ଶାରଳା ମନ୍ଦିରରେ ପାଳି କରି ପୂଜା କରିବେ ୨ ବଡ଼ପଣ୍ଡା

ଜଗତ୍‌ସିଂହପୁର ଅଫିସ, ୪ା୮: ଶାରଳା ମନ୍ଦିରରେ ବଡ଼ପଣ୍ଡାଙ୍କୁ ନେଇ ଚାଲିଥିବା ବିବାଦର ଏକପ୍ରକାର ସମାଧାନ ହୋଇଛି। ଏଣିକି ୨ ଜଣଙ୍କୁ ବଡ଼ପଣ୍ଡା ଭାବେ ଗ୍ରହଣ କରାଯିବା ସହ ଉଭୟଙ୍କୁ ପାଳି କରି ପୂଜା ଦାୟିତ୍ୱ ବାଣ୍ଟି ଦିଆଯିବ। ଏହି ଦାୟିତ୍ୱ ଉପଜିଲାପାଳ ଓ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିବ। ଏହା ସତ୍ତ୍ବେ କିଛି ବିଶୃଙ୍ଖଳା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକସ୍ଥଳେ ଲୋକଙ୍କ ମତାମତକୁ ଭିତ୍ତିକରି ବଡ଼ ପଣ୍ଡା ପଦବୀ ଉଚ୍ଛେଦ ପାଇଁ ଦେବୋତ୍ତର ବିଭାଗକୁ ସୁପାରିଶ କରାଯିବ। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲାପାଳ ତଥା ଶାରଳା ମନ୍ଦିର ଏଣ୍ଟରିମ୍‌ ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।
ଜିଲାପାଳ କହିଛନ୍ତି ଯେ, ଲୋକଙ୍କ ଭାବାବେଗ ସହ କେହି ଖେଳିଲେ ପ୍ରସୟ ଦିଆଯିବ ନାହିଁ। ବଡ଼ପଣ୍ଡା ପଦ ନେଇ ରହିଥିବା ପାରିବାରିକ ବିବାଦ ଲୋକଙ୍କ ଉପରେ ନଦିଦେଲେ ମନ୍ଦିର ପ୍ରଶାସନ ବରଦାସ୍ତ କରିବ ନାହିଁ। ଖୁବଶୀଘ୍ର ବଡ଼ପଣ୍ଡା ରହିବା ଉଚିତ କି ନୁହେଁ, ସେନେଇ ଲୋକଙ୍କ ମତାମତ ଗ୍ରହଣ କରାଯିବ। ଯେବେ ଏହି ପଦବୀ ରହିବା ଉଚିତ ନୁହେଁ ବୋଲି ମତ ଆସିବ ତେବେ ସେ ଏହା କରାଯିବା ଉଚିତ ବୋଲି ଦେବୋତ୍ତର ବିଭାଗକୁ ସୁପାରିଶ କରିବେ ବୋଲି କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଭାରପ୍ରାପ୍ତ ଏସ୍‌ପି ବିଶ୍ୱନାଥ ମିଶ୍ର, ମନ୍ଦିର ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଧଳ, ତିର୍ତ୍ତୋଲ ଆଇଆଇସିଙ୍କ ସମେତ ବଡ଼ପଣ୍ଡା ପାଇଁ ଦାବି କରୁଥିବା ରମାକାନ୍ତ ପଣ୍ଡା ଓ ପ୍ରଜ୍ଞାଦୀପ୍ତ ପଣ୍ଡା ଉପସ୍ଥିତ ଥିଲେ। ଏଥିରେ ମନ୍ଦିରରେ ପ୍ରତି ବର୍ଷ ପାଳନ ହେଉଥିବା ୨୪ଟି ପର୍ବ (୭୪ ଦିନ)ର ପୂଜା ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିଶେଷକରି ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ ପାଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୧୧ରେ ଏ ସଂକ୍ରାନ୍ତରେ ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ କୋର୍ଟରେ ମାମଲା(ସଂଖ୍ୟା ୩୦/୧୧) ରୁଜୁ ହୋଇ ୨୦୧୨ରେ ମଧ୍ୟବର୍ତ୍ତିକାଳୀନ ଶୁଣାଣି ହୋଇଥିଲା। ୨୯ା୫ା୧୯ରେ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶ ଅନୁଯାୟୀ ଉଭୟଙ୍କୁ ବଡ଼ପଣ୍ଡା ଭାବେ ଗ୍ରହଣ କରାଯିବ ଏବଂ ସେମାନେ ବୁଝାମଣା ଭିତ୍ତିରେ ପୂଜା କରିବା କଥା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ବିବାଦର ସ୍ଥାୟୀ ସମାଧାନ ହେବା ତ ଦୂରର କଥା ବରଂ ଜଟିଳ ହୋଇଥିଲା। ଏପରି କି ଗତ ୧ ତାରିଖରେ ଅନୁଷ୍ଠିତ ଚିତାଲାଗି ଅମାବାସ୍ୟା ଦିନ ସନ୍ଧ୍ୟାରେ ମା’ଙ୍କ ନୀତିରେ ବିଭ୍ରାଟ ହୋଇଥିଲା। ଏହିଦିନ ବଡ଼ଣ୍ଡା ଭାବେ ରଞ୍ଜନ ପଣ୍ଡା ମନ୍ଦିର ଭିତରେ ପୂଜାରେ ବସିବା ସହ ଭଣ୍ଡାର ଘରୁ ଭୋଗ ଆଣିବା ବେଳେ ପ୍ରଜ୍ଞାଜିତ ପଣ୍ଡା ତାଙ୍କୁ ଅଟକାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ନୀତି ବନ୍ଦ ହୋଇଯାଇଥିଲା। ଘଟଣାସ୍ଥଳରେ ଉପଜିଲାପାଳ ପହଞ୍ଚତ୍ ବୁଝାଶୁଝା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ବିଳମ୍ବିତ ରାତିରେ ଅନ୍ୟ ଜଣେ ସେବକଙ୍କ ମାଧ୍ୟମରେ ଭୋଗଲାଗି କରାଯାଇଥିଲା। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ମା’ଙ୍କ ଭୋଗ ନ ପାଇ ନିରାଶ ହୋଇଥିଲେ। ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ଜିଲାପାଳ ହସ୍ତକ୍ଷେପ କରିଥିଲେ ଓ ଶନିବାର ବୈଠକ ଡକାଯାଇଥିଲା। ବୈଠକରେ କୁହାଯାଇଥିଲା ଯେ, ଆସନ୍ତା ଅଗଷ୍ଟ ୧୫ ତାରିଖ ଗହ୍ମାପୂର୍ଣ୍ଣିମା ଦିନ ବଡ଼ପଣ୍ଡା ରହିବେ ରଞ୍ଜନ ପଣ୍ଡା। ତା ପର ପର୍ବ ଅର୍ଥାତ୍‌ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ପ୍ରଜ୍ଞାଦୀପ୍ତ ବଡ଼ ପଣ୍ଡା ଦାୟିତ୍ୱ ତୁଲାଇବେ। ଏହି କ୍ରମରେ ପର୍ବଗୁଡିକ ଉଭୟଙ୍କୁ ବାଣ୍ଟି ଦିଆଯିବ। ଗତ ୧ ତାରିଖରେ ମନ୍ଦିରରେ ଯେଉଁମାନେ ବିଶୃଙ୍ଖଳା କରୁଥିଲେ ସେ ଉପରେ ମନ୍ଦିର ନିର୍ବାହୀ ଅଧିକାରୀ ତଦନ୍ତ କରି ପରବର୍ତ୍ତୀ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri