ଲୋକାୟୁକ୍ତରେ ୮୨ ଦୁର୍ନୀତି ମାମଲା ବିଚାରାଧୀନ :ମାର୍ଚ୍ଚ ୩୧ ପୂର୍ବରୁ ସମ୍ପତ୍ତି ଘୋଷଣା ବାଧ୍ୟତାମୂଳକ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଦୀର୍ଘ ପ୍ରତୀକ୍ଷା ପରେ ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪ ରାଜ୍ୟରେ ୨୦୧୮ ଜୁଲାଇ ୭ରୁ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଲୋକାୟୁକ୍ତ ଗଠନ କରାଯାଇଛି। ଲୋକାୟୁକ୍ତ ଆଇନର ସେକ୍ସନ-୪୪ ଅନୁଯାୟୀ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଓ ନିଜ ସ୍ତ୍ରୀଙ୍କ ନାମରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିଷୟରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଘୋଷଣା କରିବାକୁ ବାଧ୍ୟ। ଯଦି ନ କରିବେ, ତେବେ ତାହାକୁ ବେଆଇନ ସମ୍ପତ୍ତି ବୋଲି ଧରାଯିବ ବୋଲି ଲୋକାୟୁକ୍ତ ସଦସ୍ୟ ବି.କେ. ନାୟକ କହିଛନ୍ତି। ଅନ୍ୟପକ୍ଷରେ ଲୋକାୟୁକ୍ତ ଗଠନ ପରଠାରୁ ଜୁନ ୨୪ ମଧ୍ୟରେ ୫୯୨ ଅଭିଯୋଗ ଆସିଛି। ସେଥିରୁ ୬୨ଟି ଅଭିଯୋଗର କୌଣସି ପ୍ରମାଣ ନ ଥିବାରୁ ସେଗୁଡିକୁ ଖାରଜ କରାଯାଇଥିବାବେଳେ ୫୪ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ଗ୍ରହଣ କରାଯାଇଛି। ୪୭୬ଟି ଆପତ୍ତି ଅଭିଯୋଗକୁ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି। ତେବେ ୨୮ଟି ନୂତନ ମାମଲା ସହିତ ମୋଟ ୮୨ଟି ଅଭିଯୋଗ ଉପରେ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଲୋକାୟୁକ୍ତ ଗଠନକୁ ଇତିମଧ୍ୟରେ ୧୧ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ଗଠନ କରାଯାଇଥିବା ଲୋକାୟୁକ୍ତଙ୍କ ବିଷୟରେ ଜନସଚେତନତା ସୃଷ୍ଟି ହୋଇପାରି ନାହିଁ। ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ଜନସାଧାରଣ ସଚେତନ ହେବା ଦରକାର। ଏଥିତ୍ପାଇଁ ରାଜ୍ୟର ପ୍ରତ୍ୟେକ ଜିଲାରେ ପ୍ରତିମାସରେ ଗୋଟିଏ ଲେଖାଏ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କିନ୍ତୁ ପ୍ରଥମ କର୍ମଶାଳା ସମ୍ବଲପୁର ଜିଲାରେ ହେବ ବୋଲି ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁ ସୂଚନା ଦେଇଛନ୍ତି।
ସୋମବାର ଲୋକାୟୁକ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଲୋକାୟୁକ୍ତ ଅଧ୍ୟକ୍ଷ ତଥା ଗୁଆହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍‌ ସିଂ କହିଛନ୍ତି ଯେ, ପ୍ରଶାସନିକ କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ହେଉଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବା ପରେ ଓଡ଼ିଶା ସରକାର ମଧ୍ୟ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିଛନ୍ତି। ହେଲେ ଦୁର୍ନୀତି ରୋକିବା ପାଇଁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ରହିଛି। ଲୋକମାନେ ନିର୍ଭୀକ ହୋଇ ଦୁର୍ନୀତି ବିରୋଧରେ ଅଭିଯୋଗ କରିବାକୁ ଆଗେଇ ଆସନ୍ତୁ ବୋଲି ଲୋକାୟୁକ୍ତ ଅଧ୍ୟକ୍ଷ ସିଂ ଆହ୍ବାନ କରିଛନ୍ତି। ଏ ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ଲୋକାୟୁକ୍ତ ଆଇନର ସେକ୍ସନ-୩ ଅନୁଯାୟୀ ଲୋକାୟୁକ୍ତରେ ଜଣେ ଅଧ୍ୟକ୍ଷଙ୍କ ସମେତ ୫ଜଣ ସଦସ୍ୟ ରହି ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ସିଂ ଏବଂ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବି.କେ. ନାୟକ ଓ ପୂର୍ବତନ ଆଇଏଫ୍‌ଏସ୍‌ ଅଫିସର ଦେବବ୍ରତ ସ୍ବାଇଁ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଲୋକାୟୁକ୍ତ ଏକ ସ୍ବୟଂକ୍ରିୟ ବିଚାର ବିଭାଗୀୟ ସଂସ୍ଥା। ଅଭିଯୋଗକାରୀ ଅନ୍ୟ କୋର୍ଟକୁ ନ ଯାଇ ଲୋକାୟୁକ୍ତ ନିକଟରୁ ନ୍ୟାୟ ପାଇପାରିବେ। ଜନସାଧାରଣଙ୍କୁ ସ୍ବଚ୍ଛ ଶାସନ ଯୋଗାଇ ଦେବା ଲୋକାୟୁକ୍ତଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଲୋକାୟୁକ୍ତ ସଦସ୍ୟ ନାୟକ କହିଛନ୍ତି ଯେ, କେବଳ ସରକାରୀ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦୁର୍ନୀତି ବିରୋଧରେ ନୁହେଁ ଜନପ୍ରତିନିଧି, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ମଧ୍ୟ ଲୋକାୟୁକ୍ତ ଶୁଣାଣି କରିପାରିବେ। ଆବେଦନକାରୀଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଉଦ୍ୟମ କରାଯାଉଛି। ଆବଶ୍ୟକସ୍ଥଳେ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ଲୋକାୟୁକ୍ତ ବଦଳାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri