ଲୋକାୟୁକ୍ତରେ ୮୨ ଦୁର୍ନୀତି ମାମଲା ବିଚାରାଧୀନ :ମାର୍ଚ୍ଚ ୩୧ ପୂର୍ବରୁ ସମ୍ପତ୍ତି ଘୋଷଣା ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ରାଜ୍ୟରେ ୨୦୧୮ ଜୁଲାଇ ୭ରୁ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଲୋକାୟୁକ୍ତ ଗଠନ କରାଯାଇଛି। ଲୋକାୟୁକ୍ତ ଆଇନର ସେକ୍ସନ-୪୪ ଅନୁଯାୟୀ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଓ ନିଜ ସ୍ତ୍ରୀଙ୍କ ନାମରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିଷୟରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଘୋଷଣା କରିବାକୁ ବାଧ୍ୟ। ଯଦି ନ କରିବେ, ତେବେ ତାହାକୁ ବେଆଇନ ସମ୍ପତ୍ତି ବୋଲି ଧରାଯିବ ବୋଲି ଲୋକାୟୁକ୍ତ ସଦସ୍ୟ ବି.କେ. ନାୟକ କହିଛନ୍ତି। ଅନ୍ୟପକ୍ଷରେ ଲୋକାୟୁକ୍ତ ଗଠନ ପରଠାରୁ ଜୁନ ୨୪ ମଧ୍ୟରେ ୫୯୨ ଅଭିଯୋଗ ଆସିଛି। ସେଥିରୁ ୬୨ଟି ଅଭିଯୋଗର କୌଣସି ପ୍ରମାଣ ନ ଥିବାରୁ ସେଗୁଡିକୁ ଖାରଜ କରାଯାଇଥିବାବେଳେ ୫୪ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ଗ୍ରହଣ କରାଯାଇଛି। ୪୭୬ଟି ଆପତ୍ତି ଅଭିଯୋଗକୁ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି। ତେବେ ୨୮ଟି ନୂତନ ମାମଲା ସହିତ ମୋଟ ୮୨ଟି ଅଭିଯୋଗ ଉପରେ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଲୋକାୟୁକ୍ତ ଗଠନକୁ ଇତିମଧ୍ୟରେ ୧୧ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ଗଠନ କରାଯାଇଥିବା ଲୋକାୟୁକ୍ତଙ୍କ ବିଷୟରେ ଜନସଚେତନତା ସୃଷ୍ଟି ହୋଇପାରି ନାହିଁ। ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ଜନସାଧାରଣ ସଚେତନ ହେବା ଦରକାର। ଏଥିତ୍ପାଇଁ ରାଜ୍ୟର ପ୍ରତ୍ୟେକ ଜିଲାରେ ପ୍ରତିମାସରେ ଗୋଟିଏ ଲେଖାଏ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କିନ୍ତୁ ପ୍ରଥମ କର୍ମଶାଳା ସମ୍ବଲପୁର ଜିଲାରେ ହେବ ବୋଲି ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ ସୂଚନା ଦେଇଛନ୍ତି।
ସୋମବାର ଲୋକାୟୁକ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଲୋକାୟୁକ୍ତ ଅଧ୍ୟକ୍ଷ ତଥା ଗୁଆହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍‌ ସିଂ କହିଛନ୍ତି ଯେ, ପ୍ରଶାସନିକ କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ହେଉଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବା ପରେ ଓଡ଼ିଶା ସରକାର ମଧ୍ୟ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିଛନ୍ତି। ହେଲେ ଦୁର୍ନୀତି ରୋକିବା ପାଇଁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ରହିଛି। ଲୋକମାନେ ନିର୍ଭୀକ ହୋଇ ଦୁର୍ନୀତି ବିରୋଧରେ ଅଭିଯୋଗ କରିବାକୁ ଆଗେଇ ଆସନ୍ତୁ ବୋଲି ଲୋକାୟୁକ୍ତ ଅଧ୍ୟକ୍ଷ ସିଂ ଆହ୍ବାନ କରିଛନ୍ତି। ଏ ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ଲୋକାୟୁକ୍ତ ଆଇନର ସେକ୍ସନ-୩ ଅନୁଯାୟୀ ଲୋକାୟୁକ୍ତରେ ଜଣେ ଅଧ୍ୟକ୍ଷଙ୍କ ସମେତ ୫ଜଣ ସଦସ୍ୟ ରହି ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ସିଂ ଏବଂ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବି.କେ. ନାୟକ ଓ ପୂର୍ବତନ ଆଇଏଫ୍‌ଏସ୍‌ ଅଫିସର ଦେବବ୍ରତ ସ୍ବାଇଁ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଲୋକାୟୁକ୍ତ ଏକ ସ୍ବୟଂକ୍ରିୟ ବିଚାର ବିଭାଗୀୟ ସଂସ୍ଥା। ଅଭିଯୋଗକାରୀ ଅନ୍ୟ କୋର୍ଟକୁ ନ ଯାଇ ଲୋକାୟୁକ୍ତ ନିକଟରୁ ନ୍ୟାୟ ପାଇପାରିବେ। ଜନସାଧାରଣଙ୍କୁ ସ୍ବଚ୍ଛ ଶାସନ ଯୋଗାଇ ଦେବା ଲୋକାୟୁକ୍ତଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଲୋକାୟୁକ୍ତ ସଦସ୍ୟ ନାୟକ କହିଛନ୍ତି ଯେ, କେବଳ ସରକାରୀ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦୁର୍ନୀତି ବିରୋଧରେ ନୁହେଁ ଜନପ୍ରତିନିଧି, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ମଧ୍ୟ ଲୋକାୟୁକ୍ତ ଶୁଣାଣି କରିପାରିବେ। ଆବେଦନକାରୀଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଉଦ୍ୟମ କରାଯାଉଛି। ଆବଶ୍ୟକସ୍ଥଳେ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ଲୋକାୟୁକ୍ତ ବଦଳାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri