ଶତାଧିକ ମହିଳା ସଂଘକୁ ମିଳୁନି ବ୍ୟାଙ୍କ ଋଣ

ବ୍ରହ୍ମପୁର ଅଫିସ,୨୯ା୪-ବ୍ରହ୍ମପୁରର ୩ ଶତାଧିକ ମହିଳା ସଂଘ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି (ମହାନଗର ନିଗମ)ର ଅବହେଳା ଓ ପ୍ରତାରଣାକୁ ଦାୟୀ କରାଯାଇଛି। ସହରାଞ୍ଚଳ ମହିଳାଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ‘ସଂଗଠନ ଶ୍ରୁତାଇ’ର ରବିବାର ଅନୁଷ୍ଠିତ ବୈଠକରେ ଏଭଳି ସଂଗୀନ ଅଭିଯୋଗ କରାଯାଇଛି। ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି। ନଚେତ୍‌ ଏହାର ପ୍ରତିବାଦରେ ଶହ ଶହ ମହିଳାଙ୍କୁ ସଂଗଠିତ କରି ବିଏମ୍‌ସି ବିରୋଧରେ ଆନ୍ଦୋଳନ ସୂତ୍ରପାତ କରାଯିବାର ଚେତାବନୀ ଦିଆଯାଇଛି ।
ବୈଠକରେ ସଭାପତି ରବି ରଥ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୁତାଇ ସମ୍ପାଦିକା ଇନ୍ଦିରା କୁମାରୀ ନାୟକ ଉପରୋକ୍ତ ଅଭିଯୋଗ କରିଥିଲେ ।
ଶେଷରେ ସମ୍ପାଦିକା କହିଥିଲେ, ସମାଜର ଅବହେଳିତ ମହିଳାଙ୍କୁ ସଶକ୍ତୀକରଣ ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ବ୍ୟାପକ ପ୍ରଚାର ଚାଲିଛି । ବ୍ୟାଙ୍କ ଋଣ ଯୋଗାଇବାର ବ୍ୟବସ୍ଥା ହୋଇଥିବା ବିଜ୍ଞାପନ ପ୍ରକାଶ କରାଯାଉଛି। ତେବେ ଶ୍ରୁତାଇ ଦ୍ୱାରା ଗଠନ ହୋଇଥିବା ୩ ଶତାଧିକ ମହିଳା ସଂଘ ବର୍ଷ ବର୍ଷ ଧରି ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଏମ୍‌ସି ଜରିଆରେ ନିୟମ ପ୍ରକାରେ ମହିଳା ଗ୍ରୁପଗୁଡ଼ିକ ଆବେଦନ କରିଥିବା ସତ୍ତ୍ବେ ଗୋଟିଏ ବି ଗ୍ରୁପକୁ ବ୍ୟାଙ୍କ ଋଣ ମିଳି ନ ଥିବା ସେ କହିଛନ୍ତି । ଗତ ୧୨ ବର୍ଷ ମଧ୍ୟରେ ବହୁବାର ବିଏମ୍‌ସି ଆଗରେ ମହିଳାମାନେ ଆନ୍ଦୋଳନ କରି ନିରାଶ ହୋଇଛନ୍ତି ।
ମହିଳା ଗ୍ରୁପର ଆବେଦନଗୁଡ଼ିକ ବିଏମ୍‌ସିର ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ପକାଇ ରଖିଥିବା ସମ୍ପାଦିକା ଇନ୍ଦିରା ସୂଚାଇଛନ୍ତି। ଏ ସମ୍ପର୍କରେ ଦକ୍ଷିଣାଞ୍ଚଳ ଆରଡିସି, ଗଞ୍ଜାମ ଜିଲାପାଳ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକଙ୍କୁ ଜଣାଇବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ ଦର୍ଶାଇଛନ୍ତି। ତେଣୁ ସରକାରଙ୍କ ମହିଳା ସଶକ୍ତୀକରଣ ଯୋଜନା ପ୍ରହସନ ହୋଇଥିବା ସମ୍ପାଦିକା ସମାଲୋଚନା କରିଛନ୍ତି। ବୈଠକର ଆଲୋଚନାରେ ସଂଗଠନ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଗନ୍ତାୟତଙ୍କ ସମେତ ସୁସ୍ମିତା ସାବତ, ବିଷ୍ଣୁ ପାଢ଼ୀ, ହରପ୍ରିୟା ସାହୁ ଓ ଗୀତାଲକ୍ଷ୍ମୀ ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଭାଗ ନେଇଥିଲେ। ଆବେଦନଗୁଡ଼ିକ ବିଏମ୍‌ସି ପକ୍ଷରୁ ସୁପାରିସ କରି ବ୍ୟାଙ୍କ ଋଣ ମଞ୍ଜୁର ପାଇଁ ପଦକ୍ଷେପ ନିଆ ନ ଗଲେ ପରିସ୍ଥିତି ବିସ୍ଫୋରକ ହେବାର ସ୍ପଷ୍ଟ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri