13/06/2013 - BHUBANESWAR: Chief Minister Naveen Patnaik addressing mediapersons after returing from New Delhi, at Naveen Nivas in Bhubaneswar - Express Photo by Shamim Qureshy. [Orissa, Odisha, Politician, Naveen Patnaik]
ଭୁବନେଶ୍ୱର,୨।୭(ବ୍ୟୁରୋ)
ଶହୀଦ ମନୋଜ କୁମାର ବେହେରା ଏବଂ ପ୍ରସନ୍ନ କୁମାର ସାହୁଙ୍କ ପରିବାରକୁ ସୋମବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ପରିମାଣର ଚେକ୍ ଦୁଇ ଶହୀଦଙ୍କ ପରିବାରକୁ ପ୍ରଦାନ କରିଛନ୍ତି। ଖରିଆର ରୋଡ ବରିଷ୍ଠ ନାଗରିକ ସଂଘ ଏବଂ ମୁମ୍ବାଇ ରୋଟାରୀ କ୍ଲବ ପକ୍ଷରୁ ସହାୟତା ମିଳିଛି। ଏହାସହ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମଧ୍ୟ ଏହି ଦୁଇ ଶହୀଦଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟପଟେ ଶହୀଦଙ୍କୁ ସହାୟତା ଦେଇଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।