Posted inଖେଳ

ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ପୁରସ୍କାର ଦୌଡ଼ରେ ତେନ୍ଦୁଲକର

ଲଣ୍ଡନ,୧୧ା୧ (ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ୨୦୦୦-୨୦୨୦ ପୁରସ୍କାର ପାଇଁ ୨୦ଜଣିଆ ସଂକ୍ଷିପ୍ତ ତାଲିକାରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମ ରହିଛି। ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ଓ ସଫଳତା ହାସଲ କରିଛନ୍ତି। ୬ଥର ପ୍ରଚେଷ୍ଟାରେ ତାଙ୍କ ଉପସ୍ଥିତିରେ ଭାରତ ୨୦୧୧ରେ ବିଶ୍ୱକପ୍‌ ସଫଳତା ହାସଲ କରିଥିଲା। ନିଜ ଜନ୍ମ ସହରରେ ଏହି ସଫଳତା ପରେ ତେନ୍ଦୁଲକରଙ୍କ ଆଖିରେ ଆନନ୍ଦାଶ୍ରୁ ଚାଲିଆସିଥିଲା। ସେତେବେଳେ ଭାରତୀୟ କ୍ରିକେଟ ଦଳ ବିଶେଷ କରି ତେନ୍ଦୁଲକରଙ୍କ ଉପରେ ଭରସା କରି ବିଶ୍ୱକପ୍‌ ଅଭିଯାନ କରିଥିଲା। ତେନ୍ଦୁଲକରଙ୍କ ନାମ ସୁପାରିସକୁ ନେଇ ଲୌରେସ ଏକାଡେମୀର ଜଣେ ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟ ଅଧିନାୟକ ଷ୍ଟିଭ୍‌ ଓ୍ବ କ୍ରିକେଟ ପାଇଁ ଏକ ଚମତ୍କାର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଲୌରେସ ପୁରସ୍କାର ପାଇଁ ନାମ ସୁପାରିସ ହେବା ସହଜ କଥା ନୁହେଁ। ୨୦୧୧ରେ ଭାରତୀୟ କ୍ରିକେଟ ଦଳ ଖୁବ୍‌ ଭଲ ପ୍ରଦର୍ଶନ କରିଥିଲା। ଆମେ ଯେତେବେଳେ ଲୌରେସ ସ୍ପୋଟର୍‌ସ ଟିମ୍‌ ଅଫ୍‌ ଇୟର (୨୦୦୨) ପୁରସ୍କାର ଜିତିଲୁ ସେ ସମୟର ଖୁସି ମୁହୂର୍ତ୍ତ ମୋର ମନେ ପଡ଼ିଯାଉଛି। ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ଏହା ଏକ ସ୍ମରଣୀୟ ଦିନ ଥିଲା। ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ୨୦୦୦-୨୦୨୦ର ଫାଉଣ୍ଡେଶନ ତରଫରୁ ସମ୍ମାନଜନକ ଲୌରେସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ପାଇଁ ସାଧାରଣ ଭୋଟ ବ୍ୟବସ୍ଥା କରାଯାଇଛି। ପୁରସ୍କାର ବିଜେତାଙ୍କୁ ବାଛିବା ଲାଗି ଖେଳପ୍ରେମୀମାନଙ୍କୁ ଭୋଟ ପ୍ରଦାନ ସୁଯୋଗ ଦିଆଯାଇଛି। ଜାନୁୟାରୀ ୧୦ ଓ ଫେବୃୟାରୀ ୧୬ ମଧ୍ୟରେ ଭୋଟ ଗ୍ରହଣ ହେବ। ଫେବୃୟାରୀ ୧୭ରେ ବର୍ଲିନରେ ଲୌରେସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଶୋ ବେଳେ ବିଜେତାଙ୍କ ନାମ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri