ଶହୀଦ ଦିବସରେ ସଜେଇ ହେଉଛି ରକ୍ତତୀର୍ଥ: ଫିକା ପଡ଼ିଛି ବଳିଦାନର ସ୍ମୃତି

ଖଇରା, ୨୮।୯(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ତୁଡ଼ିଗଡ଼ିଆ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ବି ଅବହେଳିତ ଅବସ୍ଥାରେ ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯାଉନାହିଁ। ଶହୀଦ ମାର୍ଗ ଭାବେ ପରିଚିତ ତୁଡ଼ିଗଡ଼ିଆ-ଖଇରାଡ଼ିହି ରାସ୍ତା ଅସମ୍ପୂର୍ଣ୍ଣ ହୋଇରହିଛି। ବିଶ୍ରାମାଗାର କି ଶୌଚାଳୟ ନାହିଁ। ସାମାନ୍ୟ ବର୍ଷା ହେଲେ ରକ୍ତତୀର୍ଥ ସଂଲଗ୍ନ ବଜାର ପରିସର ଜଳମଗ୍ନ ହୋଇରହୁଛି। ଏଭଳି ସ୍ଥିତିରେ ଶନିବାର ଏହି ଶହୀଦ ପୀଠରେ ୭୭ତମ ଶହୀଦ ସ୍ମୃତି ଦିବସ ପାଳନ ଲାଗି ଚିରାଚରିତ ଢଙ୍ଗରେ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି।
ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି, ଶହୀଦ ସ୍ମୃତି ଦିବସ ପାଳନ ହେଲେ ଦିନକ ପାଇଁ ଏହି ପୀଠ କୋଳାହଳପୂର୍ଣ୍ଣ ହୋଇପଡ଼େ। ନାଚଗୀତର ଆସର ଓ ପ୍ରତିଯୋଗିତା ଜମେ। ମଞ୍ଚରେ ପ୍ରଶାସକ, ନେତା ଓ ମନ୍ତ୍ରୀ ଭାଷଣରେ ପ୍ରତିଶ୍ରୁତି ଦେଇ ଫେରିଯିବା ପରେ ସମସ୍ତେ ସବୁ କିଛି ଭୁଲିଯାଇଥାନ୍ତି। ଏକଦା ରକ୍ତର ବନ୍ୟା ସୃଷ୍ଟି ହୋଇଥିବା ଏହି ଶହୀଦ ମାଟିରେ ଏବେ ମଦର ବନ୍ୟା ଛୁଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିୟମିତ ଅଳିଆ ଆବର୍ଜନା ସଫା ନ ହେବାରୁ ଶହୀଦ ସ୍ମୃତିସ୍ତମ୍ଭ ପରିସର ମଧ୍ୟ ଅସ୍ବାସ୍ଥ୍ୟକର ହୋଇରହୁଛି।
ଶହୀଦ ଜନ କଲ୍ୟାଣ ପରିଷଦ ତରଫରୁ ଏଥର ଶହୀଦ ସ୍ମୃତି ଦିବସ ପାଳନ ଲାଗି ଏହି ପୀଠ ପରିସର ସଜେଇ ହେବାରେ ଲାଗିଛି। କିନ୍ତୁ ଏହାର ସ୍ଥାୟୀ ବିକାଶ ପ୍ରତି ଅବହେଳା ଚର୍ଚ୍ଚାର କାରଣ ହୋଇଛି। ଆଜି ବି ଏହି ପୀଠ ସ୍ବାଧୀନତା ସଂଗ୍ରାମ ବେଳର ଜାଗରଣ ଓ ବଳିଦାନର ସ୍ମୃତିକୁ ସାଇତି ରଖିଛି।
ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ। ଖଇରା ସୋର ସୀମାନ୍ତବର୍ତ୍ତୀ ଛତରା ଗ୍ରାମର ସଂଗ୍ରାମୀ ଶିବିରରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମନ୍ତ୍ରଣା ଚାଲିଥାଏ। ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବ୍ରିଟିଶ ଫୌଜ ଆସି ପହଞ୍ଚିଥିଲେ। ସେମାନେ ସଂଗ୍ରାମର ନେତୃତ୍ୱ ନେଉଥିବା ବୈଦ୍ୟନାଥ ରାଉତଙ୍କ ଘର ଖଇରାଡ଼ିହି ଗ୍ରାମରେ ପହଞ୍ଚତ୍ବା ପରେ ବିଭିନ୍ନ ଗ୍ରାମର ଯୁବବାହିନୀ ବ୍ରିଟିଶ ଫୌଜକୁ ମୁକାବିଲା କରିବା ପାଇଁ ଏକଜୁଟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଫୌଜଙ୍କ ଗୁଳିରେ ବଧି ଗ୍ରାମର ରଘୁ ବେହେରା ଓ ବଡ଼ପୋଖରୀ ଗ୍ରାମର ମକର ଲେଙ୍କା ଶହୀଦ ହୋଇଥିଲେ। ଦୁଇ ଶହୀଦଙ୍କ ଶବକୁ ନେଇ ବ୍ରିଟିଶ ଫୌଜ ତୁଡିଗଡ଼ିଆ କ୍ୟାମ୍ପକୁ ନେଇଯିବାରୁ ଅପରାହ୍ନ ୩ଟାରେ ବୈଦ୍ୟନାଥ ରାଉତ, ଚିନ୍ତାମଣି ପଣ୍ଡା, କୃଷ୍ଣଚନ୍ଦ୍ର ଜେନା ଓ ସୂର୍ଯ୍ୟମଣି ତ୍ରିପାଠୀଙ୍କ ନେତୃତ୍ୱରେ ହଜାର ହଜାର ଗ୍ରାମବାସୀ ପୋଲିସ କ୍ୟାମ୍ପକୁ ଘେରିଯାଇଥିଲେ। ଫୌଜ ଏଥିରେ ବିଚଳିତ ହୋଇ ପୁଣି ଥରେ ଗୁଳି ବର୍ଷଣ କଲେ। ପୋଲିସ୍‌ ଗୁଳିରେ ଶହୀଦ୍‌ ହୋଇଗଲେ ଡାଲଙ୍ଗ ଗ୍ରାମର କେଳୁ ସାହୁ। ଶହୀଦଙ୍କ ଏହି ବଳିଦାନ ଘଟଣା ୭୬ ବର୍ଷ ଅତିକ୍ରମ କରିସାରିଲାଣି। ବହୁ ବିଳମ୍ବରେ ରାଜ୍ୟ ସରକାର ୨୦୧୫ରେ ଉକ୍ତ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଥିଲେ ବି ଏହାର ଆଶାନୁରୂପ ବିକାଶ ହୋଇନାହିଁ। ରାଜ୍ୟ ସରକାର ଦେଇଥିବା ୫୦ଲକ୍ଷ ଟଙ୍କା ୨ବର୍ଷ ପଡ଼ିରହିବା ପରେ ଶହୀଦ ସ୍ମୃତି ଭବନ ନିର୍ମାଣ କରାଯାଇଛି। ଏହାକୁ ଶନିବାର ଉଦ୍‌ଘାଟନ କରାଯିବା ଧାର୍ଯ୍ୟ ହୋଇଛି। ତରବରିଆ କାମ ଯୋଗୁ ନୂଆ ଛାତରୁ ପାଣି ଗଳୁଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଯୁବନେତା କୈଳାସ ବେହେରା ଶହୀଦ ପୀଠକୁ ଷ୍ଟ୍ରିଟ୍‌ଲାଇଟ ସଂଯୋଗ କରା ନ ଯିବା ନେଇ ପ୍ରଶ୍ନ ଉଠାଇଥିବା ବେଳେ ମଦ କାରବାର ରୋକିବା ଦିଗରେ ଅବକାରୀ ବିଭାଗ ଓ ପୋଲିସ ନୀରବଦ୍ରଷ୍ଟା ସାଜିଥିବାରୁ ଏହା ପୀଠର ଗାରିମା ନଷ୍ଟ କରୁଛି ବୋଲି ସ୍ଥାନୀୟ ବୁଦ୍ଧିଜିବୀ କମଳାକାନ୍ତ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଶହୀଦ ଜନ କଲ୍ୟାଣ ପରିଷଦର ସମ୍ପାଦକ ବିଷ୍ଣୁ ମୋହନ ଶତପଥୀ ଓ ବଜାର କମିଟିର ସମ୍ପାଦକ ବସନ୍ତ କୁମାର ସାହୁ କହିଛନ୍ତି, ଯେଉଁ ସବୁ ସମସ୍ୟା ଅଛି ଧୀରେ ଧୀରେ ତାହା ସମାଧାନ ହୋଇପାରିବ। ଶହୀଦ ମାର୍ଗ ଭାବେ ପରିଗଣିତ ରାସ୍ତା ସମସ୍ୟା ପ୍ରତି ସ୍ଥାନୀୟ ନେତା ଧ୍ୟାନ ଦେବା ଆବଶ୍ୟକ ବୋଲି ସ୍ଥାନୀୟ ମହିଳା ଗୋଷ୍ଠୀର କର୍ମକର୍ତ୍ତା ଦାବି କରିଛନ୍ତି।

୧-ଖଇରା-ଶୁକ୍ରବାର- ତୁଡିଗଡିଆ ଶହୀଦ ସ୍ମୃତିସ୍ତମ୍ଭ


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri