Categories: Uncategorized

ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼

ନୂଆଦିଲ୍ଲୀ, ୩୧।୫ :ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼ ଦେଖିବାକୁ ମିଳିଛି। ବଲିଉଡ୍‌ରୁ କରଣ ଜୋହର୍‌, ରଜନୀକାନ୍ତ, ବୋନି କପୁର୍‌, କଙ୍ଗନା ରାଣାଓ୍ବତ୍‌ ପ୍ରମୁଖ ଏଥିରେ ଯୋଗଦେଇଛନ୍ତି। ଫିଲ୍ମ ଆଣ୍ଡ୍‌ ଟିଭି ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ସଭାପତି ସିଦ୍ଧାର୍ଥ ରୟ କପୁର୍‌, ଅଭିନେତା ଶାହିଦ୍‌ କପୁର୍‌, ଶାହରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌, ଆମିର୍‌ ଖାନ୍‌, ଅକ୍ଷୟ କୁମାର, ବିବେକ୍‌ ଓବରଏ, କୈଳାସ ଖେର୍‌, ରାଜୁ ଶ୍ରୀବାସ୍ତବ, ଅନୁପମ୍‌ ଖେର୍‌, ଜାଭେଦ୍‌ ଅଖ୍‌ତର, ସଲିମ୍‌ ଖାନ୍‌, ଭିକି କୌଶଲ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ସିନେ ଷ୍ଟାର ତଥା ଭାଜପା ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିବା ସନ୍ନି ଦେଓଲ୍‌, ମନୋଜ ତିଓ୍ବାରୀ, ରବି କିଷନ୍‌ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ସିନେ ଷ୍ଟାର୍‌ଙ୍କ ବ୍ୟତିତ ବହୁ ସ୍ପୋଟର୍‌ସ ଷ୍ଟାର୍‌, ବିଶ୍ୱସ୍ତରୀୟ ନେତା ଓ ସାଧାରଣ ନାଗରିକ ଏହି ମେଗା ଇଭେଣ୍ଟ୍‌ରେ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଗତବର୍ଷ ମୋଦି ବଲିଉଡ୍‌ ପ୍ରତିନିଧିଙ୍କୁ ଭେଟି ଦେଶ ଗଠନରେ ଭାଗୀଦାର ହେବାକୁ ପରାମର୍ଶ ଦେଇଥିଲେ।