ଶବକୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଜଳେଶ୍ୱର, ୧୮ା୮-ଜଳେଶ୍ୱର ଥାନା ମଣିପାଟଣା ଗ୍ରାମର ଶିବ ଜେନାଙ୍କ ପୁଅ ସତ୍ୟବ୍ରତ ଜେନା(୨୮)ଙ୍କ ଶୁକ୍ରବାର ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ମଣିପାଟଣା ଗ୍ରାମ ପାଖକୁ ଅଣାଯାଇଥିଲା। ମାତ୍ର ଜଳେଶ୍ୱର ମ୍ୟୁନିସିପାଲିଟିରୁ ଏହି ଗ୍ରାମକୁ ଯିବା ପାଇଁ କୌଣସି ରାସ୍ତା ନ ଥିବାରୁ ଗ୍ରାମବାସୀ ଓ ପରିବାର ଲୋକମାନେ ବାଧ୍ୟ ହୋଇ ମୃତଦେହକୁ କାନ୍ଧରେ ବୋହି ମୁଖ୍ୟ ରାସ୍ତାରୁ ଗ୍ରାମକୁ ନେଇ ଆସିଥିଲେ। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋ ନିକଟରେ ଏକ ବାଇକରେ ଦୁଇ ବନ୍ଧୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖୁଣ୍ଟରେ ଧକ୍କା ଦେବାରୁ ସତ୍ୟବ୍ରତଙ୍କ ମୃତ୍ୟୁ ହୋଇଯାଇଥିଲା।