ଲୋକ ସଭା ନିର୍ବାଚନରେ କଂଗ୍ରେସ ପାଇବ ୫୦ରୁ କମ୍‌ ଆସନ: ମୋଦି

ମୁମ୍ବାଇ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କରିଛନ୍ତି ଟାର୍ଗେଟ୍‌। ଲୋକ ସଭା ନିର୍ବାଚନରେ କଂଗ୍ରେସ ୫୦ରୁ କମ୍‌ ଆସନ ପାଇବ। ତେଣୁ କଂଗ୍ରେସକୁ ଭୋଟ ଦେଇ ନିଜର ବହୁମୂଲ୍ୟ ଭୋଟ ନଷ୍ଟ କରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୁମ୍ବାଇର ଏକ ନିର୍ବାଚନୀ ସଭାରେ କହିଛନ୍ତି। ଦେଶର ସୁରକ୍ଷିତ ଭବିଷ୍ୟତ ପାଇଁ ଭାଜପାକୁ ବହୁମତରେ ଜିତାଇବା ଲାଗି ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ ଶାସନ ସମୟରେ ଆତଙ୍କବାଦୀ ଆକ୍ରମଣ ହେଉଥିଲେ ମଧ୍ୟ ଏହାର ଉଚିତ ଜବାବ ଦିଆଯାଉ ନ ଥିଲା। ତେବେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଆତଙ୍କବାଦୀଙ୍କୁ ଜବାବ ଦେବାରେ ସକ୍ଷମ ହୋଇଛି।