ଶହୀଦ ଦିବସରେ ସଜେଇ ହେଉଛି ରକ୍ତତୀର୍ଥ: ଫିକା ପଡ଼ିଛି ବଳିଦାନର ସ୍ମୃତି

ଖଇରା, ୨୮।୯(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ତୁଡ଼ିଗଡ଼ିଆ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ବି ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯାଉନାହିଁ। ଶହୀଦ ମାର୍ଗ ଭାବେ ପରିଚିତ ତୁଡ଼ିଗଡ଼ିଆ-ଖଇରାଡ଼ିହି ରାସ୍ତା ଅସମ୍ପୂର୍ଣ୍ଣ ହୋଇରହିଛି। ବିଶ୍ରାମାଗାର କି ଶୌଚାଳୟ ନାହିଁ। ସାମାନ୍ୟ ବର୍ଷା ହେଲେ ରକ୍ତତୀର୍ଥ ସଂଲଗ୍ନ ବଜାର ପରିସର ଜଳମଗ୍ନ ହୋଇରହୁଛି। ଏଭଳି ସ୍ଥିତିରେ ଶନିବାର ଏହି ଶହୀଦ ପୀଠରେ ୭୭ତମ ଶହୀଦ ସ୍ମୃତି ଦିବସ ପାଳନ ଲାଗି ଚିରାଚରିତ ଢଙ୍ଗରେ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି।
ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି, ଶହୀଦ ସ୍ମୃତି ଦିବସ ପାଳନ ହେଲେ ଦିନକ ପାଇଁ ଏହି ପୀଠ କୋଳାହଳପୂର୍ଣ୍ଣ ହୋଇପଡ଼େ। ନାଚଗୀତର ଆସର ଓ ପ୍ରତିଯୋଗିତା ଜମେ। ମଞ୍ଚରେ ପ୍ରଶାସକ, ନେତା ଓ ମନ୍ତ୍ରୀ ଭାଷଣରେ ପ୍ରତିଶ୍ରୁତି ଦେଇ ଫେରିଯିବା ପରେ ସମସ୍ତେ ସବୁ କିଛି ଭୁଲିଯାଇଥାନ୍ତି। ଏକଦା ରକ୍ତର ବନ୍ୟା ସୃଷ୍ଟି ହୋଇଥିବା ଏହି ଶହୀଦ ମାଟିରେ ଏବେ ମଦର ବନ୍ୟା ଛୁଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିୟମିତ ଅଳିଆ ଆବର୍ଜନା ସଫା ନ ହେବାରୁ ଶହୀଦ ସ୍ମୃତିସ୍ତମ୍ଭ ପରିସର ମଧ୍ୟ ଅସ୍ବାସ୍ଥ୍ୟକର ହୋଇରହୁଛି।
ଶହୀଦ ଜନ କଲ୍ୟାଣ ପରିଷଦ ତରଫରୁ ଏଥର ଶହୀଦ ସ୍ମୃତି ଦିବସ ପାଳନ ଲାଗି ଏହି ପୀଠ ପରିସର ସଜେଇ ହେବାରେ ଲାଗିଛି। କିନ୍ତୁ ଏହାର ସ୍ଥାୟୀ ବିକାଶ ପ୍ରତି ଅବହେଳା ଚର୍ଚ୍ଚାର କାରଣ ହୋଇଛି। ଆଜି ବି ଏହି ପୀଠ ସ୍ବାଧୀନତା ସଂଗ୍ରାମ ବେଳର ଜାଗରଣ ଓ ବଳିଦାନର ସ୍ମୃତିକୁ ସାଇତି ରଖିଛି।
ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ। ଖଇରା ସୋର ସୀମାନ୍ତବର୍ତ୍ତୀ ଛତରା ଗ୍ରାମର ସଂଗ୍ରାମୀ ଶିବିରରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମନ୍ତ୍ରଣା ଚାଲିଥାଏ। ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବ୍ରିଟିଶ ଫୌଜ ଆସି ପହଞ୍ଚିଥିଲେ। ସେମାନେ ସଂଗ୍ରାମର ନେତୃତ୍ୱ ନେଉଥିବା ବୈଦ୍ୟନାଥ ରାଉତଙ୍କ ଘର ଖଇରାଡ଼ିହି ଗ୍ରାମରେ ପହଞ୍ଚତ୍ବା ପରେ ବିଭିନ୍ନ ଗ୍ରାମର ଯୁବବାହିନୀ ବ୍ରିଟିଶ ଫୌଜକୁ ମୁକାବିଲା କରିବା ପାଇଁ ଏକଜୁଟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଫୌଜଙ୍କ ଗୁଳିରେ ବଧି ଗ୍ରାମର ରଘୁ ବେହେରା ଓ ବଡ଼ପୋଖରୀ ଗ୍ରାମର ମକର ଲେଙ୍କା ଶହୀଦ ହୋଇଥିଲେ। ଦୁଇ ଶହୀଦଙ୍କ ଶବକୁ ନେଇ ବ୍ରିଟିଶ ଫୌଜ ତୁଡିଗଡ଼ିଆ କ୍ୟାମ୍ପକୁ ନେଇଯିବାରୁ ଅପରାହ୍ନ ୩ଟାରେ ବୈଦ୍ୟନାଥ ରାଉତ, ଚିନ୍ତାମଣି ପଣ୍ଡା, କୃଷ୍ଣଚନ୍ଦ୍ର ଜେନା ଓ ସୂର୍ଯ୍ୟମଣି ତ୍ରିପାଠୀଙ୍କ ନେତୃତ୍ୱରେ ହଜାର ହଜାର ଗ୍ରାମବାସୀ ପୋଲିସ କ୍ୟାମ୍ପକୁ ଘେରିଯାଇଥିଲେ। ଫୌଜ ଏଥିରେ ବିଚଳିତ ହୋଇ ପୁଣି ଥରେ ଗୁଳି ବର୍ଷଣ କଲେ। ପୋଲିସ୍‌ ଗୁଳିରେ ଶହୀଦ୍‌ ହୋଇଗଲେ ଡାଲଙ୍ଗ ଗ୍ରାମର କେଳୁ ସାହୁ। ଶହୀଦଙ୍କ ଏହି ବଳିଦାନ ଘଟଣା ୭୬ ବର୍ଷ ଅତିକ୍ରମ କରିସାରିଲାଣି। ବହୁ ବିଳମ୍ବରେ ରାଜ୍ୟ ସରକାର ୨୦୧୫ରେ ଉକ୍ତ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଥିଲେ ବି ଏହାର ଆଶାନୁରୂପ ବିକାଶ ହୋଇନାହିଁ। ରାଜ୍ୟ ସରକାର ଦେଇଥିବା ୫୦ଲକ୍ଷ ଟଙ୍କା ୨ବର୍ଷ ପଡ଼ିରହିବା ପରେ ଶହୀଦ ସ୍ମୃତି ଭବନ ନିର୍ମାଣ କରାଯାଇଛି। ଏହାକୁ ଶନିବାର ଉଦ୍‌ଘାଟନ କରାଯିବା ଧାର୍ଯ୍ୟ ହୋଇଛି। ତରବରିଆ କାମ ଯୋଗୁ ନୂଆ ଛାତରୁ ପାଣି ଗଳୁଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଯୁବନେତା କୈଳାସ ବେହେରା ଶହୀଦ ପୀଠକୁ ଷ୍ଟ୍ରିଟ୍‌ଲାଇଟ ସଂଯୋଗ କରା ନ ଯିବା ନେଇ ପ୍ରଶ୍ନ ଉଠାଇଥିବା ବେଳେ ମଦ କାରବାର ରୋକିବା ଦିଗରେ ଅବକାରୀ ବିଭାଗ ଓ ପୋଲିସ ନୀରବଦ୍ରଷ୍ଟା ସାଜିଥିବାରୁ ଏହା ପୀଠର ଗାରିମା ନଷ୍ଟ କରୁଛି ବୋଲି ସ୍ଥାନୀୟ ବୁଦ୍ଧିଜିବୀ କମଳାକାନ୍ତ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଶହୀଦ ଜନ କଲ୍ୟାଣ ପରିଷଦର ସମ୍ପାଦକ ବିଷ୍ଣୁ ମୋହନ ଶତପଥୀ ଓ ବଜାର କମିଟିର ସମ୍ପାଦକ ବସନ୍ତ କୁମାର ସାହୁ କହିଛନ୍ତି, ଯେଉଁ ସବୁ ସମସ୍ୟା ଅଛି ଧୀରେ ଧୀରେ ତାହା ସମାଧାନ ହୋଇପାରିବ। ଶହୀଦ ମାର୍ଗ ଭାବେ ପରିଗଣିତ ରାସ୍ତା ସମସ୍ୟା ପ୍ରତି ସ୍ଥାନୀୟ ନେତା ଧ୍ୟାନ ଦେବା ଆବଶ୍ୟକ ବୋଲି ସ୍ଥାନୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ଦାବି କରିଛନ୍ତି।

୧-ଖଇରା-ଶୁକ୍ରବାର- ତୁଡିଗଡିଆ ଶହୀଦ ସ୍ମୃତିସ୍ତମ୍ଭ


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri