ କରିବା କଷ୍ଟକର ହୋଇପଡିଛି। କାରିଗର ମାୟାଧର ସାହୁ କୁହନ୍ତି, କରୋନା ଲକଡାଉନ ଯୋଗୁ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କଞ୍ଚାମାଲ ଅଭାବ ସାଙ୍ଗକୁ ମାଲିକମାନେ କାମ ବନ୍ଦ କରିଦେଇଛନ୍ତି। ଲକଡାଉନରେ ଲୋକେ କିଣା ବିକା ବି କରୁନାହାନ୍ତି। ବାସନ ମରାମତି କରି ଯାହା ଯେତିକି ପାରିଶ୍ରମିକ ମିଳୁଛି। ସରକାର ଏହି ଦୁର୍ଦ୍ଦିନରେ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri