Bhubaneswar: Security personnel stand guard during a nationwide lockdown in the wake of coronavirus outbreak, in Bhubaneswar, Saturday, April 4, 2020. (PTI Photo)(PTI04-04-2020_000096B)
ରଣପୁର, ୧୮ା୫ (ସ୍ବ.ପ୍ର.): କରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ରଣପୁର ବ୍ଲକ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ସାମନ୍ତରାୟ ସୋମବାର ଏହି କ୍ଷମତା ପ୍ରୟୋଗ କରି କୁଞ୍ଜବନ ଓ ବାମ୍ବଡା ଗ୍ରାମର ୫ଟି ୱାର୍ଡକୁ ୪୮ ଘଣ୍ଟା ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ଉପରୋକ୍ତ ଓ୍ବାର୍ଡର କୌଣସି ବ୍ୟକ୍ତି ଗ୍ରାମ ବାହାରକୁ ଯାଇପାରିବେ ନାହିଁ କି ବାହାର ଲୋକ ଗ୍ରାମ ଭିତରକୁ ପଶିପାରିବେ ନାହିଁ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲା ହଜ ପଞ୍ଚାୟତର ଗୋଡିପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କରୋନା ପଜିଟିଭ୍ ବାହାରିବାରୁ ଏହି ପଞ୍ଚାୟତକୁ ସରପଞ୍ଚ ଶଟ୍ଡାଉନ କରିଛନ୍ତି। ସଂକ୍ରମିତ ବ୍ୟକ୍ତି ଜଣକ ବାମ୍ବଡା ଓ କୁଞ୍ଜବନ ଗ୍ରାମକୁ ଆସି ବିଭିନ୍ନ ଲୋକଙ୍କ ସହିତ ମିଳାମିଶା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ହଜ ପଞ୍ଚାୟତ ସୀମାକୁ ଲାଗି ରହିଥିବା ବ୍ରଜରାଜପୁର ପଞ୍ଚାୟତର ଏହି ୨ଟି ଗ୍ରାମକୁ ସରପଞ୍ଚ ଶଟ୍ଡାଉନ ଘୋଷଣା କରିଛନ୍ତି।