A statue of Indian independence leader Mahatma Gandhi in Accra, Ghana, Thursday, Sept. 22, 2016. Professors at a university in Ghana's capital are campaigning for the removal of a new statue of Indian independence leader Mahatma Gandhi. (AP Photo/Christian Thompson)
ବଲାଙ୍ଗୀର ଅଫିସ,୧୮।୧୧: ବିଶ୍ୱର ୧୦୨ଟି ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ କିମ୍ବା ତଦୂର୍ଦ୍ଧ୍ୱ ପ୍ରତିମୂର୍ତ୍ତି ରହିଥିବା ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଥିବା ସମୁଦାୟ ୧୦୨ଦେଶ ମଧ୍ୟରୁ ୮୨ଟି ଦେଶରେ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରହିଛି। ୨୦ଟି ଦେଶରେ ଅର୍ଦ୍ଧାବୟବ ପ୍ରତିମୂର୍ତ୍ତି ରହିଥିବା ଉକ୍ତ ତଥ୍ୟରୁ ଜଣାଯାଇଛି। ଭାରତ ସରକାରଙ୍କ ବୈଦେଶିକ ବିଭାଗକୁ ବଲାଙ୍ଗୀରର ସୂଚନା କର୍ମୀ ହେମନ୍ତ ପଣ୍ଡା ଏ ନେଇ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ଆଇନର ୬(୩) ଧାରା ଅନୁଯାୟୀ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ଉପରୋକ୍ତ ତଥ୍ୟ ପ୍ରଦାନ କରାଯାଇଥିବା ପଣ୍ଡା ଜଣାଇଛନ୍ତି। ତେବେ କେତୋଟି ଦେଶର ମୁଦ୍ରା ଏବଂ ଡାକ ଟିକଟରେ ଗାନ୍ଧୀଙ୍କ ଫଟୋ ରହିଛି ଏହି ସୂଚନା ସମ୍ପର୍କିତ ତଥ୍ୟ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଥିବା ପଣ୍ଡା କହିଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ରହିଥିବା ମହାମାନବମାନଙ୍କ ପ୍ରତିମୂର୍ତ୍ତି ସଂଖ୍ୟା ମଧ୍ୟରେ ଗାନ୍ଧୀ ସର୍ବାଗ୍ରେ ରହିଛନ୍ତି ବୋଲି ସୂଚନା କର୍ମୀ ପଣ୍ଡା ତଥ୍ୟ ଦେଇଛନ୍ତି।